Breaking News

‘ଉଡେନ୍ ଷ୍ଟ୍ରିଟ୍‌’ରେ ‘ପ୍ରେମ୍‌ଜୀ ଇନ୍‌ଭେ‌ଷ୍ଟ୍‌’ର ୩୫୪ କୋଟି ନିବେଶ

ଆସବାବପତ୍ର ଓ ହୋମ୍ ଡେକର୍‌ର ଅଗ୍ରଣୀ ସଂସ୍ଥା ଉଡେନ୍ ଷ୍ଟ୍ରିଟ୍‌ ସିରିଜ୍-ସି ପର୍ଯ୍ୟାୟ ପାଣ୍ଠି ସଂଗ୍ରହ ପ୍ରକ୍ରିୟାରେ ପ୍ରେମ୍‌ଜୀ ଇନଭେଷ୍ଟ୍‌ଠାରୁ ୩୫୪ କୋଟି ଟଙ୍କା ହାସଲ କରିଛି। ଆସବାବପତ୍ର କ୍ଷେତ୍ରରେ ଏହାକୁ ଅନ୍ୟତମ ବଡ଼ ନିବେଶ ବିଚାର କରାଯାଉଛି।

ନୂଆଦିଲ୍ଲୀ: ଆସବାବପତ୍ର ଓ ହୋମ୍ ଡେକର୍‌ର ଅଗ୍ରଣୀ ସଂସ୍ଥା ଉଡେନ୍ ଷ୍ଟ୍ରିଟ୍‌ ସିରିଜ୍-ସି ପର୍ଯ୍ୟାୟ ପାଣ୍ଠି ସଂଗ୍ରହ ପ୍ରକ୍ରିୟାରେ ପ୍ରେମ୍‌ଜୀ ଇନଭେଷ୍ଟ୍‌ଠାରୁ ୩୫୪ କୋଟି ଟଙ୍କା ହାସଲ କରିଛି। ଆସବାବପତ୍ର କ୍ଷେତ୍ରରେ ଏହାକୁ ଅନ୍ୟତମ ବଡ଼ ନିବେଶ ବିଚାର କରାଯାଉଛି। ୨୦୧୫ରେ ସ୍ଥାପନ ହୋଇଥିବା ଉଡେନ୍ ଷ୍ଟ୍ରିଟ୍ ଷ୍ଟାଇଲିସ୍, କାର୍ଯ୍ୟଦକ୍ଷତା ଓ ଉଚ୍ଚ ଗୁଣବତ୍ତାର ଆସବାବପତ୍ର ସୁଲଭ ମୂଲ୍ୟରେ ପ୍ରଦାନ କରିବା ଉପରେ ଧ୍ୟାନ ଦେଉଛି। ଏହା କମ୍ପାନି ମାଲିକାନା କମ୍ପାନି ପରିଚାଳିତ (କୋକୋ) ମଡେଲ୍‌ରେ କାମ କରୁଛି। ଦେଶରେ ଏହା ୧୦୦ରୁ ଅଧିକ ଏକ୍ସପେରିଏନ୍ସ ଷ୍ଟୋର୍‌ ରହିଛି।

ଏହି ନିବେଶ ସମ୍ପର୍କରେ ଉଡେନ୍ ଷ୍ଟ୍ରିଟ୍‌ର ସିଇଓ ଓ ସହ ପ୍ରତିଷ୍ଠାତା ଲୋକେନ୍ଦ୍ର ରାଣାୱତ୍ କହିଛନ୍ତି ଯେ ଏହା ହେଉଛି ଆମ ଟିମ୍‌ର କଠିନ ପରିଶ୍ରମ ଓ ଆମ ଉତ୍ପାଦ ଉପରେ ଗ୍ରାହକଙ୍କ ରହିଥିବା ବିଶ୍ବାସର ଫଳ। ‌ସେହିପରି, ପ୍ରେମ୍‌ଜୀ ଇନ୍‌ଭେଷ୍ଟର ପାର୍ଟନର କବିଶ ‌ଚୈଲା କହିଛନ୍ତି ଯେ ପ୍ରିମିୟମ ଓ ସୁଲଭ ଆସବାବପତ୍ରର ବଢ଼ୁଥିବା ଚାହିଦାକୁ ପୂରଣ କରିବା ଲାଗି ଉଡେନ୍ ଷ୍ଟ୍ରିଟ୍‌ ପାଖରେ କ୍ଷମତା ରହିଛି। ଏହା ନିଜର ଯୋଗାଣ ଶୃଙ୍ଖଳା ଓ ଷ୍ଟୋର୍‌ ଜରିଆରେ ସେହି ଚାହିଦା ପୂରଣ କରୁଛି।

ସୌଜନ୍ୟ-ସମ୍ୱାଦ

Comments are closed.