Breaking News

ଉତ୍ତରାଖଣ୍ଡ ହୋଟେଲ୍‌ରୁ ମିଳିଲା କୋଲକାତା ପ୍ରଫେସର୍‌ଙ୍କ ମୃତଦେହ

କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟର ୪୪ ବର୍ଷିୟ ପ୍ରଫେସରଙ୍କ ମୃତଦେହ ଉତ୍ତରାଖଣ୍ଡର ଏକ ହୋଟେଲ୍‌ ଭିତରୁ ଉଦ୍ଧାର କରାଯାଇଛି। ତାଙ୍କ ଗଳାରେ କଟା ଚିହ୍ନ ସ୍ପଷ୍ଟ ଦେଖିବାକୁ ମିଳିଛି।

0

ନୂଆଦିଲ୍ଲୀ: କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟର ୪୪ ବର୍ଷିୟ ପ୍ରଫେସରଙ୍କ ମୃତଦେହ ଉତ୍ତରାଖଣ୍ଡର ଏକ ହୋଟେଲ୍‌ ଭିତରୁ ଉଦ୍ଧାର କରାଯାଇଛି।

ହୋଟେଲ୍‌ରୁ ଉଦ୍ଧାର ହୋଇଥିବା ତାଙ୍କ ମୃତଦେହକୁ ଦେଖିବା ପରେ ତାଙ୍କ ଗଳାରେ କଟା ଚିହ୍ନ ସ୍ପଷ୍ଟ ଦେଖିବାକୁ ମିଳିଛି। ତେବେ ଏକାଧିକ ରିପୋର୍ଟ ଅନୁଯାୟୀ, ପୀଡ଼ିତ ମେନାକ ପାଲ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ପୁଲିସ ପ୍ରଥମିକ ଅନୁସନ୍ଧାନରୁ ସନ୍ଦେହ କରୁଛି।

ପୀଡ଼ିତଙ୍କ ନାମ ମେନକ ପଲ୍‌। ତାଙ୍କର ପତ୍ନୀ, ଝିଅ ଏବଂ ବାପାମାଆ ବଞ୍ଚିଛନ୍ତି। ସେ ବୁଲିବା ପାଇଁ ନିଜ ସାଙ୍ଗମାନଙ୍କ ସହ ମିଶି ଉତ୍ତରାଖଣ୍ଡ ଯାତ୍ରା କରିଥିଲେ।

ସେଠାରେ ତାଙ୍କ ସାଙ୍ଗମାନେ କିଛି ଦିନ ଅଧିକ ରହି ଉପଭୋଗ କରିବାକୁ ଚିନ୍ତା କରୁଥିବା ବେଳେ ସେ କିନ୍ତୁ କହିଥିଲେ ଯେ ତାଙ୍କୁ ଘରକୁ ଫେରିବାର ଅଛି। ସେ ତାଙ୍କ ଝିଅକୁ ବହୁତ ମନେ ପକାଉଛନ୍ତି ବୋଲି କହି ପରଦିନ ଫେରିଆସିବେ ବୋଲି ଏକ ହୋଟେଲ୍‌ରେ ଚେକ୍‌-ଇନ୍‌ କରିଥିଲେ।

ଶୁକ୍ରବାର ସନ୍ଧ୍ୟାରେ ଯେତେବେଳେ ତାଙ୍କ ପରିବାର ଲୋକଙ୍କ ସହ କୌଣସି ଯୋଗାଯୋଗ ହୋଇପାରିଲା ନାହିଁ। ଦୀର୍ଘ ସମୟ ଧରି ରୁମ୍‌ରୁ ନବାହାରିବାରୁ ହୋଟେଲ୍‌ କର୍ମଚାରୀମାନେ ରୁମ୍‌ କବାଟ ଭାଙ୍ଗି ପଶିଥିଲେ। ଦେଖିବା ବେଳକୁ ତାଙ୍କ ଗଳା କଟା ହୋଇଥିଲା। ସେ ଚଟାଣରେ ରକ୍ତ ଜୁଡୁବୁଡ ହୋଇ ପଡ଼ି ରହିଥିଲେ।

ପ୍ରଫେସରଙ୍କ ଏଳଭି ମୃତ୍ୟୁ କୋଲକାତାରେ ତାଙ୍କ ସହକର୍ମୀଙ୍କୁ ଚକିତ କରିଛି। ଯାଦବପୁର ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ କହିଛି ଯେ ପାଲ ଜଣେ ଶିକ୍ଷକ ଭାବରେ ଏକ ଗଭୀର ଛାପ ଛାଡିଛନ୍ତି। ତାଙ୍କ ମୃତ୍ୟୁ ବିଷୟରେ ଶୁଣିବା ପରେ ଆମେ ଗଭୀର ଚକିତ ହୋଇପଡିଛୁ ବୋଲି ଶିକ୍ଷକ ସଂଗଠନର ସାଧାରଣ ସମ୍ପାଦକ ପାର୍ଥା ପ୍ରତୀମ ରୟ ଏକ ବିବୃତିରେ କହିଛନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.