Breaking News

ଉତ୍ତର ନାଇଜେରିଆରେ ଓଲଟିଲା ଡଙ୍ଗା;୨୭ ମୃତ, ୧୦୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ,୩୦/୧୧: ଉତ୍ତର ନାଇଜେରିଆରେ ଅଘଟଣ। ଉତ୍ତର ନାଇଜେରିଆ ଓଲଟିଲା ଡଙ୍ଗା । ଫଳରେ ୨୭ ଜଣଙ୍କ ମୃତ୍ୟୁ ୧୦୦ ରୁ ଅଧିକ ନିଖୋଜ ଥିବା ଜଣାପଡିଛି । ତେବେ ଡଙ୍ଗାରେ ପାଖାପାଖି ୨୦୦ ଯାତ୍ରୀ ଯାତ୍ରା କରୁଥିବା ବେଳେ ଅଧିକାଂଶ ମହିଳା ନିଖୋଜ ଥିବା ଜଣପଡିଛି। ତେବେ ସେମାନେ କୋଗୀ ରାଜ୍ୟରୁ ପଡ଼ୋଶୀ ରାଜ୍ୟ ନାଇଜରକୁ ଯାଉଥିଲେ । ମାତ୍ର ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିବା ଜଣାପଡିଛି। ତେବେ ନାଇଜର ରାଜ୍ୟ ଜରୁରୀକାଳୀନ ପ୍ରବନ୍ଧନ ଏଜେନ୍ସିର ମୁଖପାତ୍ର ଏ ବାବଦରେ ସ୍ପଷ୍ଟ ସୂଚନା ଦେଇଛନ୍ତି ।

ତେବେ ଏହି ଅଘଟଣ ପରେ ନଦୀରୁ ୨୭ ଜଣଙ୍କ ଶବ ଜବତ କରାଯାଇଥିବା ମୁଖପାତ୍ର କହିଛନ୍ତି । ଏଥିସହିତ ଅନ୍ୟ ଯାତ୍ରୀଙ୍କ ସନ୍ଧାନ ଜାରି ରହିଛି । ଘଟଣା ଘଟିବାର ପାଖାପାଖି ୧୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନଥିଲା । ଡଙ୍ଗାଟିରେ କ୍ଷମତାଠାରୁ ଅଧିକ ଯାତ୍ରୀ ଯାଉଥିଲେ ବୋଲି କୁହାଯାଉଛି । ସେହି କାରଣରୁ ଡଙ୍ଗାଟି ଭାରସାମ୍ୟ ସହ୍ୟ କରିନପାରି ଓଲଟି ପଡ଼ିଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ ଯେ, ନାଇଜେରିଆର ବିଭିନ୍ନ ଅଞ୍ଚଳରେ ସଡ଼କ ପଥର ଅଭାବ ହେତୁ ଲୋକଙ୍କ ନିକଟରେ ଜଳ ହିଁ ଏକମାତ୍ର ବିକଳ୍ପ । ତେଣୁ ଅନେକ ସମୟରେ ଡଙ୍ଗା ବୁଡ଼ି ଘଟଣା ସାମ୍ନାକୁ ଆସିଥାଏ ।

ସୌଜନ୍ୟ-ପ୍ରମେୟ

Comments are closed.