Breaking News

ଉତ୍ତର ପିଢ଼ି ପାଇଁ ନିରାପଦ ଭବିଷ୍ୟତ ସୁନିଶ୍ଚିତ କରିବାକୁ ହେବ: ଡ. ପିକେ ମିଶ୍ର

ଲୋକଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ନିଶ୍ଚିତ କରିବାକୁ ହେବ। ଏଥିପାଇଁ ହିମବାହ ହ୍ରଦ ସହ ଜଡ଼ିତ ବିପଦକୁ ହ୍ରାସ କରିବାକୁ ପଡ଼ିବ। ବାସ୍ତବରେ ସିକିମ୍‌ର ଦକ୍ଷିଣ ଲୋନାକ ଜିଏଲ୍‌ଓଏଫ୍‌ (ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ ବା ହିମବାହ ହ୍ରଦ

0

ନୂଆଦିଲ୍ଲୀ: ଲୋକଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ନିଶ୍ଚିତ କରିବାକୁ ହେବ। ଏଥିପାଇଁ ହିମବାହ ହ୍ରଦ ସହ ଜଡ଼ିତ ବିପଦକୁ ହ୍ରାସ କରିବାକୁ ପଡ଼ିବ। ବାସ୍ତବରେ ସିକିମ୍‌ର ଦକ୍ଷିଣ ଲୋନାକ ଜିଏଲ୍‌ଓଏଫ୍‌ (ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ ବା ହିମବାହ ହ୍ରଦ ବିସ୍ଫୋରଣ ବନ୍ୟା) ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ଥିଲା। ହିମବାହ ହ୍ରଦ ସହ ଜଡ଼ିତ ବିପଦଗୁଡ଼ିକର ମୁକାବିଲା ପାଇଁ ପ୍ରଭାବଶାଳୀ ରଣନୀତିର ଜରୁରୀ ଆବଶ୍ୟକତା ରହିଛି। ଜିଏଲ୍ଓଏଫ୍ ବିପଦ ହ୍ରାସ ପାଇଁ ରଣନୀତି ଉପରେ ବିପର୍ଯ୍ୟୟ ବିପଦ ହ୍ରାସ କମିଟି (ସିଓଡିଆର୍‌ଆର୍) ର ଚତୁର୍ଥ କର୍ମଶାଳାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ର ଯୋଗଦେଇ ଏହା କହିଛନ୍ତି।

ହିମବାହ ହ୍ରଦ ବିସ୍ଫୋରଣ ବନ୍ୟା ବିପଦ ହ୍ରାସ ରଣନୀତି ଉପରେ କର୍ମଶାଳା

ଜିଏଲ୍ଓଏଫ୍ ବିପଦ ଭଳି ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ସହଯୋଗର ଆବଶ୍ୟକତା ରହିଛି। ଭୁଟାନ, ନେପାଳ, ପେରୁ, ସ୍ୱିଜରଲ୍ୟାଣ୍ଡ ଏବଂ ତାଜିକିସ୍ତାନ ଭଳି ଦେଶର ଜିଏଲ୍ଓଏଫ୍ ବିଶେଷଜ୍ଞଙ୍କ ସହ ଜଡ଼ିତ ହେବାକୁ ସେ ପରାମର୍ଶ ଦେଇଥିଲେ। ଆମର ସମନ୍ୱିତ ପ୍ରୟାସ ଫଳରେ ସର୍ବେକ୍ଷଣ କରାଯାଇଥିବା ମୋଟ ୭୫୦୦ଟି ଉଚ୍ଚ ବିପଦପୂର୍ଣ୍ଣ ହିମବାହ ହ୍ରଦ ମଧ୍ୟରୁ ପ୍ରାୟ ୨୦୦ଟିର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ପ୍ରକ୍ରିୟା ଆମକୁ ବିପଦ ସ୍ତର ଉପରେ ଆଧାର କରି ଉକ୍ତ ହ୍ରଦଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ବର୍ଗୀକୃତ କରିବାକୁ ଅନୁମତି ଦେଇଛି। ୨୦୨୪ ଗ୍ରୀଷ୍ମ ଋତୁରେ ସମସ୍ତ ‘ଏ’ ବର୍ଗର ହ୍ରଦଗୁଡ଼ିକର ଆକଳନ କରିବା ଲାଗି ଅଭିଯାନ ଚଳାଇବା ନିମନ୍ତେ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହିତ କରାଯାଇଥିଲା, ଯାହାଦ୍ୱାରା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସମ୍ଭବ ହୋଇପାରିଥିଲା। ସିକିମର ପାଞ୍ଚଟି ହ୍ରଦରେ ପ୍ରଶମନ ପଦକ୍ଷେପ ପାଇଁ ଯୋଜନା ଆରମ୍ଭ କରାଯାଇଛି। ଚାରୋଟି ରାଜ୍ୟ ପାଇଁ ୧୫୦ କୋଟି ଟଙ୍କା ଆବଣ୍ଟନ ସହିତ ଜାତୀୟ ଜିଏଲଓଏଫ୍ ବିପଦ ପ୍ରଶମନ କାର୍ଯ୍ୟକ୍ରମ ନିମନ୍ତେ ଭାରତ ସରକାରଙ୍କ ଅନୁଦାନ ଦ୍ୱାରା ଏହା ସମର୍ଥିତ ହେବ। ଭବିଷ୍ୟତକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବୈଜ୍ଞାନିକ ଅନୁଷ୍ଠାନଗୁଡ଼ିକର ନିରନ୍ତର ସମର୍ଥନ ସହିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହିମପର୍ବତ ଏବଂ ହିମବାହ ହ୍ରଦ ସମ୍ବନ୍ଧୀୟ ତଦାରଖ ଏବଂ ପ୍ରଶମନ ପ୍ରୟାସର ନେତୃତ୍ୱ ନେବା ଆବଶ୍ୟକ ବୋଲି ଡ. ମିଶ୍ର ମତ ଦେଇଥିଲେ। ଏହି କର୍ମଶାଳାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ର ସଦସ୍ୟଙ୍କ ସମେତ ଅନ୍ୟ ଅତିଥି ଏବଂ ବକ୍ତାମାନେ ଯୋଗଦେଇଥିଲେ।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.