Breaking News

ଉତ୍ତର ପ୍ରଦେଶରୁ ଆସିଲା ଆଳୁ, ତଥାପି ଦରରେ ଲାଗୁନି ଲଗାମ୍ । ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦର

ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ, ପଶ୍ଚିମବଙ୍ଗରେ ତାତି । ଗୋଟିଏ ପଟେ ଆଳୁ ଦରକୁ ନେଇ ଓଡ଼ିଶାରେ ଖାଉଟି ଅସନ୍ତୁଷ୍ଟ । ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଳୁ ବ୍ୟବସାୟୀ ।

କନକ ବ୍ୟୁରୋ : ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ, ପଶ୍ଚିମବଙ୍ଗରେ ତାତି । ଗୋଟିଏ ପଟେ ଆଳୁ ଦରକୁ ନେଇ ଓଡ଼ିଶାରେ ଖାଉଟି ଅସନ୍ତୁଷ୍ଟ । ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଳୁ ବ୍ୟବସାୟୀ । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୬୨ ହଜାର ଛୋଟ ବଡ ଆଳୁ ବ୍ୟବସାୟୀ । ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କାରଣରୁ ଚାଷୀ କ୍ଷତି ସହୁଥିବା କହିଛନ୍ତି । ଏପରିକି ଆଳୁ ପଚି ଯାଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗ ଆଳୁ ଚାଷୀଙ୍କ ପାଇଁ ଓଡ଼ିଶା ସବୁଠୁ ବଡ ବଜାର । ତେଣୁ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ ହେବା ଏବେ ପଶ୍ଚିମବଙ୍ଗରେ ଚାଷୀଙ୍କ ନିଦ ହଜାଇ ଦେଇଛି । ପଶ୍ଚିମବଙ୍ଗ ଆଳୁ ଯୋଗାଣ ବନ୍ଦ ଭିତରେ ଓଡ଼ିଶାରେ ଆଳୁ ଦର କମିବାର ନାଁ ନେଉନାହିଁ । ଉତ୍ତରପ୍ରଦେଶରୁ ଆଳୁ ଟ୍ରକ ଆସୁଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ହେଉନାହିଁ । ଏବେ ବି ବଜାରରେ ଆଳୁ ଦର ୪୦ ଉପରେ । କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ଚଢାଉ କରୁଛି । ଏହାସତ୍ତ୍ବେ ମଧ୍ୟ ଆଳୁ ଦର ତଳକୁ ଖସିବାର ନାଁ ଧରୁନି ।
ସୌଜନ୍ୟ-କନକ

Comments are closed.