Breaking News

ଏଇ ଭାରତରେ

ଚାକିରି ସହ ଚାଷ କରିବା କଷ୍ଟକର ହୋଇଥିଲେ ମଧ୍ୟ ସେଥିରେ ସଫଳ ହୋଇଛନ୍ତି କେରଳର ଇଞ୍ଜିନିୟର ପାର୍ବତୀ ମୋହନାନ୍‌। ପାର୍ବତୀ ଫୁଲଚାଷ କରି ସେଥିରୁ ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ନିକଟକୁ ଦିନକୁ ୧୦୦ ପର୍ଯ୍ୟନ୍ତ ଅର୍ଡର ଆସୁଛି। ପାର୍ବତୀଙ୍କ ଘର ଆଲପ୍ପୁଜା ଜିଲା ମୁହାମ୍ମା ପଞ୍ଚାୟତରେ। ସେ ଅଧ ଏକର ଜମିରେ ପର୍ତ୍ତୁଲାକା ଫୁଲଚାଷ କରୁଛନ୍ତି। ବଡ଼ କଥା ହେଉଛି ସେ ଚାକିରିରୁ ସମୟ ବାହାର କରି ଏହି ଚାଷ ଜାରି ରଖିଛନ୍ତି। ପାର୍ବତୀ କୋଚିରେ ଏକ ଆଇଟି କମ୍ପାନୀରେ ସଫ୍ଟଓ୍ବେର ଟେଷ୍ଟର ଭାବେ କାମ କରୁଛନ୍ତିି। ସେ ସପ୍ତାହାନ୍ତରେ ଘରକୁ ଆସି ଫଲ ବଗିଚାର ଯତ୍ନ ନେବା ସହ ବ୍ୟବସାୟ ସମ୍ପର୍କରେ ବୁଝନ୍ତି। ସେ ପ୍ରଥମେ ବଗିଚାରେ ୩୦ ପ୍ରକାର ପର୍ତ୍ତୁଲାକା ଫୁଲଚାଷ କରୁଥିଲେ। ଏବେ ୩୦୦୦ କିସମର ଫୁଲଚାଷ କରୁଛନ୍ତି। ଏହାକୁ ସେ ଭାରତର ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଛନ୍ତି।
ସୌଜନ୍ୟ-ଧରିତ୍ରୀ

Comments are closed.