Breaking News

ଏଇ ଭାରତରେ

ଅର୍ଥର ଲାଳସା ବେଳେବେଳେ ମଣିଷକୁ ଏଭଳି ଅନ୍ଧ କରିଦିଏ ଯେ, ସେ ନିଜ ବିବେକ ହରାଇବସେ। ସେଥିପାଇଁ ତ ଟଙ୍କା ଲୋଭରେ ମୃତ ପିତାଙ୍କୁ କାଗଜପତ୍ରରେ ୧୬ ବର୍ଷ ଧରି ଜୀବିତ ରଖି ପାରିଛନ୍ତି ଜଣେ ପୁତ୍ର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲିରେ। ଏହି ଅଞ୍ଚଳର ସୋହନଲାଲ୍‌ ଶର୍ମା ଜଣେ ସରକାରୀ କର୍ମଚାରୀ ଥିଲେ। ଅବସର ପରେ ସେ ପେନସନ୍‌ ମଧ୍ୟ ପାଉଥିଲେ। ୨୦୦୮ରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ମୃତ୍ୟୁ ପରେ ତାଙ୍କ ପୁଅ ଉମେଶ କୁମାରଙ୍କ ମୁଣ୍ଡକୁ ଏକ ଧୂର୍ତ୍ତ ଚିନ୍ତା ଆସିଥିଲା। ଏଥିପାଇଁ ସେ ବାପାଙ୍କ ମରିବା ଖବର ସରକାରଙ୍କୁ ଜଣାଇ ନ ଥିଲେ। ତା’ପରେ ବାପାଙ୍କ ପେନସନ୍‌ ଟଙ୍କା ଲୁଟ୍‌ କରିବା ପାଇଁ ଆରମ୍ଭ ହେଲା ଯୋଜନା। ଏଥିପାଇଁ ସେ ନିଜେ ପାଲଟିଗଲେ ସୋହନଲାଲ୍‌। ପ୍ରତିବର୍ଷ ଲାଇଭ୍‌ ସାର୍ଟିଫିକେଟ୍‌ ଦେଇ ଟଙ୍କା ଉଠାଇବା ଆରମ୍ଭ କରିଥିଲେ। ଏହି କାମରେ ତାଙ୍କୁ ସହାୟତା କରୁଥିଲେ ବହୁ ସରକାରୀ ଅଧିକାରୀ। ଏଥିପାଇଁ ସେ ପ୍ରତି ମାସରେ ପେନସନ୍‌ ଟଙ୍କାରୁ ସେମାନଙ୍କୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଭାଗ ଦେଇ ଆସୁଥିଲା। ଏହିଭଳି ୧୬ ବର୍ଷ ଧରି ସେ ପ୍ରାୟ କୋଟିଏ ଟଙ୍କା ଉଠାଇ ନେଇଛନ୍ତି। ନିକଟରେ ସେଠାରେ ଜଣେ ସଚ୍ଚୋଟ ଅଫିସରଙ୍କ ନିଯୁକ୍ତି ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି। ଖବର ଜଣାପଡ଼ିବା ପରେ ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଅଧିକାରୀଙ୍କ ବିରୋଧରେ ମାମଲା ଆରମ୍ଭ କରାଯାଇ ଟଙ୍କା ଆଦାୟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

 

 

 

 

 

 

ସୌଜନ୍ୟ-ଧରିତ୍ରୀ

 

Comments are closed.