Breaking News

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡ଼େ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳୁଛି ଉତ୍ତରପ୍ରଦେଶ ବାରାଣସୀରେ। ଏଠାରେ ଜଣେ ବ୍ୟକ୍ତି ସାଇକେଲରେ ତାଙ୍କର ସେଲୁନ ଧରି ଘର ଘର ବୁଲି କେଶ କାଟିବା ପାଇଁ ନିମନ୍ତ୍ରଣ ଦେଉଛନ୍ତି। ତା’ ପୁଣି ମାଗଣାରେ। ହେଲେ ଏଥିପାଇଁ ସେ ଏକ ସର୍ତ୍ତ ରଖିଛନ୍ତି। ଏହି ସର୍ତ୍ତ ଅନୁସାରେ ସେ କେବଳ ଗୋଟିଏ ଷ୍ଟାଇଲ୍‌ରେ ଚୁଟି କାଟିବେ, ତାହା ହେଉଛି ଯୋଗୀ ଷ୍ଟାଇଲ୍‌ ଅର୍ଥାତ୍‌ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଳି ଯିଏ ଚୁଟି କାଟିବ ସେ ମାଗଣାରେ ତା’ର ଚୁଟି କାଟିଦେବେ ବୋଲି କହିଛନ୍ତି। ଏଭଳି ଏକ ଘୋଷଣା କରି ସହରର ଗଳିକନ୍ଦିରେ ବୁଲୁଥିବା ବ୍ୟକ୍ତିଙ୍କ ନାମ ଛୋଟେ ଲାଲ୍‌ ଓ ତାଙ୍କ ସେଲୁନର ନାଁ ମୋଦି ହେୟାର କଟିଂ ସେଲୁନ୍‌। ନିଜକୁ ସେବକ ବୋଲି କହୁଥିବା ଛୋଟେ ଲାଲ୍‌ କେବଳ ମହାକୁମ୍ଭ ମେଳା ପାଇଁ ଏଭଳି ଅଫର ଯୋଗାଇ ଦେଇଛନ୍ତି। ଆଉ ଏଥିପାଇଁ ଛୋଟେ ଲାଲ୍‌ଙ୍କର ଭ୍ରାମ୍ୟମାଣ ସେଲୁନ୍‌କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

 

 

 

 

 

ସୌଜନ୍ୟ-ଧରିତ୍ରୀ

Comments are closed.