Breaking News

ଏଓସିଏ ନିର୍ବାଚନ: ସତ୍ୟ ନୂଆ ସଭାପତି, ଦେବବ୍ରତ ହ୍ୟାଟ୍ରିକ୍ ସମ୍ପାଦକ

ଘମାଗୋଟ ଲଢ଼େଇ ଭିତରେ ରବିବାର ନିଖିଳ ଓଡ଼ିଶା‌ ଚେସ୍‌ ସଂଘ (ଏଓସିଏ)ର ନିର୍ବାଚନ ପୁରୀରେ ସମ୍ପନ୍ନ ହୋଇଛି। ସଂଘ ଭିତରେ ସୃଷ୍ଟି ହୋଇଥିବା ଦୁଇ ଗୋଷ୍ଠୀ ଦୁଇ ପ୍ରମୁଖ ପଦକ କବ୍‌ଜା କରି ନେଇଥିବାରୁ ସନ୍ତୁଳିତ ଫଳାଫଳ ମିଳିଛି।

ଭୁବନେଶ୍ବର: ଘମାଗୋଟ ଲଢ଼େଇ ଭିତରେ ରବିବାର ନିଖିଳ ଓଡ଼ିଶା‌ ଚେସ୍‌ ସଂଘ (ଏଓସିଏ)ର ନିର୍ବାଚନ ପୁରୀରେ ସମ୍ପନ୍ନ ହୋଇଛି। ସଂଘ ଭିତରେ ସୃଷ୍ଟି ହୋଇଥିବା ଦୁଇ ଗୋଷ୍ଠୀ ଦୁଇ ପ୍ରମୁଖ ପଦକ କବ୍‌ଜା କରି ନେଇଥିବାରୁ ସନ୍ତୁଳିତ ଫଳାଫଳ ମିଳିଛି। ଖ୍ୟ‌ାତନାମା ଚେସ୍ ଗୁରୁ ସତ୍ୟରଂଜନ ପଟ୍ଟନାୟକ ପ୍ରଥମ ଥର ସଭାପତି ନିର୍ବାଚିତ ହୋଇଥିବା ବେଳେ ଦେବବ୍ରତ ଭଟ୍ଟ କ୍ରମାଗତ ତୃତୀୟ ଥର ପାଇଁ ସମ୍ପାଦକ ନିର୍ବାଚିତ ହୋଇ ହ୍ୟାଟ୍ରିକ୍ କରିଛନ୍ତି। ସତ୍ୟରଂଜନ ପଟ୍ଟନାୟକ ୧୫-୧୦ରେ ବିଶିଷ୍ଟ ଶିଳ୍ପପତି ତଥା ରାଜନେତା ଅବିନାଶ ସାମଲଙ୍କୁ ପରାସ୍ତ କରିବା ଉଲ୍ଲେଖନୀୟ ହୋଇଛି।

ଦେବବ୍ରତ ଭଟ୍ଟ କିନ୍ତୁ ୧୩-୧୨ରେ ପୂର୍ବତନ ଖେଳାଳି ଏସ୍ ସତ୍ୟକାମଙ୍କୁ ପରାସ୍ତ କରି ନିଜ ଆଧିପତ୍ୟ ବଜାୟ ରଖିଛନ୍ତି। ବିଧୁଭୂଷଣ ମିଶ୍ର ନିର୍ଦ୍ବନ୍ଦ୍ବରେ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଶଙ୍କର ପ୍ରସାଦ ମିଶ୍ର ଉପସଭାପତି, ଭବେଶ ମହାନ୍ତି ଯୁଗ୍ମସମ୍ପାଦକ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ପଦ୍ମିନୀ ସିଂହ, ରିତେଶ କୁମାର ରଥ, ଅଭିଷେକ ଆଚାର୍ଯ୍ୟ ଓ ପ୍ରଦୀପ କୁମାର ମହାନ୍ତି ନିର୍ବାଚିତ ହୋଇଛନ୍ତି। ଏଓସିଏର ଏହି ନିର୍ବାଚନରେ ମୋଟ ୨୫ ଜିଲ୍ଲାର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ୩ ବର୍ଷ (୨୦୨୫-୨୮) ପାଇଁ ଏହି କମିଟି କାମ କରିବ ବୋଲି ଜଣାପଡ଼ିଛି। ନିର୍ବାଚନ ପରେ ସତ୍ୟରଂଜନ ପଟ୍ଟନାୟକ କହିଛନ୍ତି ଓଡ଼ିଶା ଚେସ୍‌ର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.