Breaking News

ଏପିକେ ଫାଇଲ୍‌ ଇନ୍‌ଷ୍ଟଲ୍‌ କରି ଉଡ଼ିଗଲା ୪ଲକ୍ଷ: ଭଉଣୀ ବାହାଘର ଟଙ୍କା ଚଳୁକଲେ ସାଇବର ଠକ

ଆଉ ମାତ୍ର ତିନିମାସ ପରେ ଉଭଣୀର ବାହାଘର ହୋଇଥା’ନ୍ତା। ହେଲେ ଭଉଣୀର ବାହାଘର ବାବଦକୁ ଭାଇ ରଖିଥିବା ୪ଲକ୍ଷ ଟଙ୍କା ସାଇବର ଲୁଟେରା ହଡ଼ପ କରିନେଇଛନ୍ତି। ଏପିକେ ଫାଇଲ୍‌ ଇନଷ୍ଟଲ କରିବା...

0

ଭୁବନେଶ୍ବର: ଆଉ ମାତ୍ର ତିନିମାସ ପରେ ଉଭଣୀର ବାହାଘର ହୋଇଥା’ନ୍ତା। ହେଲେ ଭଉଣୀର ବାହାଘର ବାବଦକୁ ଭାଇ ରଖିଥିବା ୪ଲକ୍ଷ ଟଙ୍କା ସାଇବର ଲୁଟେରା ହଡ଼ପ କରିନେଇଛନ୍ତି। ଏପିକେ ଫାଇଲ୍‌ ଇନଷ୍ଟଲ କରିବା ଗୋଟିଏ ଦିନ ଭିତରେ ବିନା ଓଟିପି, ବିନା କୌଣସି ତଥ୍ୟ ଦେଇ ଫିକ୍ସ୍‌ଡ ଡିପୋଜିଟ୍‌ (ଏଫଡି) ଆକାଉଣ୍ଟକୁ ଭାଙ୍ଗି ସାଇବର ଠକ ଲୁଟ୍‌ କରିଛନ୍ତି। ସାଇବର ଠକଙ୍କ ଶିକାର ହେବାପରେ ଭଉଣୀ ବାହାଘର କେମିତି କରିବେ ସେ ନେଇ ଚିନ୍ତାରେ ଅଛନ୍ତି ସାଲିଆସାହି ସତ୍ୟବିହାର ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲ୍ଲାର କ୍ରିଷ୍ଣା ପ୍ରଧାନ। ଠକେଇର ଶିକାର ହେବାପରେ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

କ୍ରିଷ୍ଣା ପେଶାରେ ଜଣେ ଡେଲିଭରି ବଏ ଭାବେ କାମ କରନ୍ତି। ଭଉଣୀର ବାହାଘର ବାବଦକୁ ସେ ୪ଟି ଏଫଡି ଆକାଉଣ୍ଟରେ ପ୍ରାୟ ୬ଲକ୍ଷ ଟଙ୍କା ଜମା ରଖିଥିଲେ। କ୍ରିଷ୍ଣା ପଛୁଆବର୍ଗର ହୋଇଥିବା ବେଳେ ଭାରତର ସରକାରଙ୍କ ଏସ୍‌ସି ଏବଂ ଏସ୍‌ଟି ବର୍ଗ ପାଇଁ ଥିବା ଲେବର ଆଣ୍ଡ ଏମ୍ପ୍ଲଏମେଣ୍ଟ ଗ୍ରୁପରେ ନାମ ପଞ୍ଜୀକରଣ କରିଥିଲେ। ସେହି ଗ୍ରୁପ୍‌ରେ ପରେ କିଛିଦିନ ତଳେ ଏକ ଏପିକେ ଫାଇଲର ଲିଙ୍କ୍‌ ଆସିଥିଲା। ଯେଉଁଥିରେ ପିଏନବି ଆଧାର ଲିଙ୍କ୍‌ ଉଲ୍ଲେଖ କରାଯାଇଥିଲା। ଏହାକୁ ସେ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ଭାବି କ୍ଲିକ୍‌ କରିଥିଲେ। ହେଲେ ଏହାର କିଛି ସମୟ ପରେ ସେ ଏହାକୁ ଅନ୍‌ଇନ୍‌ଷ୍ଟଲ୍‌ କରିଦେଇଥିଲେ। ହେଲେ ଫାଇଲଟି ତାଙ୍କ ମୋବାଇଲରୁ ଅନ୍‌ଇନ୍‌ଷ୍ଟଲ୍‌ ହୋଇନଥିଲା। ସେହିଦିନ ସେ ନିଜ ଵାଲେଟ ଆକାଉଣ୍ଟ ଓ ଫୋନ ପେ ଆକାଉଣ୍ଟରୁ ୧୦ ହଜାର ଟଙ୍କା ତାଙ୍କ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ। ଆଉ ଏତିକିରେ ସାଇବର ଠକ ତାଙ୍କ ଆକାଉଣ୍ଟକୁ ଟାର୍ଗେଟ କରିଥିଲେ।

ଏପିକେ ଫାଇଲ୍‌ରେ କ୍ଲିକ କରିବା ବେଳେ ଫୋନ୍‌ର ନିୟନ୍ତ୍ରଣ ସାଇବର ଠକଙ୍କ ହାତକୁ ପଳାଇଥିଲା। ଯାହାର ଟେର ସେ ପାଇନଥିଲେ। ତା’ ପରଦିନ ସେ ତାଙ୍କ ଫୋନ୍‌ପେ, ଗୁଗୁଲପେ, ପେଟିଏମରେ ଓଟିପି ଥିବା ‌ମେସେଜ୍‌ ପାଇଥିଲେ। ଯାହାକୁ ଦେଖି ସେ ଡରିଯାଇଥିଲେ। ଏହାପରେ ତାଙ୍କ ୬ଲକ୍ଷ ଟଙ୍କାର ଫିକ୍ସ୍‌ଡ ଡିପୋଜିଟ ଅନ୍‌ଲାଇନ୍‌ ଜରିଆରେ ଭାଙ୍ଗି ଟଙ୍କା ହଡ଼ପ ହୋଇଥିବା ଜାଣିବାକୁ ପାଇଥିଲେ। ଏ ସଂପର୍କରେ ସେ ବ୍ୟାଙ୍କକୁ ଜଣାଇବା ଭିତରେ ତାଙ୍କ ୪ଟି ଫିକ୍ସ୍‌ଡ ଡିପୋଜିଟ ଆକାଉଣ୍ଟରୁ ୪ଥରରେ ୪ଲକ୍ଷ ଟଙ୍କା ହଡ଼ପ ହୋଇ ସାରିଥିଲା।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.