Breaking News

ଏପ୍ରିଲ ୧୯ରୁ ‘ରଜ କୁଇନ୍’ର ପ୍ରସାରଣ

ଜୀସାର୍ଥକର ଲୋକପ୍ରିୟ ରିୟାଲିଟି ସୋ’ ‘ରଜ କୁଇନ୍‌’ର ଅଡିସନ୍ ବିଭିନ୍ନ ସ୍ଥାନରେ ଜାରି ରହିଛି। ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିବା ପ୍ରତିଭାବାନ୍ ତରୁଣୀଙ୍କ ପାଇଁ ପୁଣି ସୁଯୋଗ ଆଣିଛି ଏହି ରିଆଲିଟି ସୋ’।

ଜୀସାର୍ଥକର ଲୋକପ୍ରିୟ ରିୟାଲିଟି ସୋ’ ‘ରଜ କୁଇନ୍‌’ର ଅଡିସନ୍ ବିଭିନ୍ନ ସ୍ଥାନରେ ଜାରି ରହିଛି। ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିବା ପ୍ରତିଭାବାନ୍ ତରୁଣୀଙ୍କ ପାଇଁ ପୁଣି ସୁଯୋଗ ଆଣିଛି ଏହି ରିଆଲିଟି ସୋ’। ବିଗତ ୧୩ ବର୍ଷ ଧରି ଏହି ସୋ’ ଇଣ୍ଡଷ୍ଟ୍ରିକୁ ଅନେକ ପ୍ରତିଭାବାନ ଅଭିନେତ୍ରୀ ଦେଇ ସାରିଛି। ତେବେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମ୍‌ରେ ଓଡ଼ିଶାର ସମସ୍ତ ବଡ଼ ସହରରେ ‘ରଜ କୁଇନ୍’ର ଅଡିସନ୍ ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇଛି। ଇତିମଧ୍ୟରେ ଜଗତ୍‌ସିଂହପୁର ଓ ଯାଜପୁରରେ ଅଡିସନ୍‌ ଶେଷ ହୋଇଛି। ମାର୍ଚ୍ଚ ୨୨ରେ ଢେଙ୍କାନାଳ ଓ ପୁରୀ, ମାର୍ଚ୍ଚ ୨୩ରେ ଭୁବନେଶ୍ବର, ମାର୍ଚ୍ଚ ୨୯ରେ ବାଲେଶ୍ୱର ଓ କେନ୍ଦୁଝର, ମାର୍ଚ୍ଚ ୩୦ରେ ରାଉରକେଲା ଓ ଭଦ୍ରକ, ଏପ୍ରିଲ ୧ରେ ଅନୁଗୁଳ ଓ ଏପ୍ରିଲ ୬ ତାରିଖରେ କଟକ ସହରରେ ଅଡିସନ୍‌ ଅନୁଷ୍ଠିତ ହେବ। ୧୫ରୁ ୨୫ ବର୍ଷ ମଧ୍ୟରେ ଆଶାୟୀ ପ୍ରାର୍ଥୀ ‘ରଜ କୁଇନ୍‌’ରେ ଅଂଶଗ୍ରହଣ କରୁଛନ୍ତି। ଏପ୍ରିଲ ୧୯ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ ଜୀ ସାର୍ଥକରେ ଏହା ପ୍ରସାରିତ ହେବ।

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.