ଜାତୀୟ

ଏପ୍‌ଷ୍ଟିନ ଫାଇଲ୍‌ରେ ବଡ ଖୁଲାସା, ନିଶା ଦେବାକୁ ନର୍ସରୀରେ ଲଗାଇଥିଲା ଦୁଦୁରା ଗଛ

ଏପଷ୍ଟାଇନ୍ ଫାଇଲ୍‌ରେ ଥିବା ତିନୋଟି ଇମେଲ୍‌ରେ ବିଷାକ୍ତ ଟ୍ରମ୍ପେଟ୍ ଗଛ ଏବଂ ଏହାର ରାସାୟନିକ ପଦାର୍ଥ, ସ୍କୋପୋଲାମାଇନ୍, ଯାହା "ଜୋମ୍ବି ଔଷଧ" ଭାବରେ ଜଣାଶୁଣା, ଉଲ୍ଲେଖ ଅଛି। ଏହି ଗଛକୁ ଭାରତରେ ଦୁଦୁରା ଭାବରେ ଜଣାଶୁଣା ଏବଂ ଶିବ ପୂଜାରେ ବ୍ୟବହୃତ ହୁଏ।

ନୂଆଦିଲ୍ଲୀ ୧୮।୦୨:ଏପଷ୍ଟିନ୍‌ ଫାଇଲର ଇମେଲରେ ଏକ ଆଶ୍ଚର୍ଯ୍ୟଚକିତ ତଥ୍ୟ ସାମ୍ନାକୁ ଆସିଛି । ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍ଏକ ବିଷାକ୍ତ ଉଦ୍ଭିଦ ପ୍ରତି ରୁଚି ବିଷୟରେ ଜଣାପଡ଼ିଛି । ‘ଟ୍ରମ୍ପେଟ୍ ପ୍ଲାଣ୍ଟ୍ସ’ ବା ଦୁଦୁରା ଗଛ ବିଷୟରେ ଇମେଲର ଉଲ୍ଲେଖ ହୋଇଥିଲା । କୋଲମ୍ବିଆରେ ଏହାର ଉପଯୋଗ ସମ୍ପର୍କରେ ଇମେଲରେ ଉଲ୍ଲେଖ ହୋଇଥିଲା । ଏହାର ପ୍ରଭାବରେ ବ୍ୟକ୍ତିକୁ ଯେକୌଣସି ସ୍ଥାନକୁ ନିଆଯାଇପାରେ । କାରଣ ଏହା ବ୍ୟକ୍ତିକୁ ଆଜ୍ଞାକାରୀ ଓ ଭ୍ରମିତ କରିପାରେ । ହିନ୍ଦୁ ପରମ୍ପରାରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ଲାଗି ଦୁଦୁରା ଫୁଲ ଅର୍ପଣ କରାଯାଏ ।

ଦୁଦୁରା ଗଛରୁ ସ୍କୋପୋଲାମିନ ନାମକ ଏକ ରସାୟନ ନିର୍ଗତ ହୁଏ, ଯାହା ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇପାରେ । ସ୍ମୃତିଶକ୍ତିକୁ ଦୁର୍ବଳ କରି ବ୍ୟକ୍ତିକୁ ଭ୍ରମିତ ସ୍ଥିତିକୁ ଆଣିପାରେ । ସେଥିପାଇଁ କିଛି ବିଶେଷଜ୍ଞ ଏହାକୁ ‘ଜୋମ୍ବି ବ୍ରିଥ୍’ ମଧ୍ୟ କହନ୍ତି । ଏହି ଔଷଧ ଜରିଆରେ ଲୋକଙ୍କୁ ସହଜରେ ନିୟନ୍ତ୍ରଣ କରାଯାଇପାରେ । ଇମେଲ୍ରୁ ଜଣାପଡ଼ିଛି, ଏପ୍ଷ୍ଟିନ ଦୁଦୁରା ଗଛ ବିଷୟରେ ପଚରାଉଚରା କରୁଥିଲା । ଇମେଲ୍ରେ ୩ ଥର ଏହି ଗଛ କଥା ଉଠିଥିଲା । ପ୍ରଥମ ଇମେଲ୍ (ମାର୍ଚ୍ଚ ୩, ୨୦୧୪)ରେ ଏପଷ୍ଟିନ୍ ଏନ୍ ରୋଡ୍ରିଗେଜ୍ ନାମକ ଜଣେ ବ୍ୟକ୍ତିଙ୍କୁ ଲେଖିଥିଲା, ନର୍ସରୀରେ ଲାଗିଥିବା ଟ୍ରମ୍ପେଟ୍ ଗଛ ବିଷୟରେ କ୍ରିସଙ୍କୁ ପଚାର । ଏଥିରୁ ସ୍ପଷ୍ଟ ହୁଏ ଯେ ଏପଷ୍ଟିନ୍ ନିଜ ନର୍ସରୀରେ ଟ୍ରମ୍ପେଟ୍ ପ୍ଲାଣ୍ଟ୍ ଅର୍ଥାତ୍ ଦୁଦୁରା ଗଛ ଲଗାଇଥିଲା ।

୨୭ ଜାନୁଆରୀ, ୨୦୧୫ରେ ଫ୍ରାନ୍ସ ଫ୍ୟାଶନ ଫଟୋଗ୍ରାଫର୍ ଆଣ୍ଟୋନି ବେରଗ୍ଲାସଙ୍କ ତରଫରୁ ଏକ ଇମେଲ୍ ପଠାଯାଇଥିଲା । ଏଥିରେ ‘ଜୋମ୍ବି ଫ୍ଲାୱାର’ ବିଷୟରେ ଉଲ୍ଲେଖ ହୋଇଥିଲା, ଯାହା ଟ୍ରମ୍ପେଟ୍ ପ୍ଲାଣ୍ଟ୍ ଥିଲା । ଉକ୍ତ ମେସେଜର ଶୀର୍ଷକ ଥିଲା ‘ସ୍କୋପୋଲାମିନ: କୋଲମ୍ବିୟା ଜଙ୍ଗଲରେ ମିଳୁଥିବା ଏକ ଶକ୍ତିଶାଳୀ ଔଷଧ, ଯାହା ବ୍ୟକ୍ତିର ଚେତନା ଶକ୍ତିକୁ ନଷ୍ଟ କରିଦିଏ ।’ ୩ୟ ଇମେଲ୍ (୭ ଫେବ୍ରୁଆରୀ, ୨୦୨୨)ରେ କଥାବାର୍ତ୍ତା ସିଧା ଏପଷ୍ଟିନ୍ ସହିତ ହୋଇନଥିଲା । ଗିଲେରମୋ ଫାରିନାସ ନାମଙ୍କ ବ୍ୟକ୍ତି ଜୁଆନ ଆଣ୍ଟୋନିୟୋ ଗୋନଜାଲେଜଙ୍କୁ ଇମେଲ୍ ପଠାଇଥିଲେ । ଏହାର କପି ଜୋସେଫ ମଞ୍ଜାରୋଙ୍କୁ ପଠାଯାଇଥିଲା । ତେବେ ଏମାନଙ୍କ ବିଷୟରେ ଅଦ୍ୟାବଧି ସୂଚନା ମିଳିନାହିଁ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button