Breaking News

ଏମ୍ସରେ ଏଚ୍‌ପିବି ରେଡିଓଲୋଜି ପାଠ୍ୟକ୍ରମ ଆରମ୍ଭ

ଭାରତର ପ୍ରଥମ ହେପାଟୋ-ପାନକ୍ରିଏଟୋ-ବିଲିଆରି (ଏଚ୍‌ପିବି) ରେଡିଓଲୋଜି ପାଠ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରିଛି ଏମ୍ସ ଭୁବନେଶ୍ୱର। ଫଳରେ ଚିକିତ୍ସା ବିଜ୍ଞାନ, ଶିକ୍ଷା ଓ ତାଲିମ କ୍ଷେତ୍ରରେ ଏହି ଅନୁଷ୍ଠାନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଣ୍ଟ ହାସଲ କରିଛି।

ଭୁବନେଶ୍ୱର: ଭାରତର ପ୍ରଥମ ହେପାଟୋ-ପାନକ୍ରିଏଟୋ-ବିଲିଆରି (ଏଚ୍‌ପିବି) ରେଡିଓଲୋଜି ପାଠ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରିଛି ଏମ୍ସ ଭୁବନେଶ୍ୱର। ଫଳରେ ଚିକିତ୍ସା ବିଜ୍ଞାନ, ଶିକ୍ଷା ଓ ତାଲିମ କ୍ଷେତ୍ରରେ ଏହି ଅନୁଷ୍ଠାନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଣ୍ଟ ହାସଲ କରିଛି। ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ରେଡିଓ-ଡାଇଗ୍ନୋସିସ୍ ବିଭାଗ ଦ୍ୱାରା ପରିଚାଳିତ ଏହି ପାଠ୍ୟକ୍ରମ ଅନ୍ତର୍ଜାତୀୟ ଏଚ୍‌ପିବି ସଂଘର ଭାରତୀୟ ଶାଖା ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟରୁ ଏଚ୍‌ପିବି ଶଲ୍ୟଚିକିତ୍ସା ପ୍ରଶିକ୍ଷାର୍ଥୀ ଓ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗଦେଇଥିଲେ। ଦୁଇଦିନିଆ କାର୍ଯ୍ୟକ୍ରମରେ ତିନିଟି ଅନଲାଇନ୍ ଅଧିବେଶନରେ ତାଲିମ ପ୍ରଦାନ କରାଯାଇଥିଲା।

ଏଚ୍‌ପିବି ଓ ଯକୃତ ପ୍ରତିରୋପଣ ଅସ୍ତ୍ରୋପଚାର, ଏଚ୍‌ପିବି ଇଣ୍ଟର୍ଭେନସ୍ନାଲ୍ ରେଡିଓଲୋଜି ଓ ଉନ୍ନତ ଇମେଜିଂ କୌଶଳ ବାବଦରେ ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେଇଥିଲେ। ଏକ ସ୍ୱତନ୍ତ୍ର ଲାଇଭ୍ ଅଧିବେଶନରେ ରିଅଲ୍-ଟାଇମ୍ ଇଣ୍ଟର୍ଭେନସ୍ନାଲ୍ ପ୍ରକ୍ରିୟା ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ, ସମ୍ମାନିତ ଅତିଥି ଭାବେ ଆଇଏଚ୍‌ପିବିଏ ଇଣ୍ଡିଆର ସମ୍ପାଦକ ବିଜୁ ପୋଟ୍ଟାକଟ୍, ଆଇଏଚ୍‌ପିବିଏ-ଇଣ୍ଡିଆର ପୂର୍ବତନ ସଭାପତି ସଞ୍ଜୟ ଗୋଭିଲ୍, ନୈମିଶ ମେହତା, ଏମ୍ସ ଭୁବନେଶ୍ୱରର ରେଡିଓଡାଇଗ୍ନୋସିସ୍ ବିଭାଗ ମୁଖ୍ୟ ସୁପ୍ରଭା ନାୟକ, ଅଶୋକ କୁମାର ଜେନା, ଡିଡିଏ ଅଭିଜିତ ସରକାର ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜକ କମିଟି ଅଧ୍ୟକ୍ଷ ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ସଂଗଠନ ସମ୍ପାଦକ ରଞ୍ଜନ କୁମାର ପଟେଲ, ତାରାପ୍ରସାଦ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.