Breaking News

ଏଲ୍‌ଏସି ନିକଟରେ ଚୀନ୍‌ର ସମରାଭ୍ୟାସ: ସତର୍କ ନଜର ରଖିଛି ଭାରତ

ଭାରତୀୟ ସେନାର ପ୍ରତିଷ୍ଠା ଦିବସର କିଛି ଦିନ ପୂର୍ବରୁ ଚୀନ୍‌ ପୂର୍ବ ଲଦାଖର ଏଲ୍‌ଏସି ନିକଟରେ ସମ୍ରୁଦ ପତ୍ତନଠାରୁ ଅତ୍ୟନ୍ତ ଉଚ୍ଚ ଅଞ୍ଚଳରେ ଏହାର ସାମରିକ ସମରାଭ୍ୟାସ କରିଛି। ୨୦୨୪ ଅକ୍ଟୋବରରେ ଭାରତ ଏବଂ ଚୀନ୍‌ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ନେଇ ଚୁକ୍ତି

ନୂଆଦିଲ୍ଲୀ: ଭାରତୀୟ ସେନାର ପ୍ରତିଷ୍ଠା ଦିବସର କିଛି ଦିନ ପୂର୍ବରୁ  ଚୀନ୍‌ ପୂର୍ବ ଲଦାଖର ଏଲ୍‌ଏସି ନିକଟରେ ସମ୍ରୁଦ ପତ୍ତନଠାରୁ ଅତ୍ୟନ୍ତ ଉଚ୍ଚ ଅଞ୍ଚଳରେ ଏହାର ସାମରିକ ସମରାଭ୍ୟାସ କରିଛି।  ୨୦୨୪ ଅକ୍ଟୋବରରେ ଭାରତ ଏବଂ ଚୀନ୍‌ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ନେଇ ଚୁକ୍ତି ହେବାପରେ ଭାରତ ଏବଂ ଚୀନ୍‌ ମଧ୍ୟରେ ଏଲ୍‌ଏସି ନିକଟରେ ଏବେ ଶାନ୍ତି ଜାରି ରହିଥିବାବେ‌ଳେ ଚୀନ୍‌ ଆଜି ଏହି ସାମରିକ ସମରାଭ୍ୟାସ କରିଛି।  ଚୀନ୍‌ ଏହି ସମରାଭ୍ୟାସରେ ଅତ୍ୟା‌ଧୁନିକ ସାମରିକ ଟେକନୋଲୋଜି ବ୍ୟବହାର କରିଛି।  ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ଯାତାୟତ କରିପାରୁଥିବା ଗାଡ଼ି,  ମାନବବିହୀନ ସିଷ୍ଟମ୍‌, ଡ୍ରୋନ୍‌ ଏବଂ ଏକ୍ସୋସ୍କେଲିଟନ୍‌ସ ଚୀନ୍‌ ଏଥିରେ ବ୍ୟବହାର କରିଛି।  ଚୀନ୍‌ର ଏହି ସମରାଭ୍ୟାସ ଉପରେ ଭାରତ ସତର୍କ ନଜର ରଖିଛି ଏବଂ ଭାରତ-ଚୀନ୍‌ ସୀମାରେ ସତର୍କତା ବୃଦ୍ଧି କରିଛି। ୨୦୨୦ ଗଲୱାନ ସଂଘର୍ଷରେ ୨୦ ଭାରତୀୟ ସୈନିକ ନିହତ ପରେ ୨ ରାଷ୍ଟ୍ର ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ହ୍ରାସ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଭାରତ-ଚୀନ୍‌ ସୈନ୍ୟ ପ୍ରତ୍ୟାହାର ଚୁକ୍ତି। ଉକ୍ତ ଚୁକ୍ତି ପରେ ଚୀନ୍‌ ପ୍ରଥମ ଥର ପାଇଁ ପୂର୍ବ ଲଦାଖରେ  ଏହି ସାମରିକ ସମରାଭ୍ୟାସ କରୁଛି।  ସମୁଦ୍ର ପତ୍ତନଠାରୁ ଉଚ୍ଚ ସ୍ଥାନମାନଙ୍କରେ ଚୀନ୍‌ ଏହାର ସ୍ଥିତି ସୁଦୃଢ଼ କରିବା ପାଇଁ ଏବଂ ଏହାର ସେନା ସଦସ୍ୟଙ୍କୁ ପ୍ରତିକୂଳ ସ୍ଥିତିର ମୁକାବିଲା କରାଇବାପାଇଁ ଏଭଳି ସମରାଭ୍ୟାସ କ‌ରେ।

‘ଲଦାଖ ବିବାଦ ଏବେ ବି କିଛି ମାତ୍ରାରେ ରହିଛି’, ଜମ୍ମୁ-କଶ୍ମୀରରେ ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୬୦% ପାକିସ୍ତାନୀ:‌ ସେନାମୁଖ୍ୟ

ନୂଆଦିଲ୍ଲୀ:  ସେନା ମୁଖ୍ୟ  ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ଏକ ଗୁରୁ୍ତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି,  ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଏବଂ ଚୀନ୍‌ ସେନା ମଧ୍ୟରେ ଏବେ ବି କିଛି ମାତ୍ରାରେ ବିବାଦ ରହିଛି। ସ୍ଥିତିରେ ସୁଦ୍ଧାର ଆସିବା ପାଇଁ  ଏବଂ ଉତ୍ତମ ବୁଝାମଣା ପାଇଁ ଉଭୟ ପକ୍ଷଙ୍କୁ ପୁଣିଥରେ ଏକାଠି ବସି ଆଲୋଚନା କରିବାର ଆବଶ୍ୟକତା ରହିଛି । ଜାନୁଆରି ୧୫ରେ ସେନା ଦିବସ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେନା ମୁଖ୍ୟ ଆଜି ଏହି ଟିପ୍ପଣୀ ଦେଇଛନ୍ତି।  ଦ୍ବିବେଦୀ କହିଛନ୍ତି, ଉଭୟ ପକ୍ଷ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ଏବଂ ସେନା ମୁତୟନ କରିଛନ୍ତି। ତେଣୁ ଉକ୍ତ ଅଞ୍ଚଳରେ  ଏବେ ବି କିଛି ମାତ୍ରାରେ ବିବାଦ ‌ରହିଛି। ତେଣୁ ଆମକୁ ଉଭୟ ପକ୍ଷଙ୍କୁ ଏକାଠି ବସି ପରସ୍ପର ଉପରେ ବିଶ୍ବାସ ସ୍ଥାପନ କରିବାପାଇଁ ଏବଂ ସ୍ଥିତିକ ଶାନ୍ତି କରିବାପାଇଁ ଏକ ବଡ଼ ବୁଝାମଣାରେ ପହଞ୍ଚିବାକୁ ପଡ଼ିବ। ଜମ୍ମୁ ଓ କଶ୍ମୀରରେ ଗତ ବର୍ଷ ଯେତିକି ସଂଖ୍ୟକ ଆତଙ୍କବାଦୀ ନିହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ପାକିସ୍ତାନୀ ବୋଲି ସେନା ମୁଖ୍ୟ କହିଛନ୍ତି। ଜମ୍ମୁ ଓ କଶ୍ମୀରରେ ସ୍ଥିତି ଦୃଢ଼ ଭାବେ ନିୟନ୍ତ୍ରଣରେ ରହିଛି। ଏଲ୍‌ଓସିରେ ଅସ୍ତ୍ରବିରତି ଫେବ୍ରୁଆରି ୨୦୨୧ ଠାରୁ ଜାରି ରହିଛି। ତେବେ ସୀମା ଅଞ୍ଚଳରେ ଆତଙ୍କବାଦୀଙ୍କ ନିର୍ମାଣ, ପ୍ରଶିକ୍ଷଣ ଆଦି ଯଥାବତ୍‌ ଚାଲିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.