Breaking News

ଏଲ୍‌ପି ଟିମ୍‌ ପକ୍ଷରୁ ରକ୍ତଦାନ ଶିବିର

ସ୍ବେଚ୍ଛାସେବୀ ସଙ୍ଗଠନ ‘ଲେଡି ପ୍ରୋଟେକ୍ଟ ଟିମ୍‌ ଟ୍ରଷ୍ଟ’ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଉଦ୍ୟମରେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ଦୁର୍ଗାପଡ଼ିଆରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।

ଚନ୍ଦ୍ରଶେଖରପୁର: ସ୍ବେଚ୍ଛାସେବୀ ସଙ୍ଗଠନ ‘ଲେଡି ପ୍ରୋଟେକ୍ଟ ଟିମ୍‌ ଟ୍ରଷ୍ଟ’ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଉଦ୍ୟମରେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ଦୁର୍ଗାପଡ଼ିଆରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ସଂଗଠନ ସଭାପତି ରମାକାନ୍ତ ସ୍ବାଇଁ ଓ ସମ୍ପାଦକ ଅନିରୁଦ୍ଧ ଲେଙ୍କାଙ୍କ ନେତୃତ୍ବରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ସମାଜସେବୀ ମନୋଜ କୁମାର ସାହୁ, ସଂଗଠନ ଉପଦେଷ୍ଟା ସମରେନ୍ଦ୍ର ସାହୁ, ପୁଷ୍ପାଞ୍ଜଳି ପାଣି, ବିଜୟ ପାତ୍ର, କୋଷାଧ୍ୟକ୍ଷ ବିଶ୍ୱନାଥ ଜେନା, ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ କେଶବ ପାଣି, ସାମ୍ବାଦିକ ବିଦ୍ୟାଧର ବାରିକ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ସୁଶାନ୍ତ କୁମାର ମହାନ୍ତି, ଅନୁରାଗ ମଲ୍ଲିକ, ମଧୁସୂଦନ ପାତ୍ର, ଅର୍ପିତ ସାହୁ, ପ୍ରୟାସ ଜେନା, ସାରଦା ମହାପାତ୍ର, ପାପୁନ୍‌ ସାହୁ, ପ୍ରିୟମ୍‌ କାନୁନ୍‌ଗୋ, ରଞ୍ଜନ ବେହେରା, ଦିବ୍ୟରଞ୍ଜନ ନାୟକ, ଅଦିତ୍ୟ ଦାସ, ଜୀତେନ୍ଦ୍ର ମିଶ୍ର, ସିଦ୍ଧାର୍ଥ ଘଡ଼ାଇ, ଅବିନାଶ ମହାନ୍ତି, ମଧୁସୂଦନ ଦାଶ, ଶୁଭଶ୍ରୀ ଦାଶ, ବିଜୟଲକ୍ଷ୍ମୀ ଦାଶ, ସେଫାଳି ଦାଶ, ସଂଗ୍ରାମ ସୁବୁଦ୍ଧି, ବିପିନ ସାମଲ, ଦିନେଶ ଦାସ, ହିମାଂଶୁ ନାୟକ, ରାଧାଶ୍ୟାମ ଚୌଧୁରୀ, ବିଭୂତିଭୂଷଣ ସାହୁ, ବିଜୟ ବାରିକ ପ୍ରମୁଖ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, ବିଏମ୍‌ସି ଡାକ୍ତରଖାନା ଡାକ୍ତର ସୁଶାନ୍ତ କୁମାର ନାୟକ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସହ‌କର୍ମୀ ସଂଘମିତ୍ରା ସ୍ବାଇଁ, ଲକ୍ଷ୍ମୀପ୍ରିୟା ସାହୁ, ଲିପକ ପାତ୍ର ଓ ପ୍ରକାଶ ବରାଳ ରକ୍ତସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଭଗବାନ ଦାସ, ପ୍ରିୟବ୍ରତ ମହାନ୍ତି, ଲିପନ୍‌ ସାହାଣୀ, ଚନ୍ଦନ ମହତ, ବିଶ୍ୱଜିତ୍ ଜେନା, ଅନିତା ଉତ୍ତରାୟ, ଅମିତ୍ ଚୌଧୁରୀ, ପ୍ରିତିନନ୍ଦା ଖିଲାର୍, ଲକ୍ଷ୍ମୀପ୍ରିୟା ସୁନ୍ଦରାୟ, ଅନିତା ପ୍ରଧାନ, ବନିତା ମଲ୍ଲିକ, ପ୍ରମିଳା ପ୍ରଧାନ, ଭବାନୀ ମହାଲିଙ୍ଗ, ଶୁଭ୍ରଜିତ୍ ମହାନ୍ତି, ମୁନା ନାୟକ, ସୁମିତ୍ରା ପାତ୍ର ଶିବିର ପରିଚାଳନା କରିଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.