Breaking News

ଏସ୍‌ୟୁଭି ବଜାରରେ: ଡିଫେଣ୍ଡର୍‌ ଅକ୍ଟା

ଲ୍ୟାଣ୍ଡ ରୋଭର୍‌ କମ୍ପାନି ନିଜର ସବୁଠାରୁ ଶକ୍ତିଶାଳୀ ଏସ୍‌ୟୁଭି ଡିଫେଣ୍ଡର୍‌ ଅକ୍ଟାକୁ ଭାରତୀୟ ବଜାରରେ ପ୍ରବେଶ କରାଇଛି। ଭାରତରେ ୨.୫୯ କୋଟି ଟଙ୍କା (ଏକ୍ସ-ସୋରୁମ୍‌)ରେ ଲଞ୍ଚ୍ ହୋଇଛି। ଏହାର ୨ଟି ଭାରିଆଣ୍ଟ ରହିଛି।

ଲ୍ୟାଣ୍ଡ ରୋଭର୍‌ କମ୍ପାନି ନିଜର ସବୁଠାରୁ ଶକ୍ତିଶାଳୀ ଏସ୍‌ୟୁଭି ଡିଫେଣ୍ଡର୍‌ ଅକ୍ଟାକୁ ଭାରତୀୟ ବଜାରରେ ପ୍ରବେଶ କରାଇଛି। ଭାରତରେ ୨.୫୯ କୋଟି ଟଙ୍କା (ଏକ୍ସ-ସୋରୁମ୍‌)ରେ ଲଞ୍ଚ୍ ହୋଇଛି। ଏହାର ୨ଟି ଭାରିଆଣ୍ଟ ରହିଛି। ଡିଫେଣ୍ଡର୍‌ ଅକ୍ଟାର ମୂଲ୍ୟ ୨.୫୯ କୋଟି ଟଙ୍କ‌ା (ଏକ୍ସ ସୋ’ରୁମ୍‌) ଓ ଡିଫେଣ୍ଡର୍‌ ଅକ୍ଟା ଏଡିସନ୍‌ ୱାନ୍‌ର ମୂଲ୍ୟ ୨.୭୯ କୋଟି ଟଙ୍କା (ଏକ୍ସ ସୋ’ରୁମ୍‌) ରହିଛି। ଏଥିରେ ୪.୪ ଲିଟର୍‌ ଟ୍ବିନ୍‌ ଟର୍ବୋ ମାଇଲ୍‌ଡ-ହାଇବ୍ରିଡ୍‌ ଭି୮ ଇଂଜିନ୍‌ ରହିଥିବା ବେଳେ ଏହାର ଓଜନ ୨.୫ ଟନ୍‌। ଡିଫେଣ୍ଡର୍‌ ଅକ୍ଟାର ସର୍ବାଧିକ ବେଗ ୨୫୦ କି.ମି. ପ୍ରତି ଘଣ୍ଟା ବୋଲି କମ୍ପାନି ଦାବି କରିଛି। ଏହାସହ ଏଥିରେ ୬ଡି ଡାଏନାମିକ୍‌ ଏୟାର୍‌ ସସ୍‌ପେନ୍‌ସନ୍‌, ଅଫ୍‌-ରୋଡ୍‌ ଓ ଅନ୍‌-ରୋଡ୍‌ ଡ୍ରାଇଭିଂ ମୋଡ୍‌, ନୂଆ ଗ୍ରିଲ୍‌, ରିୟର୍‌ ବମ୍ପର, ଆଲଏ ଅଣ୍ଡର୍‌ବଡି ପ୍ରୋଟେକ୍ସନ୍‌, ଲେଦର୍‌ ଓ ଫେବ୍ରିକ୍‌ ସିଟ୍‌ ଅପ୍‌ସନ୍‌। ଏଥିରେ ୪୦୦ ଏମ୍‌ଏମ୍‌ର ଡିସ୍କ ବ୍ରେକ୍‌ ଓ ବ୍ରେମ୍ବୋ କୈଲିପର୍ସ ଲଗାଯାଇଛି। ଏହାର ଗ୍ରାଉଣ୍ଡ୍ କ୍ଲିୟରାନ୍ସ ୨୮ମିମି ବଢ଼ାଯାଇଛି ଏବଂ ଏହା ୧ ମିଟର ଯାଏ ପାଣିରେ ସ୍ବଚ୍ଛନ୍ଦରେ ଚାଲିପାରିବ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.