Breaking News

ଏହି ଫେମସ୍ ସିଙ୍ଗରଙ୍କ ଭାଇ ପ୍ରେମରେ ପଡ଼ିଛନ୍ତି ସ୍ମୃତି ମାନ୍ଧାନା! ଜାଣନ୍ତୁ ପୂରା ଖବର

0

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମାନ୍ଧାନା ସବୁବେଳେ ନିଜର ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଖବର ଆସିଛି ଯେ, ସ୍ମୃତି ମାନ୍ଧାନା ଫେମସ୍ ସିଙ୍ଗର ପଲକ ମୁଛଲଙ୍କ ଭାଇକୁ ଡେଟ୍ କରୁଛନ୍ତି ।

କିଛି ଛପି ରହିଥିବା ଫଟୋ ମାଧ୍ୟମରେ ସୋସିଆଲ ମିଡିଆରେ ଗାୟକ ପଲକ ମୁଛଲଙ୍କ ଭାଇ ପାଲାଶ ମୁଛଲଙ୍କୁ ଡେଟ୍ କରିବା ପରେ ସ୍ମୃତି ମାନ୍ଧାନା ପୁଣିଥରେ ହେଡଲାଇନରେ ଆସିଛନ୍ତି। ସ୍ମୃତି ମାନ୍ଧାନା ପାଲାଶଙ୍କ ସହ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଥିଲେ, “ଶୁଦ୍ଧ ଆତ୍ମାକୁ ଜନ୍ମଦିନର ଶୁଭେଚ୍ଛା। ଆଗକୁ ଏକ ଭଲ ବର୍ଷ ତୁମ ଅପେକ୍ଷାରେ। ଏହି ଫଟୋ ଗୁଡ଼ିକ ପରେ ଜନ୍ମଦିନ ଉତ୍ସବରେ ସ୍ମୃତି ଏବଂ ପାଲାଶ ଏକାଠି ପୋଜ୍ କରୁଥିବା ଦେଖାଯାଇଛି।

ସେହିପରି ପଲାଶ ମଧ୍ୟ ସ୍ମୃତି ମାନ୍ଧାନାଙ୍କ ଜନ୍ମ ଦିନରେ ପଲାସ ଏକ ଫଟୋ ଟ୍ୱିଟ୍ କରି ଏହାର କ୍ୟାପସନ୍‌ରେ ଲେଖିଥିଲେ କି ଶକ୍ତିଶାଳୀ ଝିଅଙ୍କୁ ଜନ୍ମ ଦିନର ଶୁଭେଚ୍ଛା। ଦୁହିଁଙ୍କର ଏହି ଫଟୋ ଦେଖି ପ୍ରସଂସକମାନେ ଆକଳନ କରୁଛନ୍ତି ଯେ, ଦୁହେଁ ପ୍ରେମରେ ପଡ଼ିଛନ୍ତି।

Leave A Reply

Your email address will not be published.