ଓଜନ ବଢାଉଛି ବାୟୁ ପ୍ରଦୂଷଣ! ସଦ୍ୟ ଅଧ୍ୟୟନରୁ ଖୁଲାସା
ନୂଆଦିଲ୍ଲୀ ୨୯/୧୧: ବାୟ ପ୍ରଦୂଷଣ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ । ସେହିପରି ହୃଦ୍ଘାତ ଓ ଷ୍ଟ୍ରୋକ୍ର ଆଶଙ୍କା ବଢାଇଥାଏ । ତା’ ସହିତ ଓଜନ ମଧ୍ୟ ବଢାଇପାରେ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ । ବାୟୁ ପ୍ରଦୂଷଣ ବିଭିନ୍ନ ଉପାୟରେ ବ୍ୟକ୍ତିକୁ ମୋଟା କରିଥାଏ । ଶୀତ ଋତୁରେ ବାୟୁ ପ୍ରଦୂଷଣ ବହୁ ମାତ୍ରାରେ ବଢିଥାଏ । ବାୟୁ ପ୍ରଦୂଷଣ ଯୋଗୁ ବାୟୁମଣ୍ଡଳ ବିଷାକ୍ତ ହୋଇପଡେ । ଫଳରେ ବିଭିନ୍ନ ସମସ୍ୟା ଦେଖା ଦେବା ସ୍ୱାଭାବିକ । ଗବେଷଣା ଅନୁସାରେ ପାର୍ଟିକୁଲେଟ୍ ମ୍ୟାଟର୍ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଓ କାର୍ବନ୍ ଡାଇଅକ୍ସାଇଡ୍ ସଂସ୍ପର୍ଶରେ ଅଧିକ ଦିନ ରହିବା ଦ୍ୱାରା ଇନ୍ଫ୍ଲାମେସନ୍ ଓ ମେଟାବଲିଜିମ୍ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳିଥାଏ । ଏହା ଓଜନ ବଢାଇବା ସହ ମୋଟା ହେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ସ୍ପେନ୍ରେ ୨୦୨୧ରେ ପିଲାଙ୍କ ଉପରେ କରାଯାଇଥିବା ଏକ ସର୍ଭେ ଅନୁସାରେ ବଢୁଥିବା ବାୟୁ ପ୍ରଦୂଷଣ, ସଡ଼କରେ ଯାତାୟତ ବେଳେ ହେଉଥିବା ଗହଳି ଯୋଗୁ ପିଲାମାନେ ମୋଟା ହୋଇଥାନ୍ତି । କାରଣ ପିଲା ଓ କିଶୋରମାନେ ଅଧିକ ସକ୍ରିୟ ରହିବା ସହ ବାୟୁମଣ୍ଡଳରୁ ଅଧିକ ବାୟୁ ଗ୍ରହଣ କରିଥାନ୍ତି । ତେଣୁ ବୟସ୍କଙ୍କ ତୁଳନାରେ ପିଲାମାନେ ଅଧିକ ମୋଟା ହୋଇଥାନ୍ତି ।
ସୌଜନ୍ୟ-ପ୍ରମେୟ



