Breaking News

ଓଡ଼ିଶାରେ ବିଏସ୍‌ଏନ୍‌ଏଲର ନୂତନ ସେବା

ଭୁବନେଶ୍ୱର,୧୭।୨: ବିଏସଏନଏଲ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ଓଡ଼ିଶା ଗସ୍ତରେ ଆସିଛନ୍ତି। ଶନିବାର ସେ ବିଏସଏନଏଲ ଭବନରେ ଓଡ଼ିଶାର ପ୍ରଦର୍ଶନକୁ ନେଇ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ବିଏସଏନଏଲର ମହାପ୍ରବନ୍ଧକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରବି ଓଡ଼ିଶା ପରିମଣ୍ଡଳରେ ରାଜସ୍ବ ବୃଦ୍ଧି, ଭାରତ ଫାଇବର ବିକାଶ, ୪ଜି ସମ୍ପୂର୍ଣ୍ଣତା ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ଗସ୍ତ ଅବସରରେ ବିଏସଏନଏଲ ସିଏମଡି ସ୍କାଇପ୍ରୋ ସହଭାଗିତାରେ ବିଏସଏନଏଲ ଓଡ଼ିଶା ପରିମଣ୍ଡଳର ଏଫଟିଟିଏଚ ଗ୍ରାହକଙ୍କ ପାଇଁ ଆଇଏଫଟିଭି (ଇଣ୍ଟରନେଟ ଫାଇବର ଟିଭି) ସେବାକୁ ଉଦଘାଟନ କରିଥିଲେ । ଏହି ସେବା ଜରିଆରେ ବିଏସଏନଏଲ ଓଡ଼ିଶା ପରିମଣ୍ଡଳର ଏଫଟିଟିଏଚ ଗ୍ରାହକଙ୍କୁ ପାଖାପାଖ ୫୫୦ ଲାଇଭ ଟିଭି ଚାନେଲ ଦେଖିବା ପାଇଁ ନିଃଶୁଳ୍କ ସେବା ଯୋଗାଇ ଦିଆଯିବ ବିଏସଏନଏଲ ଗ୍ରାହକଙ୍କ ପାଇଁ ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ ଡିଜିଟାଲ ମନୋରଞ୍ଜନକୁ ଅଧିକ ସୁଲଭ କରିବ। ଏ ଅବସରରେ ବିଏସଏନଏଲ ସିଏମଡି କହିଛନ୍ତି, ବିଏସଏନଏଲ ବିଆଇଟିଭି ବ୍ରାଣ୍ଡ ନାମରେ ବିଏସଏନଏଲ ମୋବାଇଲ ଗ୍ରାହକଙ୍କ ପାଇଁ ମାଗଣା ଟିଭି ଦେଖିବାର ସେବା ଆରମ୍ଭ କରିଛି। ବିଏସଏନଏଲ ଓଡ଼ିଶା ପରିମଣ୍ଡଳ ଡିଜିଟାଲ ଭାରତ ନିଧ ପ୍ରକଳ୍ପ ଅଧୀନରେ ବିଭିନ୍ନ ଜିଲ୍ଲାର ଉପାନ୍ତ ଇଲାକାରେ ପୂର୍ବରୁ ୭୮୬ ନୂଆ ୪ଜି ଟାୱାର୍‌ ପ୍ରତିଷ୍ଠା କରିଛି।

 

 

 

 

ସୌଜନ୍ୟ-ଧରିତ୍ରୀ

 

Comments are closed.