Breaking News

ଓଡିଶା ପୋଲିସରେ ଡ୍ରାଇଭର ନିଯୁକ୍ତି ମାମଲା : ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ୧୭।୧୨ : ଓଡିଶା ପୋଲିସରେ ଡ୍ରାଇଭର ନିଯୁକ୍ତି ମାମଲା।  ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।  ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସସୀମା କୋହଳ କରିବାକୁ ହୋଇଥିଲା ଆବେଦନ। ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ବାହାରିଥିଲା ବିଜ୍ଞପ୍ତି ।  ୪୦୫ ଟି ଡ୍ରାଇଭର ପଦବୀ ପାଇଁ ଜାରୀ ହୋଇଥିଲା ବିଜ୍ଞପ୍ତି।   ୧।୧।୨୪ ସୁଦ୍ଧା ସର୍ବାଧିକ ବୟସସୀମା ୨୩ ବର୍ଷ ଧାର୍ଯ୍ୟ ହୋଇଥିଲା।

 

 

 

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.