ଦେଶ ବିଦେଶ

କଂଗ୍ରେସକୁ ଜୋରଦାର ଝଟ୍‌କା, ଏକାସାଙ୍ଗେ ଦଳ ଛାଡ଼ିଲେ ୪୧ ନେତା

ଭୁବନେଶ୍ୱର ୨୪।୦୧ : କଂଗ୍ରେସକୁ ଝଟ୍‌କା । ଗୋଟିଏ ପଟେ ଦଳ ସୁଧାରିବାକୁ ଘନ ଘନ ବୈଠକ ବସୁଛି । ହେଲେ ଦଳ ସୁଧୁରିବ କଣ.. ଏବେ ଦଳ ଛାଡ଼ିଲେଣି ପୁଳା ପୁଳା ନେତା । ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଜୋରଦାର ଝଟ୍‌କା । ଏକାସାଙ୍ଗେ ୪୧ କଂଗ୍ରେସ ନେତା ପାର୍ଟି ଛାଡ଼ିଥିବା ଜଣାପଡିଛି । ଏକାସାଙ୍ଗେ ନିଜ ଇସ୍ତଫା ଦେଇଛନ୍ତି । ଦଳରେ ଚାଲିଥିବା ଅନ୍ତଃକନ୍ଦଳ ଲାଗି ଇସ୍ତଫା ଦେଇଥିବା ଜଣାପଡିଛି ।

ଖବର ଅନୁଯାୟୀ, ରାଜ୍ୟ କଂଗ୍ରେସର ବଡ଼ଧରଣର ହଇଚଣ ସୃଷ୍ଟି ହୋଇଛି । ଲଗାତର ଭାବେ ରାଜ୍ୟ କଂଗ୍ରେସରେ ପିସିସି ସଭାପତି ଭକ୍ତ ଦାସଙ୍କ ବିରୋଧ ଜାରି ରହିଛି । ଏହିକ୍ରମରେ ଶନିବାର ଦିନ ଏକାସାଙ୍ଗେ ଇସ୍ତଫା ଦେଇଛନ୍ତି ୪୧ କଂଗ୍ରେସ ନେତା । ଦଳରୁ ମହମ୍ମଦ ମୋକିମଙ୍କୁ ବହିଷ୍କାରକୁ ବିରୋଧ କରି ସମସ୍ତ ୪୧ ନେତା ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ପିସିସି ମୁଖପାତ୍ର, ପୂର୍ବତନ ବ୍ଲକ କଂଗ୍ରେସ ଅଧ୍ୟକ୍ଷ, ମହିଳା କଂଗ୍ରେସ ସମ୍ପାଦକଙ୍କ ସହ ଯୁବ ଓ ଛାତ୍ର କର୍ମକର୍ତ୍ତା ରହିଥିବା ଜଣାପଡିଛି।

ତେବେ ଆଗକୁ ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ରହିଛି । ଏହିସବୁ ସମୟରେ ମଧ୍ୟରେ ଦଳରୁ ଲଗାତର ଭାବେ କର୍ମୀ ଇସ୍ତଫା ଦେବାରେ ଲାଗିଛି । କାହାକୁ ଦଳ ବିଦା କରୁଛି ତ , ଆଉ କିଏ ନିଜ ଆଡୁ ଇସ୍ତଫା ଦେଉଛନ୍ତି । ଆଗାମୀ ଦିନରେ ଏତେ ସବୁ ବଡ଼ ବଡ଼ ନିର୍ବାଚନ ରହିଛି । କିନ୍ତୁ ଦଳ ନେତା ଶୃନ୍ୟ ହେବାରେ ଲାଗିଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button