ଓଡିଶାରାଜନୀତି

କଟକରେ ବିଜେଡି ବିବାଦ ପ୍ରସଙ୍ଗ, ଦଳ ଛାଡିବେନାହିଁ ଅସନ୍ତୁଷ୍ଟ କର୍ପୋରେଟର

ଶୁକ୍ରବାର ଦଳର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ନେତୃତ୍ୱରେ କର୍ପୋରେଟରମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଆଉ ବହୁ ବୁଝା ସୁଝା ପରେ ଅସନ୍ତୁଷ୍ଟ କର୍ପୋରେଟରମାନେ ଶେଷରେ ଦଳ ନଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

କଟକ: ଦଳ ଛାଡ଼ିବେ ନାହିଁ କଟକ ମହାନଗର ନିଗମର ବିଜେଡି କର୍ପୋରେଟରମାନେ। ଶୁକ୍ରବାର ଦଳର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ନେତୃତ୍ୱରେ କର୍ପୋରେଟରମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଆଉ ବହୁ ବୁଝା ସୁଝା ପରେ ଅସନ୍ତୁଷ୍ଟ କର୍ପୋରେଟରମାନେ ଶେଷରେ ଦଳ ନଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ପରେ କଟକ ମହାନଗର ବିଜେଡିରେ ଦେଖାଦେଇଥିବା ବିଦ୍ରୋହକୁ ପ୍ରଶମିତ କରିବାଲାଗି ହୋଇଥିବା କସରତ କିଛି ମାତ୍ରାରେ ସଫଳ ହୋଇଛି।

ସୂଚନାଥାଉକି, ବିଜେଡିରୁ ପ୍ରଭାତ ବିଶ୍ୱାଳ ବହିଷ୍କୃତ ହେବା ଏବଂ ବିଧାୟକ ସୌଭିକ ବିଶ୍ୱାଳ ନିଲମ୍ବିତ ହେବାପରେ, ଅନେକ ବିଜେଡି କର୍ପୋରେଟର ନାରାଜ ହୋଇଥିଲେ। ଗତ ମଙ୍ଗଳବାର ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ଏକାଠି ହୋଇଥିଲେ ଅସନ୍ତୁଷ୍ଟ ନେତା ଏବଂ କର୍ପୋରେଟର। ସେଥି ମଧ୍ୟରୁ ଅନକେ ଦଳରୁ ଇସ୍ଥଫା ଦେବାଲାଗି ମଧ୍ୟ ଚେତାବନୀ ଦେଇଥିଲେ।

ତେବେ ଶୁକ୍ରବାର ଭେଟେରାନ କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆଙ୍କ ବାସ ଭବନରେ ବସିଥିବା ବୈଠକରେ ଏହାର ସମାଧାନ ହୋଇଛି। ବୈଠକରେ ସାମିଲ ହୋଇଥିବା ୯ ଜଣ ବିଜେଡି କର୍ପୋରେଟର ଇସ୍ତଫା ନଦେବାଲାଗି ଏକ ମତ ହୋଇଛନ୍ତି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button