ଜାତୀୟ

କତାରରେ ପୁଣି ଥରେ ଗିରଫ ହେଲେ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ପୂର୍ଣ୍ଣେନ୍ଦୁ ତିୱାରୀ

କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀଙ୍କୁ କତାରରେ ପୁଣି ଥରେ ଗିରଫ କରାଯାଇଛି।ବୈଦେଶିକ ମନ୍ତ୍ରାଳୟ (ଏମଇଏ) ଏହି ଘଟଣା ପୁଷ୍ଟି କରିଛନ୍ତି। ମନ୍ତ୍ରାଳୟ ମୁଖପାତ୍ର ରଣଧିର ଜୟସ୍ୱାଲ କହିଛନ୍ତି ଯେ କତାର କୋର୍ଟଙ୍କ ଆଦେଶରେ ତାଙ୍କୁ ଗତ ଡିସେମ୍ବର ମାସରେ ଅଟକ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ତିୱାରୀ ସେହି ୮ ଅଧିକାରୀଙ୍କ ମଧ୍ୟରେ ଜଣେ ଯିଏ ମୁକ୍ତି ପରେ ମଧ୍ୟ ଭାରତ ଫେରି ପାରି ନାହାନ୍ତି।

ନୂଆଦିଲ୍ଲୀ ୧୦।୧: କତାରରୁ ପୁଣି ଥରେ ଏକ ଚିନ୍ତାଜନକ ଖବର ଆସୁଛି। ସେଠାରେ ଫଶି ରହିଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀଙ୍କୁ ପୁଣି ଥରେ ଗିରଫ କରାଯାଇଛି। ବୈଦେଶିକ ମନ୍ତ୍ରାଳୟ (ଏମଇଏ) ଏହି ଘଟଣା ପୁଷ୍ଟି କରିଛନ୍ତି। ମନ୍ତ୍ରାଳୟ ମୁଖପାତ୍ର ରଣଧିର ଜୟସ୍ୱାଲ କହିଛନ୍ତି ଯେ କତାର କୋର୍ଟଙ୍କ ଆଦେଶରେ ତାଙ୍କୁ ଗତ ଡିସେମ୍ବର ମାସରେ ଅଟକ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ତିୱାରୀ ସେହି ୮ ଅଧିକାରୀଙ୍କ ମଧ୍ୟରେ ଜଣେ ଯିଏ ମୁକ୍ତି ପରେ ମଧ୍ୟ ଭାରତ ଫେରି ପାରି ନାହାନ୍ତି।

ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ସୂଚନା ଦେଇଛନ୍ତି ଯେ ତିୱାରୀଙ୍କୁ ଏକ ଏପରି ମାମଲାରେ ଗିରଫ କରାଯାଇଛି ଯାହା କତାରରେ ଦୀର୍ଘ ସମୟରୁ ଚାଲିଥିଲା। ଏହି କାର୍ଯ୍ୟାନୁଷ୍ଠାନରେ କିଛି ଅନ୍ୟ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ଏହି ଗିରଫ ଲୋକମାନେ ଭାରତୀୟ ନୁହନ୍ତି। ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦୋହାସ୍ଥିତ ଭାରତୀୟ ଦୂତାବାସ କମାଣ୍ଡର ତିୱାରୀ ଓ ତାଙ୍କ ପରିବାର ସହିତ ଲଗାତର ସମ୍ପର୍କରେ ରହିଛି ଓ ସେମାନଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯାଉଛି। ଯେହେତୁ ତିୱାରୀଙ୍କୁ କୋର୍ଟ ଆଦେଶରେ ଗିରଫ କରାଯାଇଛି ଓ ମାମଲା ନ୍ୟାୟାଳୟରେ ବିଚାରାଧୀନ ରହିଛି ଏଥି ପାଇଁ ମନ୍ତ୍ରାଳୟ ପ୍ରସଙ୍ଗରେ ଅଧିକ ଟିପ୍ପଣୀ କରିବାକୁ ମନା କରିଦେଇଛନ୍ତି।

ତେବେ ଏହି ମାମଲା ୨୦୨୨ରୁ ଚର୍ଚ୍ଚାରେ ରହିଛି, ଯେତେବେଳେ କତାର ଗୁଇନ୍ଦା ଏଜେନ୍ସୀ ଗୁପ୍ତଚର ସନ୍ଦେହରେ ୮ ଭାରତୀୟ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଗିରଫ କରିଥିଲା। ଏମାନେ ସମସ୍ତେ ‘ଦାହାରା ଗ୍ଲୋବାଲ ଟେକ୍ନୋଲଜିସ୍’ କମ୍ପାନୀରେ କତାର ନୌସେନାକୁ ପ୍ରଶିକ୍ଷଣ ଦେଉଥିଲେ। ଅକ୍ଟୋବର ୨୦୨୩ରେ କତାର କୋର୍ଟ ଏହି ସମସ୍ତ ଭାରତୀୟଙ୍କୁ ମୃତ୍ୟୁଦଣ୍ଡାଦେଶ କରିଥିଲେ। ଏହାକୁ ଭାରତ ବିରୋଧ କରିଥିଲା ଓ ଭାରତ ସରକାରଙ୍କ କୁଟନୈତିକ ପ୍ରୟାସ ପରେ ଫେବୃଆରୀ ୨୦୨୪ରେ ସମସ୍ତ ୮ ଜଣ ଭାରତୀୟ ଅଧିକାରୀଙ୍କୁ ମୁକ୍ତ କରିଦିଆଯାଇଥିଲା।

ମୁକ୍ତ ହେବା ପରେ ୭ ଅଧିକାରୀ ଭାରତ ଫେରିଆସିଥିଲେ। ହେଲେ ପୂର୍ଣ୍ଣେନ୍ଦୁ ତିୱାରୀଙ୍କୁ କିଛି ଆଇନଗତ କଟକଣା ଲାଗି କତାରରେ ରହିବାକୁ ଆଦେଶ ଦିଆଯାଇଥିଲା। କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ ମଧ୍ୟପ୍ରଦେଶ ଗୋୱାଲିୟରର ବାସିନ୍ଦା। ସେ ଭାରତ ଫେରି ନ ପାରିବା ଓ ସେଠାରେ ପୁଣି ଥରେ ଗିରଫ ହେବା ତାଙ୍କ ପରିବାରକୁ ଗଭୀର ଆଘାତ ଦେଇଛି। ତାଙ୍ ଭଉଣୀ ସୋସିଆଲ ମିଡିଆ ଓ ଅନ୍ୟ ମଧ୍ୟାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଓ ନୌସେନା ମୁଖ୍ୟଙ୍କୁ ତାଙ୍କ ଭାଇଙ୍କୁ ମାନବୀୟ ଆଧାରରେ ଯେତେ ଶୀଘ୍ର ସମ୍ଭବ ଭାରତ ଫେରାଇ ଅଣାଯାଉ ବୋଲି ନିବେଦନ କରିଛନ୍ତି।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button