Breaking News

କଥାଟିଏ-ଯାଯାବର: ଅପୂର୍ବ ନର୍ତ୍ତକୀ

ଜଣେ ପ୍ରସିଦ୍ଧ ନର୍ତ୍ତକୀ ଥିଲେ। ସାଧାରଣ ଲୋକେ ତ ତାଙ୍କ ନୃତ୍ୟର ରସ ଆସ୍ବାଦନ କରି ବିଭୋର ହେଉଥିଲେ। ଯେଉଁମାନେ ନୃତ୍ୟ ଶାସ୍ତ୍ର ପାରଙ୍ଗମ, ସେମାନେ ବି ଏକମତ ହେଉଥିଲେ ଯେ ଏଭଳି ନୃତ୍ୟ କେବଳ ସ୍ବର୍ଗରେ ଇନ୍ଦ୍ରସଭାରେ ହେଉଥିବ ଅବା!

ଜଣେ ପ୍ରସିଦ୍ଧ ନର୍ତ୍ତକୀ ଥିଲେ। ସାଧାରଣ ଲୋକେ ତ ତାଙ୍କ ନୃତ୍ୟର ରସ ଆସ୍ବାଦନ କରି ବିଭୋର ହେଉଥିଲେ। ଯେଉଁମାନେ ନୃତ୍ୟ ଶାସ୍ତ୍ର ପାରଙ୍ଗମ, ସେମାନେ ବି ଏକମତ ହେଉଥିଲେ ଯେ ଏଭଳି ନୃତ୍ୟ କେବଳ ସ୍ବର୍ଗରେ ଇନ୍ଦ୍ରସଭାରେ ହେଉଥିବ ଅବା!
ଥରେ ରାଜା ତାଙ୍କୁ ନୃତ୍ୟ ଲାଗି ସର୍ବଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରିବା ସକାଶେ ସ୍ଥିର କଲେ। କିନ୍ତୁ ନର୍ତ୍ତକୀ ନିଜେ ରାଜାଙ୍କ ପାଖକୁ ଯାଇ ସେଭଳି ସମ୍ମାନ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କଲେ। ବିସ୍ମିତ ହୋଇ ରାଜା କହିଲେ- ଏ ସମ୍ମାନ ପାଇବା ଲାଗି ଯେ କୌଣସି ସ୍ବନାମଧନ୍ୟ ନର୍ତ୍ତକନର୍ତ୍ତକୀ ସେମାନଙ୍କର ସବୁ କିଛି ଦେବାକୁ ପ୍ରସ୍ତୁତ ହୋଇଯିବେ! କିନ୍ତୁ, ଆପଣ?
ନର୍ତ୍ତକୀ କହିଲେ- କାରଣ ଆମ ରାଜ୍ୟରେ ଜଣେ ଏମିତି ନର୍ତ୍ତକୀ ଅଛନ୍ତି ଯାହାଙ୍କ ତୁଳନାରେ ମୁଁ କାହିଁକି ଆମ ରାଜ୍ୟର ସବୁ ନର୍ତ୍ତକନର୍ତ୍ତକୀ ଅକିଞ୍ଚନ। ସେ ମୋର ଗୁରୁ। ‌ସେ ଥାଉଁ ଥାଉଁ ମୁଁ ଏ ସମ୍ମାନ ଗ୍ରହଣ କରିବା ସୂର୍ଯ୍ୟଙ୍କୁ ମଶାଲ ଦେଖାଇଲା ଭଳି ହେବ।
ରାଜା ଆହୁରି ଚକିତ ହୋଇ କହିଲେ- ମୋ ରାଜ୍ୟରେ ଏଭଳି ନର୍ତ୍ତକୀ ଅଛନ୍ତି, ଅଥଚ ମୁଁ ଜାଣେ ନାହିଁ?
ନର୍ତ୍ତକୀ କହିଲେ- ତାଙ୍କୁ ବୋଧହୁଏ କେହି ଜାଣନ୍ତି ନାହିଁ। କାରଣ ତାଙ୍କ ନୃତ୍ୟ କେହି ଦେଖି ନାହାନ୍ତି। ଆମ ଭଳି ନୃତ୍ୟାଙ୍ଗନା ଦର୍ଶକମାନଙ୍କ ଆଗରେ ନୃତ୍ୟ କରି ପ୍ରଶଂସା ପାଉ। ତାହା ଆମକୁ ଉଲ୍ଲସିତ କରେ। ତାହା ଆମକୁ ନୃତ୍ୟ କରିବା ଲାଗି ପ୍ରେରିତ କରେ। କିନ୍ତୁ ସେ କାହା ଆଗରେ ନୃତ୍ୟ କରନ୍ତି ନାହିଁ। ନିଜ ଲାଗି ନାଚନ୍ତି, ସେଥିରେ ବିହ୍ବଳ ହୁଅନ୍ତି, ଆତ୍ମହରା ହୁଅନ୍ତି, ହଜି ଯାଆନ୍ତି। ଆମ ନୃତ୍ୟରେ ପ୍ରାପ୍ତିର ଆଶା ଥାଏ। ଦର୍ଶକଙ୍କ ପ୍ରତିକ୍ରିୟା ଆମକୁ ପ୍ରଭାବିତ କରେ। କିନ୍ତୁ ତାଙ୍କ ନୃତ୍ୟ ସେଥିରୁ ମୁକ୍ତ। ପ୍ରକୃତି ଯେମିତି ନିଜ ଛନ୍ଦରେ ନିଜେ ନୃତ୍ୟ କରେ, ସେ ବି ସେମିତି କରନ୍ତି। ସେ ନୃତ୍ୟର ଆବେଦନ କେବଳ ଅପୂର୍ବ ନୁହେଁ, ସ୍ବର୍ଗୀୟ ମଧ୍ୟ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.