Breaking News

କଥାଟିଏ-ଯାଯାବର: ଏକ ଅନୁଭୂତି, ଭିନ୍ନ ଶିକ୍ଷା

ଗୋଟିଏ ଦରିଦ୍ର ଗ୍ରାମ ଥିଲା। ସେଇ ଗ୍ରାମର ଲୋକଙ୍କ ଭିତରୁ କେହି କେହି ପରିଶ୍ରମ କରି ସ୍ବଚ୍ଛଳ ହେଲା ମାତ୍ରକେ ଘୋଡ଼ାଟିଏ କିଣୁଥିଲେ। ସେମାନେ ଘୋଡ଼ାରେ ଯିବା ଆସିବା କଲାବେଳେ ରାସ୍ତାରେ ଯାଉଥିବା...

ଗୋଟିଏ ଦରିଦ୍ର ଗ୍ରାମ ଥିଲା। ସେଇ ଗ୍ରାମର ଲୋକଙ୍କ ଭିତରୁ କେହି କେହି ପରିଶ୍ରମ କରି ସ୍ବଚ୍ଛଳ ହେଲା ମାତ୍ରକେ ଘୋଡ଼ାଟିଏ କିଣୁଥିଲେ। ସେମାନେ ଘୋଡ଼ାରେ ଯିବା ଆସିବା କଲାବେଳେ ରାସ୍ତାରେ ଯାଉଥିବା ପଦଚାରୀମାନେ ବେଳେବେଳେ ସେମାନଙ୍କୁ ଖଣ୍ତେ ବାଟ ଘୋଡ଼ାରେ ନେଇଯିବାକୁ ଅନୁରୋଧ କରୁଥିଲେ। କିନ୍ତୁ ସେମାନଙ୍କ ଅନୁରୋଧକୁ କିଏ ରଖୁଥିଲା ତ କିଏ ରଖୁ ନ ଥିଲା। ଏହା ଥିଲା ପ୍ରସଙ୍ଗ। ଏତିକି କହି ସାରି ଗୁରୁ ଶିଷ୍ୟମାନଙ୍କୁ ପଚାରିଲେ- ମୋ ପ୍ରଶ୍ନ ହେଲା ସବୁ ଘୋଡ଼ା ସବାର ଦିନେ ନା ଦିନେ ଦରିଦ୍ର ଥିଲେ। ଦରିଦ୍ର ଥିବାବେଳେ ସେମାନେ ମଧ୍ୟ ଦିନେ ଅନ୍ୟ ଘୋଡ଼ା ସବାରଙ୍କୁ ସାହାଯ୍ୟ ମାଗୁଥିଲେ। କିନ୍ତୁ ସ୍ବଚ୍ଛଳ ହେବା ପରେ କାହିଁକି ସେମାନଙ୍କ ଭିତରୁ କେତେକ ଅନ୍ୟ ପଦଚାରୀମାନଙ୍କୁ ସାହାଯ୍ୟ କରୁ ନ ଥିଲେ?
ଶିଷ୍ୟମାନଙ୍କ ମଧ୍ୟରୁ ଜଣେ କହିଲା: ସବୁ ହେଉଛି ଦୃଷ୍ଟିଭଙ୍ଗୀର କଥା। ସମସ୍ତ ଘୋଡ଼ା ସବାର ସେମାନଙ୍କ ଜୀବନରେ ଏକା ପ୍ରକାର ଅନୁଭୂତି ଲାଭ କରିଥିଲେ ସିନା, କିନ୍ତୁ ସେହି ଅନୁଭୂତି ସେମାନଙ୍କୁ ଅଲଗା ଅଲଗା ପ୍ରକାରେ ଗଢ଼ିଥିଲା। ସେମାନଙ୍କ ଭିତରୁ ଥୋକେ ଭାବୁଥିଲେ ବାଟରେ ଘୋଡ଼ା ଖଣ୍ତିଏ ଚଢ଼ିବାର ସୁଯୋଗ ଜୁଟିଗଲେ ଆମେ ଭାଗ୍ୟକୁ କେତେ ଧନ୍ୟବାଦ ଦେଇନାହେଁ ସତେ! ଏବେ ଯେତେବେଳେ ଭଗବାନଙ୍କ କୃପାରୁ ଘୋଡ଼ା ଚଢ଼ିବାର ସୁ‌େଯାଗ ପାଇଲେ, ଅନ୍ୟମାନଙ୍କୁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବା ଉଚିତ। କିନ୍ତୁ ଆଉ ଥୋକେ ତା’ର ଠିକ୍‌ ଓଲଟା ଭାବୁଥିଲେ। ଘୋଡ଼ାଟିଏ ଚଢ଼ିବା ଲାଗି ଆମେ କେତେ ପରିଶ୍ରମ ନ କରିଛେ! କେତେ ବାଟ ପାଦରେ ଚାଲିନାହେଁ, କହ ତ! ଏବେ ସେମାନେ ବି ଘୋଡ଼ାଟିଏ କରିବା ପୂର୍ବରୁ ପରିଶ୍ରମ କରନ୍ତୁ। ସବୁ କିଛି କ’ଣ ଏମିତି ସହଜରେ ମିଳିଯାଏ?
ଗୁରୁ କହିଲେ- ଠିକ୍‌ କହିଛ। ଅନୁଭୂତି ସମାନ ଥିଲେ ବି ତାହା ହାସଲ କରିଥିବା ଲୋକଙ୍କ ବିଚାର ଭିନ୍ନ ଭିନ୍ନ ହୋଇପାରେ!

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.