Breaking News

କଥାଟିଏ-ଯାଯାବର: ଚିନ୍ତାମୁକ୍ତ ହେବାର ବାଟ

ଜଣେ ଚାଷୀ ସର୍ବଦା ଚିନ୍ତିତ ରହୁଥିଲେ। ଫସଲକୁ ନେଇ ଖରା, ବର୍ଷା, ରୋଗ ଓ ପୋକ ଚିନ୍ତା ତାଙ୍କୁ ଖାଉଥିଲା। ଚିନ୍ତାମୁକ୍ତ ହେବାର ବାଟ ପାଇବା ପାଇଁ ସେ ଗାଁରେ ରହୁଥିବା ଜଣେ ସାଧୁଙ୍କୁ ଭେଟିଲେ।

ଜଣେ ଚାଷୀ ସର୍ବଦା ଚିନ୍ତିତ ରହୁଥିଲେ। ଫସଲକୁ ନେଇ ଖରା, ବର୍ଷା, ରୋଗ ଓ ପୋକ ଚିନ୍ତା ତାଙ୍କୁ ଖାଉଥିଲା। ଚିନ୍ତାମୁକ୍ତ ହେବାର ବାଟ ପାଇବା ପାଇଁ ସେ ଗାଁରେ ରହୁଥିବା ଜଣେ ସାଧୁଙ୍କୁ ଭେଟିଲେ। ସାଧୁ ତାଙ୍କୁ ଅଦୂରର ଗାଁରେ ରହୁଥିବା ଆଉ ଜଣେ ଚାଷୀଙ୍କ ନିକଟକୁ ପଠାଇ ଦେଲେ। ସେ ଚାଷୀ ସର୍ବଦା ଆନନ୍ଦରେ ଦକ ଶୂନ୍ୟ ହୋଇ ରହିଥିଲେ। ଏହି ଚାଷୀ ସେ ଚାଷୀଙ୍କୁ ଏହା କେମିତି ସମ୍ଭବ ବୋଲି ପଚାରିଲେ।

ସେ ଚାଷୀ କହିଲେ- ଫସଲର ଭବିଷ୍ୟତ ନେଇ ଅନିଶ୍ଚିତତା ଥିବାରୁ ଆମେମାନେ ଚିନ୍ତିତ ହୋଇ ପଡୁ। କିନ୍ତୁ ସତ କହିଲେ ଏ ପୃଥିବୀରେ ସବୁ କିଛି ଅନିଶ୍ଚିତ। ତେଣୁ ଆମେ ଭାବି ନେବା ଉଚିତ ଯେ ଆମ ଜୀବନରେ ଅନେକ କିଛିର ନିୟନ୍ତା କୌଣସି ବାହାରର ଶକ୍ତି, ଯାହାଙ୍କୁ ଆମେ ଇଶ୍ବର ବୋଲି କହୁଁ। ତାଙ୍କ ପାଖରେ ନିଜକୁ ସଂପୂର୍ଣ୍ଣ ସମର୍ପଣ କରିଦିଅ।
ଏହା ଶୁଣି ଏ ଚାଷୀ କହିଲେ: ଯଦି ତାଙ୍କ ଇଚ୍ଛା ଅନିବାର୍ଯ୍ୟ, ତେବେ ଆମେ ପରିଶ୍ରମ କରିବା କାହିଁକି?
ସେ ଚାଷୀ କହିଲେ- ସମର୍ପଣର ଅର୍ଥ ଆଳସ୍ୟ ନୁହେଁ, ଏହାର ପ୍ରକୃତ ଅର୍ଥ ହେଲା ନିଜ କାର୍ଯ୍ୟ କରି ଚାଲିବ ଏବଂ ଜାଣିଥିବ ଯେ ପରିଣାମ ତୁମ ହାତରେ ନାହିଁ। ତେଣୁ ପରିଶ୍ରମ କଲେ ଯେ ଭଲ ଫଳ ମିଳିବ ତାହା ନିଶ୍ଚିତ ନୁହେଁ। ତେଣୁ ଯାହା ଫଳ ମିଳିବ ତାକୁ ବିନା ପ୍ରଶ୍ନରେ ସ୍ବୀକାର କରିବା ହେଉଛି ସମର୍ପଣ। ଫସଲ ଭଲ ହେଲେ ପ୍ରଭୁଙ୍କ କରୁଣା, ଫସଲ ଉଜୁଡ଼ି ଗଲେ ବି ତାହା ଇଚ୍ଛା। ତେଣୁ ଭଲ ଫଳ ମିଳିଲେ ପୁଣି ନୂଆ ଉତ୍ସାହ‌ର ସହିତ କାମ ଆରମ୍ଭ କରିବାକୁ ହେବ। ବେଳେ ବେଳେ ଥରେ ନୁହେଁ, ଅନେକ ଥର ବିପରୀତ ଫଳ ଆସିପାରେ। ଭାଗ୍ୟ ସହାୟକ ହୋଇ ନ ପାରେ। କିନ୍ତୁ ଏ ଅନିଶ୍ଚିତତା ଭରା ଦୁନିଆରେ ଯାହା ଘଟୁଛି ତାକୁ ବିନମ୍ରତାର ସହିତ ସ୍ବୀକାର କରିନେଲେ ହିଁ ମନରେ ଉଦ୍‌ବେଳନ ରହିବ ନାହିଁ। ଜୀବନର ନାନା ଦୁଶ୍ଚିନ୍ତାରୁ ମୁକ୍ତ ହେବା ଲାଗି ଏହା କେବଳ ଏକମାତ୍ର ଉପାୟ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.