Breaking News

କଥାଟିଏ-ଯାଯାବର: ଛୋଟ କଥା, ବଡ଼ ବିଚାର

ଜଣେ ବଦାନ୍ୟ ବଣିକ ଥିଲେ। ଥରେ ତାଙ୍କ ପତ୍ନୀ ତାଙ୍କୁ କହିଲେ- ଯେଉଁ ଘୋଡ଼ା ପିଠିରେ ବସି ତୁମେ ଯିବା ଆସିବା କରୁଛ, ତା’ର ହାଉଦାଟିକୁ ଦେଖିଲଣି। ତାହା କୋତରି ଯାଇ ଛିଣ୍ତି ପଡ଼ିବା ଅବସ୍ଥାରେ।

ଜଣେ ବଦାନ୍ୟ ବଣିକ ଥିଲେ। ଥରେ ତାଙ୍କ ପତ୍ନୀ ତାଙ୍କୁ କହିଲେ- ଯେଉଁ ଘୋଡ଼ା ପିଠିରେ ବସି ତୁମେ ଯିବା ଆସିବା କରୁଛ, ତା’ର ହାଉଦାଟିକୁ ଦେଖିଲଣି। ତାହା କୋତରି ଯାଇ ଛିଣ୍ତି ପଡ଼ିବା ଅବସ୍ଥାରେ। ବର୍ଷ ବର୍ଷ ଧରି ତାହା ସେମିତି ଅବସ୍ଥାରେ ଥିଲେ ବି ତୁମେ ତାକୁ ବଦଳାଉନାହଁ, ତା’ ଉପରେ ବସି ବୁଲାବୁଲି କରୁଛ। ତୁମର ଏ ହାବଭାବକୁ ଦେଖି ଲୋକେ ତୁମକୁ କୃପଣ ବୋଲି କହି ହସୁଥିବେ।
ବଣିକ ପତ୍ନୀଙ୍କୁ କହିଲେ- ତୁମେ ଯାହା କହୁଛ ସତ। ଏକା ତୁମେ ନୁହେଁ, ଅନେକ ଲୋକେ ମୋତେ ସେଇ କଥା କହିଲେଣି। କିନ୍ତୁ ମୋର ଏ ପ୍ରକାର ହାବଭାବ ପଛରେ ଗୋଟିଏ ଛୋଟିଆ ଦର୍ଶନଟିଏ ଅଛି। ଏବେ ବୁଝାଇ ଦେଉଛି ଶୁଣ।
କଥା ହେଲା, ଏହି ହାଉଦା ଉପରେ ମୋ ବାପା ବି ବସୁଥିଲେ ଏବ˚ ଏବେ ମୁଁ ବସୁଛି। ଏହା ଅତି ପୁରୁଣା ହୋଇ କୋତରି ଯାଇଥିବାରୁ କେବଳ କିଛି ମାତ୍ର ଖିଅ ଯୋଗୁଁ ତାହା ସ୍ଥାନରେ ରହି ଆମ କାମରେ ଆସୁଛି। କିନ୍ତୁ ଦେଖ କେତେ ବର୍ଷ ହେଲାଣି ଏମିତି ଖିଅରେ ଲାଗି ତାହା ମୋ କାମରେ ଆସିଲାଣି। ତେଣୁ ତା’ ପ୍ରତି ମୋର ସମ୍ମାନ ବଢ଼ିଯାଇଛି। ମୁଁ ତାକୁ ପ୍ରତିଦିନ କହେ- ତୁମେ ବେଶ୍‌ ଧୈର୍ଯ୍ୟବାନ। ଏତେ କାଳ ସେବାରେ ଲାଗି ବି ତୁମେ ପୂରା ଥକିଯାଇନାହଁ। ମୁଁ କେମିତି ତୁମର ହତାଦର କରପାରିିବି? କେମିତି ତୁମକୁ ପରିତ୍ୟାଗ କରି ନୂଆ ହାଉଦାଟିଏ କିଣିବି? ତେଣୁ ତା’ ପିଠିରୁ ଓହ୍ଲାଇବା ପରେ ଏ ଜରାଜୀର୍ଣ୍ଣ ହାଉଦାକୁ ନମସ୍କାର କରେ।
ବଣିକଙ୍କ ପତ୍ନୀ କହିଲେ- ସତେ ତ! ତୁମର ଏ ଛୋଟିଆ କଥା ପଛରେ କି ବଡ଼ ବିଚାର ରହିଛି!

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

 

Comments are closed.