Breaking News

କଥାଟିଏ-ଯାଯାବର: ଜିହ୍ବାର କ୍ଷମତା

ସୃଷ୍ଟି ଆରମ୍ଭରେ ଭଗବାନ ଜିହ୍ବାକୁ ଏମିତି ଗଢ଼ିଲେ ଯେ ତା’ ଦେହରେ ହାଡ଼ ଟିକିଏ ଦେଲେ ନାହିଁ। ତେଣୁ ଅସାଡ଼ ଭାବେ ତାହା ଦୁଇ ଧାଡ଼ି ଦାନ୍ତ ମାଳା ଭିତରେ ବନ୍ଦୀ ହୋଇ ପଡ଼ି ରହିଲା। ତା’ର ଅଧିକା˚ଶ ସମୟ ଏକ ଅନ୍ଧକାରମୟ ଗୁମ୍ଫା ଭିତରେ କଟିଲା।

ସୃଷ୍ଟି ଆରମ୍ଭରେ ଭଗବାନ ଜିହ୍ବାକୁ ଏମିତି ଗଢ଼ିଲେ ଯେ ତା’ ଦେହରେ ହାଡ଼ ଟିକିଏ ଦେଲେ ନାହିଁ। ତେଣୁ ଅସାଡ଼ ଭାବେ ତାହା ଦୁଇ ଧାଡ଼ି ଦାନ୍ତ ମାଳା ଭିତରେ ବନ୍ଦୀ ହୋଇ ପଡ଼ି ରହିଲା। ତା’ର ଅଧିକା˚ଶ ସମୟ ଏକ ଅନ୍ଧକାରମୟ ଗୁମ୍ଫା ଭିତରେ କଟିଲା।
ଭଗବାନ ଜିହ୍ବାର ଦୁଃଖ ଶୁଣିଲେ। ତାକୁ କହିଲେ ଯାହା ତ ହେବା କଥା ହୋଇଯାଇଛି। ଏବେ ପ୍ରତିକାର କରିବା। ତୋତେ ମୁଁ ଏମିତି ଏକ କ୍ଷମତା ଦେବି ଯାହା ବଳରେ ତୁ ଅପରର ମନକୁ ଛୁଇଁ ପାରିବୁ। ତୁ ଜଗତ୍‌ ଜିଣା ହୋଇପାରିବୁ। ସତକୁ ସତ ଜିହ୍ବା ସେଇ କ୍ଷମତା ପାଇଗଲା। ମନ ମୋହନିଆ କଥାରେ ସେ ସମସ୍ତଙ୍କୁ ବଶ କରିପାରିଲା, ସତକୁ ସତ ଜଗତ୍‌ ଜିଣା ହୋଇପାରିଲା।
ଏ କଥାଟି ଛପି ରହି ଦେଖିଲା ସୈତାନ। ସେ ଭାବିଲା- ଜିହ୍ବା ତ ଅମେରୁଦଣ୍ତୀ। ତାକୁ ପ୍ରଭାବିତ କରିବା ସହଜ। ଭଗବାନ ଯଦି ତାକୁ ସମସ୍ତଙ୍କ ମନକୁ ଛୁଇଁବାର, ମନକୁ ଜିଣିବାର କ୍ଷମତା ଦେଲେ, ମୁଁ କାହିଁକି ତା’ରି ବଳରେ ସମସ୍ତଙ୍କୁ କ୍ଷତାକ୍ତ କରି ନ ପାରିବି?
ସେ ବେଳ କାଳ ଦେଖି ଜିହ୍ବାକୁ ଅତି ମଧୁର ଭାବେ କହିଲା- ତୁମେ ଅମେରୁଦଣ୍ତୀ ହୋଇପାର, କିନ୍ତୁ ନିଜ ପରାକ୍ରମ ବିଷୟରେ ଅଜ୍ଞ ରହିଛ। ଏବେ ସେ ଶକ୍ତିକୁ ଥରେ ପ୍ରୟୋଗ କରି ଦେଖ। ଦେଖିବ ତୁମର ଭାବମୂର୍ତ୍ତି କେମିତି ବଦଳିଯାଇଛି। ତୁମେ ଯେ କୋମଳ ନୁହେଁ ଶକ୍ତ ସେ କଥା ବି ପ୍ରତିପାଦନ କରିପାରିବ।
ଜିହ୍ବା ସେଥିରେ ଭଳିଗଲା। ଏବେ ସେ କଟୁ କଥା କହିବା ଆରମ୍ଭ କଲା। ତା’ର ମର୍ମଭେଦୀ ବାକ୍ୟ ବାଣରେ ଲୋକଙ୍କ ହୃଦୟରେ ଅଜସ୍ର ଅଦୃଶ୍ୟ କ୍ଷତ ସୃଷ୍ଟି ହେଲା, ଯାହା ଜୀବନ ଯାକ ରହିଲା, ସାରା ଜୀବନ ମନର କ୍ଷତରୁ ରକ୍ତ ଝରିଲା। ଜିହ୍ବାର ତାଡ଼ନାରୁ ଲୋକେ ଦହଗଞ୍ଜ ହେଲେ। ଅମେରୁଦଣ୍ତୀ ଜିହ୍ବା ଉଭୟ ଈଶ୍ବରଙ୍କ ଓ ସୈତାନର ଦାସ ହୋଇ ରହିଲା। କେତେବେଳେ ମହୁ ଝରାଇଲା ତ କେତେବେଳେ ବିଷ ଫିଙ୍ଗିଲା।

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.