Breaking News

କଥାଟିଏ-ଯାଯାବର: ଜେନ ଗୁରୁ ଓ ମିତ୍ର

ଜେନ୍‌ ଗୁରୁ ନେନେଙ୍କ ଆଶ୍ରମକୁ ଜଣେ ମିତ୍ର ପ୍ରବେଶ କଲେ। କୌଣସି କାରଣରୁ ସେ ଉତ୍‌କ୍ଷିପ୍ତ ଥିଲେ। ନେନେଙ୍କ ପାଖକୁ ଆସିବାର କାରଣ ଥିଲା ତାଙ୍କ ସାନ୍ନିଧ୍ୟରୁ ଶାନ୍ତି ଲାଭ କରିବା।

ଜେନ୍‌ ଗୁରୁ ନେନେଙ୍କ ଆଶ୍ରମକୁ ଜଣେ ମିତ୍ର ପ୍ରବେଶ କଲେ। କୌଣସି କାରଣରୁ ସେ ଉତ୍‌କ୍ଷିପ୍ତ ଥିଲେ। ନେନେଙ୍କ ପାଖକୁ ଆସିବାର କାରଣ ଥିଲା ତାଙ୍କ ସାନ୍ନିଧ୍ୟରୁ ଶାନ୍ତି ଲାଭ କରିବା।
କିନ୍ତୁ ଭୁଲ୍‌ ସମୟରେ ଭୁଲ୍‌ ଘଟଣାମାନ ଘଟୁଥିବା ଭଳି ଘରେ ପଶୁ ପଶୁ ତାଙ୍କ ଗୋଡ଼ ବାଜିଲା ଅଧା ଆଉଜା ଦରଜାରେ। ରାଗରେ ସେ ଦରଜାକୁ ଲାତଟିଏ ପକାଇଲେ। ତା’ ପରେ ଝୁଣ୍ଟି ହେଲେ ଦୁଆର ବନ୍ଧରେ। ଏଥର ଧୈର୍ଯ୍ୟ ହରାଇ ତା’ ଉପରେ କୁଦି ପଡ଼ି ଚିତ୍କାର କଲେ ‘ଏବେ ପାଆ ମଜା!’
ନେନେ ଦୂରରୁ ସବୁ ଦେଖୁଥିଲେ। ମିତ୍ର ଜଣକ ତାଙ୍କ ପାଖରେ ବସି ପଡ଼ି କିଛି ସମୟ ଧଇଁସଇଁ ହେବା ପରେ ଶାନ୍ତ ହେଲେ। ନେନେ ରହୁଥିବା ପ୍ରକୋଷ୍ଠର ବାତାବରଣ ମଧ୍ୟ ସେହି ଭଳି ଥିଲା। ପ୍ରକୃତିସ୍ଥ ହେବା ପରେ ସେ ନେନେଙ୍କୁ କ୍ଷମା ମାଗିଲେ ଓ କହିଲେ- ମୁଁ ଏତେ ଉତ୍ତେଜିତ ହୋଇ ଯାଇଥିଲି ଯେ ଆପଣଙ୍କୁ ଅଭିବାଦନ କରିବାକୁ ଭୁଲିଗଲି।  ଆପଣ ମୋ‌େତ କ୍ଷମା କରନ୍ତୁ।
ନେନେ କହିଲେ- ମୋତେ ପରେ କ୍ଷମା ମାଗିବ। ପ୍ରଥମେ ଦରଜା ଏବଂ ଦୁଆର ବନ୍ଧକୁ କ୍ଷମା ମାଗି ଆସ।
ମିତ୍ର ଚକିତ ହେଲେ। ସେ କହିଲେ- ନେନେ, ଦରଜା ଓ ଦୁଆର ବନ୍ଧ ତ ନିର୍ଜୀବ, ସେମାନଙ୍କୁ କ୍ଷମା ମାଗିବାର ଆବଶ୍ୟକତା କ’ଣ?
ନେନେ କହିଲେ- ସେମାନଙ୍କୁ ଲାତ ମାରି ଗାଳିଗୁଲଜ କରୁଥିବା ବେଳେ ତ ଲାଗୁ ନ ଥିଲା ତୁମେ ନିର୍ଜୀବମାନଙ୍କ ସହିତ ଏଭଳି ବ୍ୟବହାର କରୁଛ? ଏବେ କ୍ଷମା ମାଗିଲା ବେଳେ କାହିଁକି ‌େସ କଥା କହୁଛ?
ମିତ୍ର ବୁଝି ପାରିଲେ କ୍ରୋଧରେ ହିତାହିତି ଜ୍ଞାନ ହରାଇଲେ କିଭଳି ବିଚାର ଲୋପ ପାଇଥାଏ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.