Breaking News

କଥାଟିଏ-ଯାଯାବର: ଦଂପତିଙ୍କ କଥା

ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ କହିଲେ- ମୁଁ କେତେ ଦୁଃଖ ଦେଇ ଯାଉଛି। ତୁମେ ସବୁ ଜାଣ। କିନ୍ତୁ ତୁମ ଭିତରେ କୌଣସି ଭାବାନ୍ତର ନାହିଁ। ଯଦି ମୋତେ ଭଲ ପାଉଥାଆନ୍ତ ତେବେ ମୋ ଦୁଃଖରେ ଦୁଃଖୀ ହୁଅନ୍ତ ନାହିଁ?

ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ କହିଲେ- ମୁଁ କେତେ ଦୁଃଖ ଦେଇ ଯାଉଛି। ତୁମେ ସବୁ ଜାଣ। କିନ୍ତୁ ତୁମ ଭିତରେ କୌଣସି ଭାବାନ୍ତର ନାହିଁ। ଯଦି ମୋତେ ଭଲ ପାଉଥାଆନ୍ତ ତେବେ ମୋ ଦୁଃଖରେ ଦୁଃଖୀ ହୁଅନ୍ତ ନାହିଁ?
ଭଦ୍ରଲୋକ କହିଲେ- ମୁଁ ତୁମ ଦୁଃଖରେ ଦୁଃଖୀ। କିନ୍ତୁ ତୁମେ ତାହା ବୁଝି ପାରିବ ନାହିଁ। ଏଣୁ ଏବେ ମୋଠାରୁ ଗପଟିଏ ଶୁଣ।
ଦୁଇ ଜଣ ଅତି ଘନିଷ୍ଠ ବନ୍ଧୁ ଥିଲେ। ଜଣେ ହସିଲେ ଆଉ ଜଣେ ହସେ, ଜଣେ କାନ୍ଦିଲେ ଆଉ ଜଣେ କାନ୍ଦେ। ଥରେ ଦୁଇ ବନ୍ଧୁ କୌଣସି ଏକ ସ୍ଥାନକୁ ଯାଉଥିବା ବେଳେ ଅନ୍ୟମନସ୍କ ଥିବା ଜଣେ ଗୋଟିଏ ଗଭୀର ଗାତରେ ଗଳି ପଡ଼ିଲା। ଏହା ଦେଖି ତତ୍‌କ୍ଷଣାତ୍ ତା’ର ବନ୍ଧୁ ବି ଗାତ ଭିତରକୁ ଡେଇଁ ପଡ଼ିଲା। ଦୁହେଁ ଗାତ ଭିତରୁ ଚିତ୍କାର କରିବାକୁ ଲାଗିଲେ। କିନ୍ତୁ ଦୁର୍ଯୋଗକୁ ସେ ଦିନ କେହି ସେ ଡାକ ଶୁଣିପାରିଲେ ନାହିଁ। ସେମାନେ ହତାଶାରେ କାନ୍ଦି ପକାଇଲା ବେଳକୁ ସେଇ ବାଟେ ଯାଉଥିବା ଜଣେ ବ୍ୟକ୍ତି ସେମାନଙ୍କୁ ଉଦ୍ଧାର କଲେ।
ଏମିତି କେମିତି ହେଲା ବୋଲି ସେ ପଚାରନ୍ତେ ଦୁଇ ଯୁବକ ସେମାନଙ୍କ ବନ୍ଧୁତାର ଦ୍ବାହି ଦେଇ ଯାହା ଘଟିଥିଲା ତାହା କହିଲେ। ଏହା ଶୁଣି ଉଦ୍ଧାରକର୍ତ୍ତା କହିଲେ- ତୁମେ ଦୁଇ ଜଣ ଭଲ ବନ୍ଧୁ ନିଶ୍ଚୟ, କିନ୍ତୁ ପରମ ନିର୍ବୋଧ। ତୁମ ଦୁଇ ଜଣଙ୍କ ଭଲ ପାଇବା ପ୍ରକୃତରେ ଅସାର। ଜଣେ ଗାତରେ ପଡ଼ିଯାଇଥିଲେ, ଅନ୍ୟ ଜଣକ ବାହାରେ ରହି ତାକୁ ଉଦ୍ଧାର କରିବାର ଉପାୟରେ ନିମଜ୍ଜିତ ହେବା କଥା।
ଏହା କହି ସାରି ଭଦ୍ରବ୍ୟକ୍ତି କହିଲେ- ମୁଁ ଜାଣେ ତୁମେ ଦୁଃଖରେ ଅଛ। କିନ୍ତୁ ମୁଁ ଯଦି ପ୍ରକୃତିସ୍ଥ ହୋଇ ନ ରହି ତୁମ ସହିତ ଦୁଃଖରେ ବୁଡ଼ିଯାଏ, ତେବେ ତୁମକୁ ଦୁଃଖରୁ ବାହାର କରିବ କିଏ? ମୁଁ ସ୍ଥିର ରହି ତୁମକୁ ସେଥିରୁ ବାହାର କରିବାର ଉପାୟ କରୁଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.