Breaking News

କଥାଟିଏ-ଯାଯାବର: ଦରଜୀ ନସିରୁଦ୍ଦିନ

ନସିରୁଦ୍ଦିନ ଦରଜୀ କାମ ଶିଖି ଲୁଗାପଟା ସିଲେଇ କରୁଥିଲେ। ଗାଁର ଯିଏ ‌ସବୁଠାରୁ ଅଧିକ ଧନୀ ଲୋକ, ସେ ଥରେ ଦାମୀ କପଡ଼ାଟିଏ ଆଣି ନସିରୁଦ୍ଦିନଙ୍କୁ ଦେଇ କହିଲେ- ଭଲ ସେରୱାନୀଟିଏ ସିଲେଇ କରି ଦିଅ।

ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ଏଭଳି ଏକ ମଜା କଥାଟିଏ ରହିଛି।
ନସିରୁଦ୍ଦିନ ଦରଜୀ କାମ ଶିଖି ଲୁଗାପଟା ସିଲେଇ କରୁଥିଲେ। ଗାଁର ଯିଏ ‌ସବୁଠାରୁ ଅଧିକ ଧନୀ ଲୋକ, ସେ ଥରେ ଦାମୀ କପଡ଼ାଟିଏ ଆଣି ନସିରୁଦ୍ଦିନଙ୍କୁ ଦେଇ କହିଲେ- ଭଲ ସେରୱାନୀଟିଏ ସିଲେଇ କରି ଦିଅ।
ନସିରୁଦ୍ଦିନ ମାପ ନେବା ପରେ କପଡ଼ାକୁ ମାପି କହିଲେ- କପଡ଼ା‌ ନିଅଣ୍ଟ ପଡ଼ିବ। ସେରୱାନୀ ହୋଇ ପାରିବ ନାହିଁ।
ବଣିକ ବିସ୍ମିତ ହୋଇ କହିଲେ ଯେ ତିନି ବର୍ଷ ତଳେ ଏତିକି କପଡ଼ାରେ ତୁମେ ତ ପୁଣି ‌େସରୱାନୀଟିଏ ତିଆରି କରି ଦେଇଥିଲ! ଏବେ ଅଣ୍ଟିବ ନାହିଁ ବୋଲି କେମିତି କହୁଛ? ନସିରୁଦ୍ଦିନ କିନ୍ତୁ ଆଦୌ ରାଜି ହେଲେ ନାହିଁ।
ଧନୀ ଲୋକ ଜଣକ ତାହା ନେଇ ଫଜଲୁ ନାମକ ଆଉ ଜଣେ ଦରଜୀଙ୍କୁ ଦେଲେ। ଫଜଲୁ ସେତିକି କପଡ଼ାରେ ସେରୱାନୀ ସିଲେଇ କରି ଦେଲା।
ଧନୀ ଲୋକ ଜଣକ ନିର୍ଦ୍ଦିଷ୍ଟ ଦିନ ସେରୱାନୀ ଆଣିବାକୁ ଫଜଲୁ ଘରକୁ ଯାଇ ଦେଖନ୍ତି ତ ସେରୱାନୀ ପ୍ରସ୍ତୁତ ହୋଇ ସାରିଛି ଏବଂ ଫଜଲୁର ଛୋଟ ପୁଅ ମଧ୍ୟ ସେଇ କବଡ଼ାରେ ଜାମା ପିନ୍ଧି ବାହାରେ ଖେଳୁଛି।
ଏବେ ସେ ସିଧା ସେରୱାନୀ ଧରି ନସିରୁଦ୍ଦିନଙ୍କ ନିକଟକୁ ଗଲେ ଏବଂ କହିଲେ- ତୁମକୁ କପଡ଼ା କମ୍‌ ଲାଗିଲା! ଅଥଚ ଫଜଲୁ ମୋ ପାଇଁ ସେରୱାନୀ ତିଆରି କରିବା ସହିତ ତା ପିଲା ଲାଗି ଜାମାଟିଏ କରି ପାରିଲା କେମିତି?
ନସିରୁଦ୍ଦିନ କହିଲେ- ସେ କଥା କାହିଁକି କହୁଛନ୍ତି? ତିନି ବର୍ଷ ତଳେ ମୁଁ ତ ପୁଣି ଆପଣଙ୍କ ସେରୱାନୀ ଏତିକି କପଡ଼ାରେ ସିଳେଇ କରି ‌ଦେଇଥିଲି? କଥା କ’ଣ କି ସେତେବେଳେ ମୋ ପୁଅ ବି ଫଜଲୁ ପୁଅ ଭଳି ଛୋଟ ଥିଲା, ତେଣୁ ତାହା ହୋଇ ପାରିଲା। ଏବେ ମୋ ପୁଅ ବଡ଼ ହୋଇ ଗଲାଣି। ତେଣୁ କପଡ଼ା ଅଣ୍ଟିବ ନାହିଁ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.