Breaking News

କଥାଟିଏ-ଯାଯାବର: ଦୁଇ ବୈରାଗୀ

ଦୁଇ ଜଣ ବୈରାଗୀ ଦୂର ସ୍ଥାନକୁ ଯାଉଥିବା ବେଳେ ଦେଖା ହୋଇଗଲା ଏବଂ ସେମାନେ ମିତ୍ର ହୋଇଗଲେ। ଦୁହେଁ ଏକା‌ ଦିଗରେ ଯାଉଥିଲେ। ବାଟରେ ରାତି ହେଲା। ସେତେବେଳକୁ ସେମାନେ କୌଣସି ଏକ ରାଜ୍ୟର ରାଜଧାନୀରେ ଥିଲେ, ଯେଉଁଠି ରାଜା ଥିଲେ ଅତ୍ୟନ୍ତ ଅତିଥିବତ୍ସଳ।

ଦୁଇ ଜଣ ବୈରାଗୀ ଦୂର ସ୍ଥାନକୁ ଯାଉଥିବା ବେଳେ ଦେଖା ହୋଇଗଲା ଏବଂ ସେମାନେ ମିତ୍ର ହୋଇଗଲେ। ଦୁହେଁ ଏକା‌ ଦିଗରେ ଯାଉଥିଲେ। ବାଟରେ ରାତି ହେଲା। ସେତେବେଳକୁ ସେମାନେ କୌଣସି ଏକ ରାଜ୍ୟର ରାଜଧାନୀରେ ଥିଲେ, ଯେଉଁଠି ରାଜା ଥିଲେ ଅତ୍ୟନ୍ତ ଅତିଥିବତ୍ସଳ। ବୈରାଗୀ ଦ୍ବୟଙ୍କ ଆଗମନ ବିଷୟ ଜାଣି ସେ ସେମାନଙ୍କୁ ରାଜଗୃହରେ ଆଶ୍ରୟ ଦେଲେ।
କିନ୍ତୁ ଅତି ଭବ୍ୟ ସ୍ବାଗତ ଏବଂ ଆଡ଼ମ୍ବରପୂର୍ଣ୍ଣ ଆତିଥ୍ୟରେ ଜଣେ ବୈରାଗୀ ବିଚଳିତ ହୋଇ ପଡ଼ିଲେ। ସେ ଅପରଙ୍କୁ କହିଲେ- ମିତ୍ର, ଏ ସବୁ ଆମ ଲାଗି ନୁହେଁ। ଏହା ଆମକୁ ମୋହଗ୍ରସ୍ତ କରି‌େଦବ। ଚାଲ ଆଉ କେଉଁଠାକୁ ଚାଲିଯିବା।
କିନ୍ତୁ, ଦ୍ବିତୀୟ ବୈରାଗୀ କହିଲେ- ମିତ୍ର, ଆରାମରେ ଖାଇପିଇ ଶୁଅ।
ରାଜା ଥିଲେ ନଛୋଡ଼ବନ୍ଦା। ସେ ବୈରାଗୀ ଦ୍ବୟଙ୍କୁ ଛାଡ଼ିଲେ ନାହିଁ। ଅଧିକ ଦୁଇ ଦିନ ରଖାଇଲେ। ଶେଷ ବେଳକୁ ପ୍ରଥମ ବୈରାଗୀ ଏଭଳି ବିଚଳିତ ହୋଇଯାଇଥିଲେ ଯେ ତାଙ୍କୁ ଆହାର ରୁଚୁ ନ ଥିଲା ଓ ରାତିିରେ ନିଦ ହେଉ ନ ଥିଲା। ଦ୍ବିତୀୟ ବୈରାଗୀ କିନ୍ତୁ ଆନନ୍ଦରେ ଥିଲେ।
ଦୁଇ ଦିନ ପରେ ଦୁହେଁ ପୁଣି ବାହାରିଲେ। ବାଟରେ ପ୍ରଥମ ବୈରାଗୀ ପଚାରିଲେ- ତୁମେ କିଭଳି ଲୋକ କି ହୋ? ଆମେମାନେ ପରା ବୈରାଗୀ! ନିଜର ମନକୁ ଆୟତ୍ତରେ ରଖିବା କଥା। କିନ୍ତୁ ତୁମେ ତ ପୂରା ବିଳାସବ୍ୟସନରେ ମାତିଗଲ!
ଦ୍ବିତୀୟ ବୈରାଗୀ କହିଲେ- ମିତ୍ର ତୁମକୁ ଏ ପର୍ଯ୍ୟନ୍ତ ସେ ପାର୍ଥକ୍ୟଟି ଦିଶୁଛି। ମୋତେ ଦିଶୁନାହିଁ। ମୁଁ ରାଜା ଘରେ ଯେମିତି ଶାନ୍ତିରେ ଶୋଉଥିଲି, ଆଜି କିଛି ନ ମିଳିଲେ ଗଛ ମୂଳରେ ମଧ୍ୟ ଶାନ୍ତିରେ ଶୋଇବି। ସେତେବେଳେ ଆନନ୍ଦରେ ମଣୋହି କରୁଥିଲି। ଏବେ ବଣ କୋଳିରେ ବଞ୍ଚିବାକୁ ହେଲେ ବି ଆନନ୍ଦରେ ରହିବି। ମୋ ଲାଗି ତାହା ହେଉଛି ବୈରାଗ୍ୟ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.