Breaking News

କଥାଟିଏ-ଯାଯାବର: ନିଜକୁ ସୁଧାରିବାର ବାଟ

ଜଣେ ସୁଫି ସନ୍ଥ ଭାବେ ଫିରୋଜଙ୍କ ଖ୍ୟାତିକୁ ସହିପାରିଲେ ନାହିଁ ହାରୁନ। ଅତ୍ୟନ୍ତ ଜ୍ଞାନୀ ହାରୁନ ଥିଲେ ପର୍ସିଆ ରାଜାଙ୍କ ପ୍ରିୟପାତ୍ର। ରାଜା ମଧ୍ୟ ଫିରୋଜଙ୍କୁ ବହୁତ ସମ୍ମାନ ଦେଖାଉଥିଲେ, ଯାହା ହାରୁନଙ୍କ ଲାଗି ଅସହ୍ୟ ଥିଲା।

ଜଣେ ସୁଫି ସନ୍ଥ ଭାବେ ଫିରୋଜଙ୍କ ଖ୍ୟାତିକୁ ସହିପାରିଲେ ନାହିଁ ହାରୁନ। ଅତ୍ୟନ୍ତ ଜ୍ଞାନୀ ହାରୁନ ଥିଲେ ପର୍ସିଆ ରାଜାଙ୍କ ପ୍ରିୟପାତ୍ର। ରାଜା ମଧ୍ୟ ଫିରୋଜଙ୍କୁ ବହୁତ ସମ୍ମାନ ଦେଖାଉଥିଲେ, ଯାହା ହାରୁନଙ୍କ ଲାଗି ଅସହ୍ୟ ଥିଲା।
ହାରୁନ ରାଜାଙ୍କ ଆଗରେ ଫିରୋଜଙ୍କ ଛିଦ୍ର ସବୁ ବଖାଣିବା ଆରମ୍ଭ କଲେ। ରାଜା ତାଙ୍କ କଥାରେ ପ୍ରଭାବିତ ମଧ୍ୟ ହେଲେ ଯେ ଫିରୋଜଙ୍କ ପ୍ରତି ତାଙ୍କ ମନରେ ଧାରଣା ଟିକିଏ ବଦଳିଗଲା। ସେ ଫିରୋଜଙ୍କୁ ଡାକି ସେଇ ସବୁ ଛିଦ୍ର କଥା କହି ପଚାରିଲେ- ଏସବୁ କ’ଣ ସତ?
ଫିରୋଜ ଏ କଥା ଶୁଣି ଉଠି ପଡ଼ିଲେ ଏବ˚ ଝଡ଼ ଭଳି ସେଠାରୁ ନିଷ୍କ୍ରାନ୍ତ ହେବା ପୂର୍ବରୁ ରାଜାଙ୍କୁ କହିଲେ- ଧନ୍ୟବାଦ।
ଏହା ପରେ ଅନେକ ଦିନ ପର୍ଯ୍ୟନ୍ତ ଫିରୋଜଙ୍କ ଆଉ ଦେଖା ମିଳିଲା ନାହିଁ। କିଛି ଦିନ ପରେ ରାଜା ନିଜେ ଫିରୋଜଙ୍କ ଲାଗି ବ୍ୟସ୍ତ ହେବା ଆରମ୍ଭ କଲେ। ଅନେକ ଖୋଜାଲୋଡ଼ା ପରେ ଫିରୋଜଙ୍କ ସନ୍ଧାନ ମିଳିଲା। ରାଜା ସେଠାକୁ ଯାଇ ପଚାରିଲେ- କୁଆଡ଼େ ଯାଇଥିଲ, ଫିରୋଜ?
ଫିରୋଜ କହିଲେ- ନିଜକୁ ସୁଧାରିବାକୁ। ମୋ ପାଖରେ ଏତେ ଛିଦ୍ର ଥିଲା, ଯାହା ମୁଁ ଜାଣି ନ ଥିଲି। ସତରେ ନିଜ ଆଖିରେ ନିଜ ଦୋଷ ଦିଶେ ନାହିଁ! ଆପଣ ମୋର ଛିଦ୍ର ବାବଦରେ ମୋତେ ଚେତାଇ ଦେବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଇଥିଲି। କାରଣ ଏହା ଈଶ୍ବରଙ୍କ ଆଶୀର୍ବାଦ ଭଳି। ସେମିତି ହିଁ ନିଜକୁ ସୁଧାରି ହୁଏ।
ରାଜା ଏବେ କହିଲେ- ଫିରୋଜ ତୁମ ବିଚାର ସତରେ ଅନନ୍ୟ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.