Breaking News

କଥାଟିଏ-ଯାଯାବର: ପ୍ରକୃତ ଶିକ୍ଷା

ଜଣେ ବିଖ୍ୟାତ ସୁଫି ସନ୍ଥ ଥିଲେ। ଲୋକଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସେ ଶିକ୍ଷା ଦେବାକୁ ମନା କରୁଥିଲେ। ତାଙ୍କ ସୁନାମ ବାବଦରେ ଶୁଣି ଦୂର ସ୍ଥାନରୁ ଜଣେ ମହାନ ବିଦ୍ବାନ ଆସି କହିଲେ- ମହାତ୍ମା କିଛି ଶିକ୍ଷା ଦିଅନ୍ତୁ। ସୁଫି ସନ୍ଥ ମନା କଲେ। କିନ୍ତୁ ବିଦ୍ବା‌ନ ଜଣକ ନଛୋଡ଼ବନ୍ଦା।

ଜଣେ ବିଖ୍ୟାତ ସୁଫି ସନ୍ଥ ଥିଲେ। ଲୋକଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସେ ଶିକ୍ଷା ଦେବାକୁ ମନା କରୁଥିଲେ। ତାଙ୍କ ସୁନାମ ବାବଦରେ ଶୁଣି ଦୂର ସ୍ଥାନରୁ ଜଣେ ମହାନ ବିଦ୍ବାନ ଆସି କହିଲେ- ମହାତ୍ମା କିଛି ଶିକ୍ଷା ଦିଅନ୍ତୁ। ସୁଫି ସନ୍ଥ ମନା କଲେ। କିନ୍ତୁ ବିଦ୍ବା‌ନ ଜଣକ ନଛୋଡ଼ବନ୍ଦା।
ତାଙ୍କ ଅଟଳ ଜିଦି ଦେଖି ସୁଫି ସନ୍ଥ କହିଲେ- ଯଦି ଶିକ୍ଷା ଦେବି, ତେବେ ଗୋଟିଏ ସର୍ତ୍ତରେ। ମୋ ଶିକ୍ଷାକୁ ପ୍ରଶ୍ନ କଲା କ୍ଷଣି ମୁଁ ଶିକ୍ଷା ଦେବା ବନ୍ଦ କରିଦେବି। ବିଦ୍ବାନ ରାଜି ହେଲେ।
ସୁଫି ସନ୍ଥ କହିଲେ- ବେଶ୍, ତୁମେ ତୁମର ଦାମିକା ପୋଷାକ ଖୋଲ। ମୋର ଏ ଚିରା ଫଟା କପଡ଼ା ପିନ୍ଧି ଏ ଭିକ୍ଷାଥାଳ ଧରି ବାହାରିଯାଅ। ସାଙ୍ଗରେ ଏହି ଛୋଟ ମିଠାଇ ପୁଡ଼ିଆଟିଏ ମଧ୍ୟ ନେଇ ଯାଅ। ତୁମେ ବଜାର ଭିତରକୁ ଗଲେ କିଛି ଲୋକ ତୁମକୁ ପାଗଳ ବୋଲି କହି ପଥର ମାରିବେ। ଯେଉଁମା‌ନେ ପଥର ମାରିବେ ତୁମେ ତାଙ୍କୁ ଏ ମିଠେଇ ଦେବ।
ବିଦ୍ବାନ ପଚାରିବାକୁ ଭାବୁଥିଲେ- ୟେ ପୁଣି କି ପ୍ରକାର ଶିକ୍ଷା? କିନ୍ତୁ ସର୍ତ୍ତକୁ ମନେ ପକାଇ ଚୁପ୍ ରହିଲେ।
ସଂଧ୍ୟାକୁ ବିଦ୍ବାନ ଫେରିଲେ। ତାଙ୍କ ଦେହରେ କିଛି କ୍ଷତ ବି ଥିଲା। ସେ ସୁଫି ସନ୍ଥଙ୍କୁ ସମ୍ମାନ ଜଣାଇ କହିଲେ- ମହାତ୍ମା, ଆପଣ ହିଁ ମୋର ଗୁରୁ।
ସୁଫି ସନ୍ଥ ପଚାରିଲେ- ଏମିତି କ’ଣ ହେଲା କି?
ବିଦ୍ବାନ କହିଲେ- ପ୍ରଥମ କଥା ହେଲା, ଆପଣ ଯେଉଁ ଶିକ୍ଷା ଦେବେ ବୋଲି ମୁଁ ଭାବୁଥିଲି, ଆପଣ ସେ ପ୍ରକାର ଶିକ୍ଷା ନ ଦେଇ ନିଜେ ଯାହା ଉଚିତ ମନେ କଲେ, ସେ ଶିକ୍ଷା ଦେଲେ। ଦ୍ବିତୀୟରେ ଆପଣଙ୍କ ଶିକ୍ଷା ଯେ କେବଳ ନୂତନ ଜ୍ଞାନ ଦେଲା ତାହା ନୁହେଁ, ଏହା ମୋ ଜୀବନକୁ ବଦଳାଇ ଦେଲା। ମୋତେ ପଥର ମାରିଥିବା ଅନେକ ଲୋକଙ୍କୁ ବି ତାହା ବଦଳାଇ ଦେଲା। ଯେଉଁ ଶିକ୍ଷା ଜୀବନକୁ ବଦଳାଇ ଦିଏ, ତାହା ହିଁ ପ୍ରକୃତ ଶିକ୍ଷା।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.