Breaking News

କଥାଟିଏ-ଯାଯାବର: ଫକିରଙ୍କ ଆଶୀର୍ବାଦ

ୟୁଜିକେଙ୍କୁ ତାଙ୍କର କେତେକ ଅନୁଗାମୀ କହିଲେ କଥାଟିଏ କହନ୍ତୁ। ୟୁଜିକେ କହିଲେ ଏହି କଥାଟି। ଜଣେ ବ୍ୟବସାୟୀଙ୍କ ଘରେ ଅତିଥି ହେଲେ ଜଣେ ଭବଘୂରା ସୁଫି ଫକିର। ତାଙ୍କୁ ଯଥେଷ୍ଟ ଆତିଥ୍ୟ ପ୍ରଦାନ କଲେ ଗୃହସ୍ବା‌ମୀ।

ୟୁଜିକେଙ୍କୁ ତାଙ୍କର କେତେକ ଅନୁଗାମୀ କହିଲେ କଥାଟିଏ କହନ୍ତୁ। ୟୁଜିକେ କହିଲେ ଏହି କଥାଟି।
ଜଣେ ବ୍ୟବସାୟୀଙ୍କ ଘରେ ଅତିଥି ହେଲେ ଜଣେ ଭବଘୂରା ସୁଫି ଫକିର। ତାଙ୍କୁ ଯଥେଷ୍ଟ ଆତିଥ୍ୟ ପ୍ରଦାନ କଲେ ଗୃହସ୍ବା‌ମୀ। ସଂଧ୍ୟାରେ ସେ ଫକୀରଙ୍କୁ କହିଲେ- ମୋ ପରିବାରର ସୁଖ ଶାନ୍ତି ଲାଗି କିଛି ଆଶୀର୍ବାଦ ଦିଅନ୍ତୁ। ସନ୍ଥ କହିଲେ- ପ୍ରଥମେ ମରିବ ଜେଜେ, ତା’ ପରେ ବାପା ଓ ତା’ ପରେ ପୁଅ।
ବଣିକ ଏଭଳି ଆଶୀର୍ବାଦ ଶୁଣି ଚମକି ପଡ଼ିଲେ। ସେ ଫକିରଙ୍କୁ ପଚାରିଲେ- ଏହା କିଭଳି ଆଶୀର୍ବାଦ? ଆପଣ ତ ମୋତେ ଅଭିଶାପ ଦେଇ ଦେଲେ!
ଫକିର ମୃଦୁ ହସିଲେ। ସେ କହି‌େଲ- ଏହା ହିଁ ପରିବାରର ସୁଖ ଲାଗି ଏକ ଆଶୀର୍ବାଦ। ମୃତ୍ୟୁ ହେଉଛି ଅନିବାର୍ଯ୍ୟ। ଏହାକୁ କେହି ରୋକି ପାରିବେ ନାହିଁ। କିନ୍ତୁ ଏହା କେଉଁ ଧାରାରେ ବା ନିୟମରେ ହେବା ଉଚିତ ତାହା ହିଁ ବଡ଼ କଥା। ମୁଁ ତୁମକୁ ଯାହା କହିଲି, ତାହା ହେଉଛି ସେହି ନିୟମ। ଏଥିରେ ଯେ କୌଣସି ବ୍ୟତିକ୍ରମ ପରିବା‌ରକୁ ଦୁଃଖର ସାଗରରେ ବୁଡ଼ାଇଦେବ। ବାପ ବଞ୍ଚିଥିବ ଅଥଚ ସନ୍ତାନର ମୃତ୍ୟୁ ‌େହବ, ତାହା ହିଁ ହେଉଛି ଜୀବନର ସବୁଠାରୁ ବଡ଼ ଅଭିଶାପ।
ବଣିକ କଥାର ମର୍ମ ହୃଦୟଙ୍ଗମ କଲେ ଏବଂ ଫକିରଙ୍କ ପ୍ରଜ୍ଞା ଆଗରେ ମଥା ନତ ହେଲେ।

ସୌଜନ୍ୟ-ସମ୍ୱାଦ

Comments are closed.