Breaking News

କଥାଟିଏ-ଯାଯାବର: ମାଛ ନା କଞ୍ଚା ମିଛ!

ନସିରୁଦ୍ଦିନ ମାଛ ଧରିବାକୁ ବାହାରିଲେ। ପୂର୍ବରୁ ସେ ମାଛ ଧରାଳିମାନଙ୍କ ଠାରୁ ଅନେକ ଅବିଶ୍ବସନୀୟ କଥାମାନ ଶୁଣୁଥିଲେ ଓ ଭାବୁଥିଲେ ଯେ ସେ ସବୁ ଡାହା ମିଛ। ଯେମିତି ଫଜଲୁ ଥରେ ତା’ ଅନୁଭୂତି ବର୍ଣ୍ଣନା କରି କହିଲା...

ନସିରୁଦ୍ଦିନ ମାଛ ଧରିବାକୁ ବାହାରିଲେ। ପୂର୍ବରୁ ସେ ମାଛ ଧରାଳିମାନଙ୍କ ଠାରୁ ଅନେକ ଅବିଶ୍ବସନୀୟ କଥାମାନ ଶୁଣୁଥିଲେ ଓ ଭାବୁଥିଲେ ଯେ ସେ ସବୁ ଡାହା ମିଛ। ଯେମିତି ଫଜଲୁ ଥରେ ତା’ ଅନୁଭୂତି ବର୍ଣ୍ଣନା କରି କହିଲା ଯେ ଏମିତି ଗୋଟାଏ ମାଛ ଧରା ପଡ଼ିଲା ଯେ ସେ ପାଟି ପାକୁପାକୁ କଲା ବେଳେ ଯେଉଁ ଆଁ କରୁଥିଲା, ତା’ ଭିତରକୁ ଷଣ୍ଢଟିଏ ଯାଇ ଘେରାଏ ବୁଲି ଆସି ପାରିବ! ନସିରୁଦ୍ଦିନ ଏ ସବୁ ଶୁଣି ସବୁବେଳେ କହୁଥିଲେ- କଞ୍ଚା ମିଛ!
ନସିରୁଦ୍ଦିନ ସେ ଦିନ ସମୁଦ୍ର ଭିତରେ ଆଖି ଖୋସି ହୋଇଗଲା ଭଳି ମାଛଟିଏ ଧରିଲେ। ସେ ଏଭଳି ମାଛ କଥା ଫଜଲୁ ଠାରୁ ଶୁଣିଥିଲେ। ମାଛଟିକୁ ଧରି ସେ ଡଙ୍ଗାରେ ବାନ୍ଧି ‌େକୗଶସିମତେ କୂଳ‌େର ପହଞ୍ଚିଲେ। କୂଳରେ ଏ‌େତ ବଡ଼ ମାଛ ପାଣି ବିନା ଛଟପଟ ହେବାକୁ ଲାଗିଥିଲା। ନସିରୁଦ୍ଦିନ ମାଛ ଧରାଳିଙ୍କ ବସ୍ତି ଅଡ଼କୁ ଦୌଡ଼ିଲେ।
ସେମାନେ ତାଙ୍କୁ ପଚାରିଲେ- ମାମଲା କ’ଣ? ଏମିତି ଦୌଡୁଛ କାହିଁକି?
ନସିରୁଦ୍ଦିନ କ’ଣ କହିବାକୁ ବାହାରି ପୁଣି ଅଟକି ଗଲେ। ତା’ ପରେ କହିଲେ- ମୋ ସହିତ ଦଶ ପନ୍ଦର ଜଣ ଚାଲ। ଶୀଘ୍ର।
ଉତ୍କଣ୍ଠାରେ ଦଶ ପନ୍ଦର ଜଣ ମାଛ ଧରାଳି ଦୌଡ଼ିଲେ। ଏତେ ବଡ଼ ମାଛ ଦେଖି କେହି ହେଲେ ବିଶ୍ବାସ କରି ପାରିଲେ ନାହିଁ। ନସିରୁଦ୍ଦିନ କହିଲେ- ଡେରି କର ନାହିଁ। ଏହାକୁ ସମୁଦ୍ର ଭିତରକୁ ପେଲି ଦିଅ। ମାଛ ଧରାଳିମାନେ ଚକିତ ହୋଇ ପଚାରିଲେ- କିନ୍ତୁ କାହିଁକି? ଏ‌େତ ବଡ଼ ମାଛ ଧରି ପୁଣି ଛାଡ଼ି ଦେବ କାହିଁକି?
ନସିରୁଦ୍ଦିନ କହିଲେ- ବଡ଼ ମାଛ? କାହିଁ? ଏତେ ବଡ଼ ମାଛ କେଉଠି ସମ୍ଭବ? ଏହା ଏକ କଞ୍ଚା ମିଛ!

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.