Breaking News

କଥାଟିଏ-ଯାଯାବର: ମା’ ଓ ପୁଅ

କିଶୋର ବୟସର ପୁଅଟି ଏଭଳି ଚଞ୍ଚଳମନା ଓ ଦୁଷ୍ଟ ଥିଲା ଯେ ମା’ ବ୍ୟତିବ୍ୟସ୍ତ ହୋଇ ତାଙ୍କ ଗୁରୁଙ୍କ ପରାମର୍ଶ ଲୋଡ଼ିଲେ। ସେ ପଚାରିଲେ- କୌଣସି ପ୍ରବଚକଙ୍କ ପ୍ରବଚନ ଶୁଣିବାକୁ ତାକୁ ନେଇଯିବି କି? ଗୁରୁ କହିଲେ- ସେଭଳି କର ନାହିଁ।

କିଶୋର ବୟସର ପୁଅଟି ଏଭଳି ଚଞ୍ଚଳମନା ଓ ଦୁଷ୍ଟ ଥିଲା ଯେ ମା’ ବ୍ୟତିବ୍ୟସ୍ତ ହୋଇ ତାଙ୍କ ଗୁରୁଙ୍କ ପରାମର୍ଶ ଲୋଡ଼ିଲେ। ସେ ପଚାରିଲେ- କୌଣସି ପ୍ରବଚକଙ୍କ ପ୍ରବଚନ ଶୁଣିବାକୁ ତାକୁ ନେଇଯିବି କି?
ଗୁରୁ କହିଲେ- ସେଭଳି କର ନାହିଁ। ଏ ବୟସରେ ତାହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। ତେଣୁ ଲାଭ ନାହିଁ। କିନ୍ତୁ ଅଳ୍ପ କେତେକ କ୍ଷେତ୍ରରେ ପ୍ରଭାବ ପଡ଼ିଯାଇପାରେ ମଧ୍ୟ। ତାହା ହେଲେ ବି ଅସୁବିଧା। ଯେମିତି ଚାଲିଛି ଚାଲିବାକୁ ଦିଅ। କ୍ରମେ ସବୁ ଠିକ୍‌ ହୋଇଯିବ।
ମା’ ଏଭଳି ପରାମର୍ଶରେ ସନ୍ତୁଷ୍ଟ ହେଲେ ନାହିଁ।
ଦିନେ ସହରକୁ ଜଣେ ଅତି ବିଖ୍ୟାତ ପ୍ରବଚକ ଆସିଲେ, ଯାହାଙ୍କ ପାଖକୁ ସେ ନିଜ ପୁଅକୁ ନେଇଗଲେ ଏବଂ ମନେ ମନେ ଈଶ୍ବରଙ୍କୁ ଡାକିଲେ ପ୍ରଭୁ ମୋ ପୁଅକୁ ସଂସ୍କାରୀ କରି ଦିଅ।
ପ୍ରବଚନ ସରିଲା। ଘରକୁ ଫେରିବା ପରେ ମା’ ପୁଅ ଠାରେ ଅଦ୍ଭୁତ ପରିବର୍ତ୍ତନ ଦେଖିଲେ ଓ ଆନନ୍ଦିତ ହେଲେ।
କିନ୍ତୁ ଆନନ୍ଦ ବେଶୀ ଦିନ ରହିଲା ନାହିଁ। କାରଣ ପୁଅ ମଧ୍ୟରେ ଯେମିତି ସବୁ କିଛି ବଦଳି ଯାଇଥିଲା। ସେ ଅନ୍ୟମନସ୍କ ହୋଇ ଉଠିଥିଲା। କୌଣସି ଜିନିଷ ପ୍ରତି ତା’ର ଧ୍ୟାନ ନ ଥିଲା। କେଉଁ ଗଭୀର ଚିନ୍ତାରେ ବୁଡ଼ି ରହିଥିଲା।
ଏବେ ମ‌ା’ ଚାହିଲେ ଯେ ପୁଅଟି ପୂର୍ବ ଭଳି ହୋଇଯାଉ ପଛକେ ଏମିତି ସ୍ଥିତିରୁ ବାହାରି ଆସୁ। କିନ୍ତୁ ‌େସମିତି ହେଲା ନାହିଁ। ପୁଅଟିର ଅଭ୍ୟନ୍ତରରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ଦିନେ ସେ ମା’ଙ୍କୁ କହିଲା- ମା, ମୁଁ ଘର ଛାଡ଼ି ଚାଲିଯିବି!
ମା’ ଏବେ ଗୁରୁଙ୍କ ପାଖକୁ ଦୌଡ଼ିଲେ। ଗୁରୁ କହିଲେ- ମୋର ବି ସେହି ଡର ଥିଲା। ତୁମେ ଥରେ ଭାବିଲେ ବୁଝିପାରିବ ଯେ ଆମେମାନେ ବୁଦ୍ଧ, ମହାବୀର, ନାନକ, ଯୀଶୁ ଓ ବିବେକାନନ୍ଦ ଆଦିଙ୍କୁ ଆଦର୍ଶ ଭାବେ ସ୍ବୀକାର କରୁ, ଭକ୍ତିି କରୁ। କିନ୍ତୁ ନିଜ ପୁଅ ଯେତେବେଳେ ସେମାନଙ୍କ ପଥ ଅନୁସରଣ କରିବାକୁ ବାହାରେ, ଆମ ଉପରେ ଆକାଶ ଛିଡ଼ି ପଡ଼େ। ମନେ ରଖ ଏମାନେ ସମସ୍ତେ ନିଜ ପରିବାରରେ ଲୁହ ସୃଷ୍ଟି କରି ବାହାରକୁ ବାହରିଥିଲେ ବୋଲି ପୃଥିବୀକୁ ବଦଳାଇଛନ୍ତି। ତୁମ ପୁଅ ହୁଏତ ସେମିତି କିଛି ହୋଇପାରେ। ଏବେ ତାକୁ ଯିବାକୁ ଦିଅ।
ମା’ କ’ଣ କହିବେ ଭାବି ପାରୁ ନ ଥିଲେ।

ସୌଜନ୍ୟ-ସମ୍ୱାଦ

Comments are closed.