Breaking News

କଥାଟିଏ-ଯାଯାବର: ମୂର୍ଖ ଓ ଯୋଗୀ

ଗୋଟିଏ ଗାଁରେ ଜଣେ ଅତ୍ୟନ୍ତ ବୋକା ଲୋକ ଥିଲା। ପିଲା ଦିନରୁ ତା’ ବାପା ଓ ମାଆ ମରିଯାଇଥିଲେ। ନିର୍ବୋଧ ଲୋକଟି ଅତି କଷ୍ଟେମଷ୍ଟେ ଚଳୁଥିଲା। ସେ ଗାଁରୁ ବାହାରକୁ କେବେ ହେଲେ ଯାଇ ନ ଥିଲା।

ଗୋଟିଏ ଗାଁରେ ଜଣେ ଅତ୍ୟନ୍ତ ବୋକା ଲୋକ ଥିଲା। ପିଲା ଦିନରୁ ତା’ ବାପା ଓ ମାଆ ମରିଯାଇଥିଲେ। ନିର୍ବୋଧ ଲୋକଟି ଅତି କଷ୍ଟେମଷ୍ଟେ ଚଳୁଥିଲା। ସେ ଗାଁରୁ ବାହାରକୁ କେବେ ହେଲେ ଯାଇ ନ ଥିଲା। ତା’ ପାଖରେ ଯାହା ଥିଲା, ସେଥିରେ ଚଳୁଥିଲା। ତାକୁ ଯିଏ ଯାହା ଭଲମନ୍ଦ ପରାମର୍ଶ ଦେଲେ ସୁଦ୍ଧା ଗ୍ରହଣ କରୁ ନ ଥିଲା।
ତା‌’ ଘରକୁ ଲାଗି ରହିଥିଲା ମାଟିରେ ପୋତା ଏକ ପଥର। ଯାହା ଉପରେ ସେ ବସୁଥିଲା। ବେଳେବେଳେ ଲୁଗା ସଫା କରି ଶୁଖାଉଥିଲା। ଦିନେ ସେ ବାଟ‌େର ଯାଉଥିଲେ ଜଣେ ଯୋଗୀ। ସେ ସାରା ପୃଥିବୀ ଘୂରି ବୁଲୁଥିଲେ। ଦୁନିଆର ଅନେକ କଥା ସେ ଦେଖିଥିଲେ ଓ ଜାଣିଥିଲେ। ତାଙ୍କୁ ଥକ୍କା ଲାଗିବାରୁ ସେ ସେହି ମୂର୍ଖ ଲୋକର ଘର ବାରଣ୍ଡାରେ ଟିକିଏ ବସିଗଲେ। ଚାରିଆଡ଼କୁ ଆଖି ପକାଉ ପକାଉ ତାଙ୍କ ନଜରରେ ପଡ଼ିଲା ସେହି ପଥର। ସେ ଚମକି ପଡ଼ିଲେ। କାରଣ ପଥର ଉପରେ ଥିଲା କେତେକ ଚିହ୍ନ, ଯାହା ସୂଚାଉ ଥିଲା ଯେ ତା’ ତଳେ ଗୁପ୍ତ ଧନ ପୋତା ହୋଇ ରହିଛି। ସେ ସାଙ୍ଗେ ସାଙ୍ଗେ ଘରର ମାଲିକକୁ ଡାକି ସେ ବିଷୟରେ ଜଣାଇ ଦେଲେ। ସେ କହିଲେ- ପଥରଟିକୁ ବାହାର କରି ମାଟି ଖୋଳ। ତୁମ ଭାଗ୍ୟ ବଦଳିଯିବ।
ବୋକା ଲୋକଟି କହିଲା- ତୁମ କଥା ମାନିବା ସମ୍ଭବ ନୁହେଁ। କାରଣ ତାହାକୁ ଖୋଳି ବାହର କରିଦେଲେ ମୁଁ ବସିବି କେଉଁଠି? ଲୁଗା ଶୁଖାଇବି କେଉଁଠି?
ଏହା ଶୁଣି ଯୋଗୀ ବୁଝି ପାରିଲେ ଯେ ସେ କାହା ସହିତ କଥା ହେଉଛନ୍ତି। ତାକୁ ଆଉ କିଛି ଅଧିକ ନ ବୁଝାଇ ସେ ସେଠାରୁ ପ୍ରସ୍ଥାନ କଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.