Breaking News

କଥାଟିଏ-ଯାଯାବର: ମୃତ୍ୟୁ ଓ ନର୍କ ଭୋଗ

ଜଣେ ଯାଦୁକର ଥିଲେ। ତାଙ୍କ ଯାଦୁରେ ସମସ୍ତେ ମୋହିତ ହୋଇଯାଉଥିଲେ। ତାଙ୍କର ସବୁଠାରୁ ଭଲ ଯାଦୁ ଖେଳଟି ଥିଲା ରୂପ ବଦଳ। ସେ ଯେତେବେଳେ ଯେଉଁ ରୂପ ପାଇବାକୁ ଚାହୁଁଥିଲେ ସେଇ ରୂପ ଧାରଣ କରିପାରୁଥିଲେ।

 କଥାଟିଏ-ଯାଯାବର: ମୃତ୍ୟୁ ଓ ନର୍କ ଭୋଗ

ଜଣେ ଯାଦୁକର ଥିଲେ। ତାଙ୍କ ଯାଦୁରେ ସମସ୍ତେ ମୋହିତ ହୋଇଯାଉଥିଲେ। ତାଙ୍କର ସବୁଠାରୁ ଭଲ ଯାଦୁ ଖେଳଟି ଥିଲା ରୂପ ବଦଳ। ସେ ଯେତେବେଳେ ଯେଉଁ ରୂପ ପାଇବାକୁ ଚାହୁଁଥିଲେ ସେଇ ରୂପ ଧାରଣ କରିପାରୁଥିଲେ।
ଥରେ ତାଙ୍କର ଜଣେ ଅତି ପ୍ରବୀଣ ଜ୍ୟୋତିଷଙ୍କ ସହିତ ଦେଖା ହେଲା। ଜ୍ୟୋତିଷ ଜଣକ ଯାଦୁକରଙ୍କ ଜାତକ ଦେଖି କହିଲେ ଯେ ସେଇ ଦିନ ଠାରୁ ଠିକ୍‌ ବର୍ଷକ ପରେ ଯାଦୁକରଙ୍କ ମୃତ୍ୟୁ ହେବ। ମୃତ୍ୟୁ ପରେ ଦୁଇ ବର୍ଷ ନର୍କ ଭୋଗ କରିବା କଥା ବି ତାଙ୍କ କପାଳରେ ଅଛି।
ଯାଦୁକର ଏହା ଶୁଣି ବିମର୍ଷ ବୋଧ କଲେ। କିନ୍ତୁ ଭାବିଲେ- ମୁଁ ମୋ ଯାଦୁକରୀ ଶକ୍ତି ଲଗାଇ ପ୍ରମାଣ କରିଦେବି ଯେ ମୋତେ ମୃତ୍ୟୁ ସ୍ପର୍ଶ କରିପାରିବନି।
ଚାହୁଁ ଚାହୁଁ ସେଇ ଦିନଟି ଆସିଗଲା। ମୃତ୍ୟୁ ଦୂତ ଆସି ପହଞ୍ଚି ଗଲେ। ଯାଦୁକର ତ ଆଗରୁ ସତର୍କ ଥିଲେ। ତେଣୁ ସେ ତା’ ପୂର୍ବ ରାତିରୁ ଏକ କ୍ଷୁଦ୍ରାତିକ୍ଷୁଦ୍ର କୀଟର ରୂପ ଧାରଣ କରି ଗୋଟିଏ ପୂତିଗନ୍ଧମୟ ନର୍ଦମା ଭିତରେ ପଶିଗଲେ।
ମୃତ୍ୟୁ ଦୂତ ତାଙ୍କୁ ବହୁତ ଖୋଜିଲେ କିନ୍ତୁ ତାଙ୍କୁ ନ ପାଇ କି˚କର୍ତବ୍ୟବିମୂଢ଼ ହୋଇଗଲେ। କାମ ନ ସାରି ତ ମୃତ୍ୟୁଦୂତ ବାହୁଡ଼ି ପାରିବେ ନାହିଁ। ତେଣୁ ସେ ସେଇ ସ୍ଥାନରେ ଛକି ରହିଲେ।
ମାସ ପରେ ମାସ ବିତିଗଲା। ମୃତ୍ୟୁକୁ ଡରି ଯାଦୁକର କୀଟ ରୂପରେ ନର୍ଦମା ଓ ପଙ୍କରେ ପଡ଼ି ରହିଲେ। କିନ୍ତୁ ତାଙ୍କର ସହିବା ଶକ୍ତି ସୀମା ଟପି ଯାଇଥିଲା। ଦିନେ ଅତିଷ୍ଠ ହୋଇ ସେ ସେଇ ପୂତିଗନ୍ଧମୟ ନର୍ଦମାରୁ ବାହାରି ଆସିଲେ। ସେ ବାହାରିବା କ୍ଷଣି ମୃତ୍ୟୁ ଦୂତ ତାଙ୍କୁ ଧରିନେଲେ।
ଯାଦୁକର କହିଲେ- ମୋତେ ଛାଡ଼। କାରଣ ମୋ ମରଣ ସମୟ ଗଡ଼ିଗଲାଣି।
ମୃତ୍ୟୁ ଦୂତ କହିଲେ- ଅଧିକ ଚତୁର ହୁଅନା। ଦୁଇ ବର୍ଷ ହେଲାଣି ତୁମେ କୀଟ ରୂପରେ ରହିଛ, ଅର୍ଥାତ୍‌ ମଣିଷ ଦେହର ଅବସାନ ହୋଇଛି। ତୁମେ ସେଇ କ୍ଷଣରୁ ମରିସାରିଛ। ପୁଣି ମରିିବା ପରେ ଦୁଇ ବର୍ଷ ନର୍କ ଭୋଗ କରିବାର କପାଳ ଲିଖନ ବି ସତ ହୋଇଛି। ନର୍ଦ୍ଦମାରେ ତାହା କାଟି ସାରିଛ। ଏବେ ମୋ ସହିତ ଚାଲ।

 

 

ସୌଜନ୍ୟ – ସମ୍ବାଦ

Comments are closed.