Breaking News

କଥାଟିଏ-ଯାଯାବର: ଲକ୍ଷ୍ମୀଙ୍କ ସଂଜ୍ଞା

ଜଣେ ବଣିକ ଥିଲେ। ତାଙ୍କର ଅଚଳାଚଳ ସଂପତ୍ତି ଥିଲା। ସେ ଯାହା ଚାହୁଥିଲେ ତାହା କରି ପାରୁଥିଲେ। କୌଣସି ଅଭାବ ନ ଥିଲା। ଦିନେ ରାତିରେ ସେ ଏକ ସ୍ବପ୍ନ ଦେଖିଲେ ଯେ ତାଙ୍କ ଘରେ ଜଣେ ସୁନ୍ଦରୀ ଓ ସଂଭ୍ରାନ୍ତ ମହିଳା କାନ୍ଦୁଛନ୍ତି।

ଜଣେ ବଣିକ ଥିଲେ। ତାଙ୍କର ଅଚଳାଚଳ ସଂପତ୍ତି ଥିଲା। ସେ ଯାହା ଚାହୁଥିଲେ ତାହା କରି ପାରୁଥିଲେ। କୌଣସି ଅଭାବ ନ ଥିଲା। ଦିନେ ରାତିରେ ସେ ଏକ ସ୍ବପ୍ନ ଦେଖିଲେ ଯେ ତାଙ୍କ ଘରେ ଜଣେ ସୁନ୍ଦରୀ ଓ ସଂଭ୍ରାନ୍ତ ମହିଳା କାନ୍ଦୁଛନ୍ତି। ବଣିକ ଜଣକ ତାଙ୍କୁ କାନ୍ଦିବାର କାରଣ ପଚାରନ୍ତେ ସେ କହୁଛନ୍ତି ଯେ ତାଙ୍କୁ ଶ୍ବାସରୁଦ୍ଧ ହେବା ଭଳି ଲାଗୁଛି। ବଣିକ ଏହା ଶୁଣି ପବନ ଆସିବା ଲାଗି ଘରର କବାଟ ଖୋଲି ଦିଅ‌େନ୍ତ, ମହିଳା ଜଣକ ତାହା ଦେଇ ଦ୍ରୁତ ପଦକ୍ଷେପରେ ବାହାରି ଯାଇ ତାଙ୍କ ଘର ପଛ ପଟେ ଥିବା ଭୃତ୍ୟର କୁଡ଼ିଆ ଘରେ ପଶି ଯାଇ ସ୍ବସ୍ତିରେ ନିଃଶ୍ବାସ ମାରୁଛନ୍ତି। ବଣିକଙ୍କ ନିଦ ଭାଙ୍ଗିଗଲା।
ପର ଦିନ ସକାଳୁ ସେ ଏହି ସ୍ବପ୍ନର ମର୍ମ ଜାଣିବା ଲାଗି ସହରର ସବୁଠାରୁ ଅଧିକ ଦକ୍ଷ ସ୍ବପ୍ନ ବ୍ୟାଖ୍ୟାକାରଙ୍କୁ ଡାକିଲେ। ବ୍ୟାଖ୍ୟାକାର ଏହା ଶୁଣି କହିଲେ- ସେ ମହିଳା ହେଉଛନ୍ତି ମା’ ଲକ୍ଷ୍ମୀ।

ବଣିକ କହିଲେ- ଅସମ୍ଭବ! ଯଦି ସେ ମା’ ଲକ୍ଷ୍ମୀ, ତେବେ, ମୋ ଭଳି ଧନସଂପଦ ଥିବା ଘରେ ତାଙ୍କ ଶ୍ବାସରୁଦ୍ଧ ହୋଇଯିବ କେମିତି? ପୁଣି ଦରିଦ୍ରର କୁଟୀ‌ରରେ ତାଙ୍କୁ ଆରାମ ମିଳିବ କେମିତି?
ସ୍ବପ୍ନର ବ୍ୟାଖ୍ୟାକାର ମଧ୍ୟ ଥିଲେ ଜଣେ ପ୍ରାଜ୍ଞ। ସେ କହିଲେ- ଲକ୍ଷ୍ମୀ ବୋଇଲେ ଧନ ସଂପଦ ବା ଯଶ ବା ସେଭଳି କିଛି ନୁହେଁ। ଏହା‌ର ଅର୍ଥ ହେଉଛି ତୃପ୍ତି ଓ ଶାନ୍ତି। ଯଦି ଆପଣଙ୍କ ପାଖରେ ସଂପଦ ଥାଇ ବି ଆପଣଙ୍କ ମନରେ ତୃପ୍ତି ନାହିଁ, ଆପଣ ଆହୁରି ଆୟ କରିବାକୁ ବ୍ୟଗ୍ର, ତେବେ ଆପଣ ଅଲକ୍ଷ୍ମା। ଯଦି ଦରିଦ୍ର ବ୍ୟକ୍ତିଟିଏ ତା’ ପାଖରେ ଯେତିକି ଅଛି, ତାକୁ ନେଇ ସନ୍ତୁଷ୍ଟ, ତେବେ ସେ ଲକ୍ଷ୍ମୀବନ୍ତ।
କଥାଟା ବଣିକଙ୍କ ମନକୁ ପାଇଲା। ଏବେ ତାଙ୍କ ଲାଗି ଲକ୍ଷ୍ମୀଙ୍କ ସଂଜ୍ଞା ବଦଳିଗଲା।

ସୌଜନ୍ୟ-ସମ୍ୱାଦ

Comments are closed.