Breaking News

କନ୍ଧମାଳରେ ସମନ୍ୱିତ କୃଷି ମାଧ୍ୟମରେ ଚାଷୀ ଲକ୍ଷପତି

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ରେ ସମନ୍ୱିତ କୃଷି-୨୦୨୨ ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି। ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ଛେଳି, କୁକୁଡ଼ା ଓ ମାଛ ଚାଷ ସହିତ ଦେଶୀ କୁକୁଡ଼ା ଉତ୍ପାଦନ କେନ୍ଦ୍ର ପାଇଁ ସହାୟତା ପ୍ରଦାନ କରାଯାଉଛି।

ଘୁ.ଉଦୟଗିରି: ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ ଓ  ଆତ୍ମା’ର ମିଳିତ ଆନୁକୁଲ୍ୟରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ରେ ସମନ୍ୱିତ କୃଷି-୨୦୨୨ ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି। ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ଛେଳି, କୁକୁଡ଼ା ଓ ମାଛ ଚାଷ ସହିତ ଦେଶୀ କୁକୁଡ଼ା ଉତ୍ପାଦନ କେନ୍ଦ୍ର, ମାଛ ଖାଦ୍ୟ ପ୍ରସ୍ତୁତି, ଜୈବିକ ସାର ଉତ୍ପାନ କେନ୍ଦ୍ର, ବିଭିନ୍ନ ଦେଶୀ ଧାନ, ଡାଲି, ତୈଳ ବୀଜ ଚାଷ ପାଖାପାଖି ସାତ ହଜାର ଚାଷୀଙ୍କୁ ୧୦ ଗୋଟି ପଞ୍ଚାୟତରେ ରାଇକିଆ ବ୍ଲକ୍‌ରେ ଦୀର୍ଘ ୩ ବର୍ଷ ହେଲା ଆତ୍ମା, କନ୍ଧମାଳ  ସହଯୋଗରେ ସହାୟତା ପ୍ରଦାନ କରାଯାଇ ଆସୁଅଛି।

ଏହି ପ୍ରକଳ୍ପ ମାଧ୍ୟମରେ ଦେଶୀ ଚାଷକୁ କିପରି ଜୈବିକ ଓ ସମନ୍ୱିତ ପ୍ରଣାଳି କରି ଚାଷୀ ବର୍ଷକୁ ଏକ ଲକ୍ଷରୁ ଊର୍ଦ୍ଧ୍ବ ରୋଜଗାର କରିପାରିବାର ସୁଯୋଗ ସୃଷ୍ଟି ହେବ ସେହି ପରିପ୍ରେକ୍ଷୀରେ ସ୍ୱାତୀ କାମ କରିଆସୁଛି। ଉନ୍ନତ ପ୍ରଣାଳୀ ଯଥା ଟ୍ରେଲିସ (ଆଧୁନିକ ପ୍ରଣାଳି ରଞ୍ଜା) ମାଧ୍ୟମରେ ଲଟା ଜାତୀୟ ପନିପରିବା ସହିତ ମିଶ୍ରିତ ଚାଷ କରି ପାଖା ପାଖି ୬୦ରୁ ୭୦ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥଗତ ବର୍ଷରେ ରୋଜଗାର କରିପାରିଛନ୍ତି।

ଏହି କାର୍ଯ୍ୟକ୍ରମର ପ୍ରଭାବକୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟରୁ କୃଷି ଅଧିକାରୀ ହିମାଂଶୁ ଶେଖର ମିଶ୍ର, ଯୁଗ୍ମ ନିର୍ଦେଶକ, ସାରଦା ପ୍ରସନ କର, ସହକାରୀ ନିର୍ଦେଶକ ୱାସନ ପ୍ରତିନିଧୀ ଗଣେଶ ଦିକ୍ଷିତ ପ୍ରଭୁତି ସୁଗଡ଼ବାଡ଼ି ଓ ଗୁମାମାହା ପଂଚାୟତରେ କ୍ଷେତ୍ର ପରିଭ୍ରମଣ କରି ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଦିବାରି ଗ୍ରାମର ଜଣେ ସଫଳ ଚାଷୀ ବିନୟ ପ୍ରଧାନ ଦେଶୀ କୁକୁଡ଼ା, ଛେଳୀ ଓ ଟ୍ରେଲିସ ପ୍ରଣାଳୀରେ ପରିବା ଚାଷ କରି ଏହି ବର୍ଷ ୭୦ହଜାରରୁ ଊର୍ଦ୍ଧ୍ବ ରୋଜଗାର କରିପାରୁଛନ୍ତି, ସେ ଗତ ୨-୩ ବର୍ଷ ପୂର୍ବରୁ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲା, ଏହି ଯୋଜନା ମାଧ୍ୟମରେ ନିଜ ଘର ପାଖରେ ରହି ରୋଜଗାରକ୍ଷମ ହୋଇପାରିଛନ୍ତି।

ଟ୍ରେଲିସ (ଆଧୁନିକ ପ୍ରଣାଳି ରଞ୍ଜା) ମାଧ୍ୟମରେ ଚନ୍ଦ୍ରଶେଖର ପ୍ରଧାନ ଲାମ୍ବଡିକିଆ ଗ୍ରାମରେ ପନିପରିବା ଚାଷ କରିପାରିବା ସହିତ ଲୋକମାନେ ଗଛ ନକାଟି ଏହି ପ୍ରଣାଳୀ ଆପଣେଇ ଜଙ୍ଗଲ ସୁରକ୍ଷା କରିପାରୁଛନ୍ତି ବୋଲି ଯୁଗ୍ମ ନିର୍ଦ୍ଦେଶକ ଆଲୋଚନା ସମୟରେ ଅନୁଧ୍ୟାନ କରି କହିଥିଲେ। ଜଣେ ଉଦ୍ୟୋଗୀ ମହିଳା ଚାଷୀ ରେଣୁ ମଲ୍ଲିକ ଦେଶି କୁକୁଡା ଛୁଆ ଉତ୍ପାଦନ କରି ଗତବର୍ଷ ୧ ଲକ୍ଷ ପର୍ଯନ୍ତ ଅର୍ଥ ରୋଜଗାର କରିପାରିଛନ୍ତି।

ଏହି କାର୍ଯ୍ୟକ୍ରମକୁ ପୁନରାଏ ଆଉ ଦୁଇବର୍ଷ ବଢିବା ପାଇଁ ସ୍ୱାତୀର ସଂପାଦକ ଇଂ ହରିଶଙ୍କର ରାଉତ ଯୁଗ୍ମ ନିଦେ୍ର୍ଦଶକଙ୍କ ପାଖରେ ଅନୁରୋଧ ରଖିଥିଲେ, ଯାହା ମାଧ୍ୟମରେ ଲୋକମାନଙ୍କ ଚାଷ ଅଭ୍ୟାସକୁ ସୁଦୃଢ଼ୀକରଣ ସହିତ ଉପଯୁକ୍ତ ଉପାୟରେ ପକଲ୍ପ ତାହାର କାର୍ଯ୍ୟ ସମାପନ କରିବ। ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ସଚିନ୍ଦ୍ର କୁମାର ସେଠି, ସୁକଦେବ ନାୟକ, ଚିରନଜିବ ମିଶ୍ର, ଆଶିଶ ନାୟକ, ପଂଚାନନ ନାୟକ ହିତାଧିକାରୀଙ୍କ ସହିତ ଆଲୋଚନା ରଖିଥିଲେ। ସଂପୂର୍ଣ୍ଣ ପରିଭ୍ରମଣକୁ ସ୍ୱାତୀର ପ୍ରକଳ୍ପ ସଂଯୋଜିକା ମିନାକ୍ଷୀ ଦାସ ଓ ଅନ୍ୟ ବରିଷ୍ଠ କର୍ମୀ ଗିରିଶ ଚନ୍ଦ୍ର ସାମଲ ସଂଯୋଜନା କରିଥିବା ସ୍ଥଳେ ହୃଷୀକେଶ ଆମାୟତ, ଯୋସବନ୍ତ ପ୍ରଧାନ ସହଯୋଗ କରିଥିଲେ। ସମନ୍ୱିତ କୃଷି ପ୍ରକଳ୍ପ ମାଧ୍ୟମରେ ଜୈବିକ ଚାଷ, ଦେଶୀ ଚାଷ ଓ ଆର୍ଥିକ ଲାଭବାନ ହେବା ସହିତ ଆମ ପ୍ରଧାନ ମନ୍ତ୍ରୀଙ୍କ ସ୍ୱପ୍ନ ଲକ୍ଷପତି ଚାଷୀର ସମ୍ଭାର କନ୍ଧମାଳରେ ସୃଷ୍ଟି କରିପାରିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.