Breaking News

‘କନ୍ନପା’ ପାଇଁ ପାରିଶ୍ରମିକ ଦାବି କରିନାହାନ୍ତି ପ୍ରଭାସ!

ପ୍ରଯୋଜକ ବିଷ୍ଣୁ ମଞ୍ଚୁଙ୍କ ବ୍ୟୟବହୁଳ ସିନେମା ‘କନ୍ନପା’କୁ ନେଇ ଦର୍ଶକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସିନେମାଟିର ଏବେ ପୋଷ୍ଟ୍ ପ୍ରଡକ୍ସନ୍ କାମ ଚାଲିଥିବା ବେଳେ ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟର ଉନ୍ମୋଚନ ହେଉଛି।

ପ୍ରଯୋଜକ ବିଷ୍ଣୁ ମଞ୍ଚୁଙ୍କ ବ୍ୟୟବହୁଳ ସିନେମା ‘କନ୍ନପା’କୁ ନେଇ ଦର୍ଶକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସିନେମାଟିର ଏବେ ପୋଷ୍ଟ୍ ପ୍ରଡକ୍ସନ୍ କାମ ଚାଲିଥିବା ବେଳେ ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟର ଉନ୍ମୋଚନ ହେଉଛି। ଆଗାମୀ ଏପ୍ରିଲ୍ ୨୫ ତାରିଖରେ ସିନେମାଟି ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବ। ଏହି ସିନେମାରେ ଅନେକ ଲୋକପ୍ରିୟ ତାରକାଙ୍କୁ ଦେଖିବାକୁ ମିଳିବ। ବଲିଉଡ୍‌ର ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କଠୁ ନେଇ ଟଲିଉଡ୍‌ର ବାହୁବଳୀ ପ୍ରଭାସଙ୍କୁ ଦେଖିବାକୁ ପାଇବେ ଦର୍ଶକ।

ଜାଣିବାକୁ ମିଳିଛି ଯେ ଚଳଚ୍ଚିତ୍ରଟିରେ ପ୍ରଭାସ ରୁଦ୍ର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତେବେ ସବୁଠାରୁ ମଜାଦାର କଥା ହେଉଛି ଏହି ଚରିତ୍ର ପାଇଁ ପ୍ରଭାସ କୌଣସି ପାରିଶ୍ରମିକ ଦାବି କରିନାହାନ୍ତି। ସେ କେବଳ ଏହି ସିନେମାର ଅଂଶ ହୋଇଥିବାରୁ ଖୁସି ଅଛନ୍ତି। ଦକ୍ଷିଣୀ ସିନେମାର ଲୋକପ୍ରିୟ ଅଭିନେତା ମୋହନ ବାବୁଙ୍କ ପୁତ୍ର ବିଷ୍ଣୁ ଏକ ସାକ୍ଷାତକାରରେ କହିଛନ୍ତି, ‘‘ପ୍ରଭାସ ବହୁତ ନମ୍ର ଏବଂ ଭଲ। ଏହି ପ୍ରୋଜେକ୍ଟ ପାଇଁ ମୋତେ ତାଙ୍କୁ ରାଜି କରାଇବାକୁ କୌଣସି ପରିଶ୍ରମ କରିବାକୁ ପଡ଼ିନଥିଲା। ଯେତେବେଳେ ମୁଁ ତାଙ୍କୁ ମୋର ପରିକଳ୍ପନା ବିଷୟରେ କହିଲି ସେ ଖୁସିରେ ରାଜି ହୋଇଗଲେ। ସେ ଏତେ ବଡ଼ ଷ୍ଟାର୍‌ ଯେ ଏହି ଭୂମିକାକୁ ସହଜରେ ପ୍ରତ୍ୟାଖ୍ୟାନ କରିପାରିଥାନ୍ତେ, କିନ୍ତୁ ସେ ତାହା କଲେ ନାହିଁ। ସେ ମୋ ବାପାଙ୍କ ସହ ତାଙ୍କର ବନ୍ଧୁତାର ମୂଲ୍ୟ ଦେଇଥିଲେ।’’

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.