Breaking News

କମିଗଲାଣି ଅଙ୍ଗନଦୀର ଜଳପ୍ରବାହ: ନଈକୂଳିଆ ଗାଁରେ ଜଳସଂକଟ ଆଶଙ୍କା

ଅଙ୍ଗନଦୀରେ ଜଳପ୍ରବାହ କମିଯିବାରୁ ନଦୀକୂଳରେ ଥିବା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳର ଗାଁଗୁଡ଼ିକରେ ଆଗକୁ ଜଳସଂକଟ ଆଶଙ୍କା ଦେଖାଦେଲାଣି। ଗତ ବର୍ଷା ଋତୁରେ ଆବଶ୍ୟକତାଠାରୁ କମ୍‌ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ଡୁଙ୍ଗୁରିପା: ଅଙ୍ଗନଦୀରେ ଜଳପ୍ରବାହ କମିଯିବାରୁ ନଦୀକୂଳରେ ଥିବା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳର ଗାଁଗୁଡ଼ିକରେ ଆଗକୁ ଜଳସଂକଟ ଆଶଙ୍କା ଦେଖାଦେଲାଣି। ଗତ ବର୍ଷା ଋତୁରେ ଆବଶ୍ୟକତାଠାରୁ କମ୍‌ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ଅନ୍ୟ ବର୍ଷଗୁଡ଼ିକରେ ଏହି ସମୟରେ ଅଙ୍ଗନଦୀରେ ଜଳପ୍ରବାହ ଠିକ୍‌ ରହିଥାଏ। ହେଲେ ଚଳିତବର୍ଷ ଜାନୁଆରି ମାସରୁ ନଦୀରେ ଜଳସ୍ରୋତ କମି ଗଲାଣି। ଫଳରେ ପାଣି ପାଇଁ ଅଙ୍ଗ ଉପରେ ନିର୍ଭର କରୁଥିବା ଗାଁଗୁଡ଼ିକ ଆଗକୁ ଉତ୍କଟ ଜଳକଷ୍ଟ ଭୋଗିବାର ସମ୍ଭାବନା ଉପୁଜିଛି। ଏଣୁ ପ୍ରଶାସନ ବେଳହୁଁ ସାବଧାନ ହୋଇ ନଦୀରେ ବାଲିବସ୍ତା ପକାଇ ପାଣିକୁ ଗଚ୍ଛିତ ରଖିବା ଜରୁରି ହୋଇପଡ଼ିଛି।

ଏହାଦ୍ବାରା ଆସନ୍ତା ମାର୍ଚ୍ଚ ଓ ଏପ୍ରିଲ ମାସରେ ପାଣି ସଙ୍କଟ ଦୂର ହୋଇପାରିବ ବୋଲି ଗ୍ରାମର ବରିଷ୍ଠ ବ୍ୟକ୍ତିମାନେ କହିଛନ୍ତି। ସେପଟେ ହୀରାକୁଦ କେନାଲ ପାଣି ଦିଗଶିରା ଗାଁ ଯାଏଁ ପହଞ୍ଚି ପାରୁନାହିଁ। ଗ୍ରାମର କେତେକ ଚାଷୀ ନଦୀକୂଳରେ ୫ଟି ଉଠା ଜଳସେଚନ ପ୍ରକଳ୍ପ କରି ଚାଷକାମ କରୁଛନ୍ତି। ଆହୁରି ମଧ୍ୟ ଅଙ୍ଗନଦୀରେ ଦୁଇଟି ଭୂତଳ ଜଳ ପ୍ରକଳ୍ପ ଦ୍ବାରା ଗାଁକୁ ପିଇବା ପାଣି ଯୋଗାଣ ହେଉଛି। ଜଳସ୍ରୋତ କମିଯାଉଥିବାରୁ ପିଇବା ପାଣି ଯୋଗାଣ ମଧ୍ୟ ବନ୍ଦ ହୋଇଯିବା ଆଶଙ୍କା ଅମୂଳକ ନୁହେଁ। ଯାହାକୁ ନେଇ ଗ୍ରାମବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅଙ୍ଗନଦୀ ପାଣି ଗଚ୍ଛିତ ରଖିବା ଉପରେ ପ୍ରଶାସନ ଗୁରୁତ୍ବ ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.