Breaking News

କମିଯିବ ଧାନ, ଗହମ ଉତ୍ପାଦନ!

ଜଳବାୟୁରେ ଦେଖାଦେଇଥିବା ପରିବର୍ତ୍ତନର ପ୍ରଭାବ ହେତୁ ଭାରତରେ ଧାନ ଓ ଗହମ ଉତ୍ପାଦନରେ ୧୦ ପ୍ରତିଶତ ଯାଏ ହ୍ରାସ ଘଟିବ ବୋଲି ପୂର୍ବାନୁମାନ କରାଯାଇଛି। ଫଳରେ ଆଗକୁ କୋଟି କୋଟି ଲୋକଙ୍କର ଖାଦ୍ୟ ଚାହିଦା ଭରଣା କରିବା କଷ୍ଟକର ହୋଇପଡ଼ିବ...

ଜଳବାୟୁରେ ଦେଖାଦେଇଥିବା ପରିବର୍ତ୍ତନର ପ୍ରଭାବ ହେତୁ ଭାରତରେ ଧାନ ଓ ଗହମ ଉତ୍ପାଦନରେ ୧୦ ପ୍ରତିଶତ ଯାଏ ହ୍ରାସ ଘଟିବ ବୋଲି ପୂର୍ବାନୁମାନ କରାଯାଇଛି। ଫଳରେ ଆଗକୁ କୋଟି କୋଟି ଲୋକଙ୍କର ଖାଦ୍ୟ ଚାହିଦା ଭରଣା କରିବା କଷ୍ଟକର ହୋଇପଡ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଚିନ୍ତା ପ୍ରକଟ କରିଛନ୍ତି। ଏଥି ସହିତ ପାଣିପାଗ ପରିବର୍ତ୍ତନର ଅନ୍ୟତମ ପ୍ରଭାବ ସ୍ବରୂପ, ସମୁଦ୍ରଜଳ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ଫଳରେ ମାଛମାନେ କୂଳ ଛାଡ଼ି ଗଭୀର ତଥା ଶୀତଳ ଅଞ୍ଚଳକୁ ସ୍ଥାନାନ୍ତରିତ ହେବାରେ ଲାଗିଛନ୍ତି, ଯାହା ମତ୍ସ୍ୟଜୀବୀମାନଙ୍କ ପାଇଁ ମଧ୍ୟ ସଂକଟ ଆଣିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଗହମ ଉତ୍ପାଦନ ୧୧.୩୩ କୋଟି ମେଟ୍ରିକ୍‌ ଟନ୍‌ ରହିଥିଲା, ଯାହା ସମଗ୍ର ବିଶ୍ବର ଗହମ ଉତ୍ପାଦନର ୧୪ ପ୍ରତିଶତ। ସେହିପରି ଭାରତରେ ଧାନ ଉତ୍ପାଦନ ସର୍ବାଧିକ ୧୩.୭ କୋଟି ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଥିଲା।

ପାଣିପାଗ ପରିବର୍ତ୍ତନର ଅନ୍ୟତମ ପ୍ରଭାବ ସ୍ବରୂପ, ସମୁଦ୍ରଜଳ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ଫଳରେ ମାଛମାନେ କୂଳ ଛାଡ଼ି ଗଭୀର ଜଳ ଥିବା ଶୀତଳ ଅଞ୍ଚଳକୁ ସ୍ଥାନାନ୍ତରିତ ହେବାରେ ଲାଗିଛନ୍ତି, ଯାହା ମତ୍ସ୍ୟଜୀବୀମାନଙ୍କ ପାଇଁ ମଧ୍ୟ ସଂକଟ ଆଣିଛି।

ଏଣେ ନାସନାଲ୍‌ ଇନୋଭେସନ୍‌ସ ଇନ୍‌ କ୍ଲାଇମେଟ୍‌ ରେଜିଲିଏଣ୍ଟ୍‌ ଏଗ୍ରିକଲଚର୍‌ (ନିକ୍ରା)ର ଆକଳନ ଅନୁଯାୟୀ, ଚଳିତ ଶତାବ୍ଦୀର ଶେଷ ଆଡ଼କୁ ଦେଶର ଗହମ ଉତ୍ପାଦନ ୬ରୁ ୨୫ ପ୍ରତିଶତ କମି ଆସିଥିବ ଏବଂ ସେହିପରି ୨୦୫୦ ବେଳକୁ ଧାନ ଉତ୍ପାଦନରେ ୭ ପ୍ରତିଶତ ଯାଏ ଓ ୨୦୮୦ ବେଳକୁ ୧୦ ପ୍ରତିଶତ ହ୍ରାସ ଦେଖାଯିବ। ସାମ୍ପ୍ରତିକ ସ୍ଥିତିରେ ଦେଶର ୧୪୦ କୋଟି ଲୋକଙ୍କର ପ୍ରଧାନ ଖାଦ୍ୟଶସ୍ୟ ହେଉଛି ଧାନ ଓ ଗହମ। ସେହିପରି ବିଭିନ୍ନ ସରକାରୀ ଯୋଜନାରେ ରିହାତିଯୁକ୍ତ ଖାଦ୍ୟଶସ୍ୟ ଉପରେ ନିର୍ଭର କରୁଥିବା ପ୍ରାୟ ୮୦ ପ୍ରତିଶତ ଲୋକଙ୍କ ଚାହିଦା ମଧ୍ୟ ଏଥିରୁ ଭରଣା ହୋଇଥାଏ। ସୁତରାଂ ଧାନ ଓ ଗହମ ଉତ୍ପାଦନରେ ଏଭଳି ହ୍ରାସ ଦେଶର ଚାଷୀ ଏବଂ ଖାଦ୍ୟ ସୁରକ୍ଷା ଉପରେ ଭୀଷଣ ଭାବରେ ପ୍ରଭାବ ପକାଇବ ବୋଲି କୁହାଯାଉଛି। ସେହିପରି ବୈଶ୍ବିକ ଉତ୍ତପ୍ତୀକରଣ ଯୋଗୁଁ ଉତ୍ତରପଶ୍ଚିମ ଭାରତରେ ହୋଇ ଆସୁଥିବା ଶୀତଦିନିଆ ବର୍ଷା ଓ ବରଫପାତରେ ବିଭ୍ରାଟ ଘଟୁଛି। ଫଳରେ ହିମାଳୟ ଅବବାହିକାରେ ବସବାସ କରୁଥିବା ଲୋକେ ନିକଟ ଭବିଷ୍ୟତରେ ଭୟାବହ ଜଳାଭାବର ସମ୍ମୁଖୀନ ହେବା ଆଶଙ୍କାକୁ ମଧ୍ୟ ଦୂରେଇ ଦିଆଯାଇନପାରେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.