Breaking News

କରାଚୀ ଷ୍ଟାଡିୟମ୍‌ରେ ନାହିଁ ଭାରତୀୟ ତ୍ରିରଙ୍ଗା

ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ପୂର୍ବରୁ ଏକ ନୂଆ ବିବାଦ ଦେଖାଯାଇଛି। କରାଚିସ୍ଥିତ ନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌ରେ ଭାରତର ଜାତୀୟ ପତାକା ନଥିବା ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌ ହେବା ପରେ ଏହି ବିବାଦ ମୁଣ୍ଡ ଟେକିଛି।

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ପୂର୍ବରୁ ଏକ ନୂଆ ବିବାଦ ଦେଖାଯାଇଛି। କରାଚିସ୍ଥିତ ନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌ରେ ଭାରତର ଜାତୀୟ ପତାକା ନଥିବା ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌ ହେବା ପରେ ଏହି ବିବାଦ ମୁଣ୍ଡ ଟେକିଛି। ଏହି ଭିଡିଓଟିରେ ଷ୍ଟାଡିୟମ୍‌ରେ ଅନ୍ୟ ଦେଶର ପତାକାଗୁଡ଼ିକ ଭଲରେ ଦୃଶ୍ୟମାନ ହେଉଛି। ହେଲେ ଭାରତୀୟ ତ୍ରିରଙ୍ଗାକୁ ଦେଖିବାକୁ ମିଳୁନି। ଏଭଳି ଘଟଣା ଭାରତୀୟ ପ୍ରଶଂସକଙ୍କୁ ସ୍ତବ୍ଧ କରିଥିଲା ଏବଂ ବିତର୍କ ଆରମ୍ଭ ହୋଇ ଯାଇଥିଲା।

ହେଲେ ଏହି ଭିଡିଓର ସତ୍ୟତା ନେଇ କୌଣସି ଯାଞ୍ଚ ହୋଇନି। ଏହାର ସତ୍ୟତା ନଥିଲେ ମଧ୍ୟ ଭାରତୀୟ ପତାକା ନଥିବାର କାରଣ ଅସ୍ପଷ୍ଟ ରହିଛି। କିଛି ପ୍ରଶଂସକ କହିଛନ୍ତି ଯେ ପାକିସ୍ତାନରେ କୌଣସି ମ୍ୟାଚ୍‌ ଭାରତ ଖେଳୁ ନଥିବାରୁ ଏଭଳି ହୋଇପାରେ। ରାଜନୈତିକ ବାଦ ବିବାଦ ଏବଂ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ହାଇବ୍ରିଡ୍‌ ମଡେଲ୍‌ ଆୟୋଜନ ଲାଗି ପ୍ରସ୍ତାବ ଦେଇଥିଲା। ଏହା ଗ୍ରହଣ ହେବାରୁ ଭାରତ ତା’ର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳିବ। କର‌ାଚୀ ନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫ୍‌ଗାନିସ୍ତାନ ଓ ଇଂଲଣ୍ଡ ଖେଳିବେ। ପୂର୍ବରୁ ଲାହୋରସ୍ଥିତ ଗଦାଫି ଷ୍ଟାଡିୟମ୍‌ରେ ଏହିଭଳି ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ଭାରତ ଛଡ଼ା ଅନ୍ୟ ୭ ଦେଶର ପତାକା ଏଠାରେ ଦେଖିବାକୁ ମିଳିଥିଲା। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ୨୦୧୭ ବିଜେତା ପାକିସ୍ତାନ ପ୍ରଥମ ଥର ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.