Breaking News

କରୋନା ପୂର୍ବ ସ୍ଥିତିକୁ ଫେରିଲା: ବିଦାୟୀ ବର୍ଷରେ ୬୨,୪୫୨ୟୁନିଟ୍‌ ରକ୍ତ ସଂଗ୍ରହ

ଆମ ଓଡ଼ିଶା’ ସଂଗଠନ ଚଳିତବର୍ଷ ପୁଣି ଥରେ ରେକର୍ଡ ସଂଖ୍ୟକ ୟୁନିଟ୍‌ ରକ୍ତ ସଂଗ୍ରହ କରିଛି। ହଜାର ହଜାର ରକ୍ତଦାତାଙ୍କ ସହଯୋଗରେ ୨୦୨୪ରେ ପୁଣି ଥରେ ୬୦ହଜାର ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି।

ଭୁବନେଶ୍ବର: ‘ଆମ ଓଡ଼ିଶା’ ସଂଗଠନ ଚଳିତବର୍ଷ ପୁଣି ଥରେ ରେକର୍ଡ ସଂଖ୍ୟକ ୟୁନିଟ୍‌ ରକ୍ତ ସଂଗ୍ରହ କରିଛି। ହଜାର ହଜାର ରକ୍ତଦାତାଙ୍କ ସହଯୋଗରେ ୨୦୨୪ରେ ପୁଣି ଥରେ ୬୦ହଜାର ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ସବୁଠାରୁ ବଡ଼ କଥା ହେଲା, ରକ୍ତଦାନ କ୍ଷେତ୍ରରେ ପୁଣି କରୋନା ପୂର୍ବସ୍ଥିତି ଫେରିଛି। ଦୀର୍ଘ ୪ବର୍ଷ ପରେ ବର୍ଷକରେ ୧୩୦୦ରୁ ଅଧିକ ଶିବିର ଆୟୋଜନ ହେବା ସହ ୬୦ହଜାରରୁ ଅଧିକ  ୟୁନିଟ ରକ୍ତ ସଂଗ୍ରହ ହୋଇଛି। ୨୦୨୪ରେ ରାଜ୍ୟରେ ୧୩୦୬ଟି ଶିବିରରୁ ୬୨୪୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଗତ ୧୯ ବର୍ଷରେ ୧୬,୪୬୭ଟି ଶିବିର ଆୟୋଜିତ ହୋଇଛି। ଏଥିରୁ ୮ଲକ୍ଷ ୬୫ହଜାର ୪୫୨ୟୁନିଟ ରକ୍ତ ସଂଗ୍ରହ ହୋଇଛି।

ଚଳିତବର୍ଷ ରାଜ୍ୟର ୩୦ଟି ଜିଲ୍ଲାକୁ ୯ଟି ଜୋନ୍‌ରେ ବିଭକ୍ତ କରି ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲେଶ୍ବର ଜୋନ୍‌ରେ ସର୍ବାଧିକ ୧୫୮୦୩ ୟୁନିଟ୍‌ ସ˚ଗୃହୀତ ହୋଇଥିବାବେଳେ କଟକ ଜୋନ୍‌ରେ ୧୩୦୧୬, ସମ୍ବଲପୁର ଜୋନ୍‌ରେ ୯୨୫୭, ବ୍ରହ୍ମପୁର ଜୋନ୍‌ରେ ୫୮୩୫, ଅନୁଗୁଳ ଜୋନ୍‌ରେ ୫୧୫୮, ଭୁବନେଶ୍ବର ଜୋନ୍‌ରେ ୩୭୬୦, ଜୟପୁର ଜୋନ୍‌ରେ ୩୭୩୩, ଯାଜପୁର ଜୋନ୍‌ରେ ୩୫୬୫ ଏବଂ ରାଉରକେଲା ଜୋନ୍‌ରେ ୨୩୨୫ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଥିଲା। ବାଲେଶ୍ବର ଜିଲ୍ଲା ୯୨୦୬ ୟୁନିଟ ରକ୍ତ ସଂଗ୍ରହ କରି ଜିଲ୍ଲାମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି। ଓଡ଼ିଶାରେ ସର୍ବାଧିକ ଏକଦିିବସୀୟ ରକ୍ତସ˚ଗ୍ରହ କ୍ଷେତ୍ରରେ ‘ଆମ ଓଡ଼ିଶା’କୁ ଆଉ ଏକ ବଡ଼ ସଫଳତା ମିଳିଛି। ୨୦୨୪, ଜାନୁଆରି ୨୩ ତାରିଖରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ୫୦ଟି ଶିବିର‌ରୁ ୧୮୯୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସେହିପରି ଅଗଷ୍ଟ ୧୮ରେ ଯୁବ ସ୍ବାଭିମାନ ଦିବସ ପାଳନ ଅବସରରେ ମୋଟ ୭୦ଟି ରକ୍ତଦାନ ଶିବିରରୁ ୩୯୮୧ ୟୁନିଟ୍‌ ସ˚ଗ୍ରହ ହେଲା।

ସ୍ବେଚ୍ଛା ରକ୍ତଦାନ କ୍ଷେତ୍ରରେ ‘ଆମ ଓଡ଼ିଶା’ର ଅଭୂତପୂର୍ବ ସଫଳତା
୧୯ବର୍ଷରେ ୧୬୪୬୭ ଶିବିର, ୮.୬୫ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହ

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ୨୦୦୬ ମସିହାରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସପ୍ତାହବ୍ୟାପୀ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ‘ରକ୍ତ ଅଭାବରୁ ଆମ ରାଜ୍ୟରେ କାହାରିକୁ ମରିବାକୁ ଦେବା ନାହିଁ’ ଲକ୍ଷ୍ୟ ନେଇ ଏହାକୁ ଏକ ନିୟମିତ କାର୍ଯ୍ୟକ୍ରମରେ ପରିଣତ କରାଗଲା। ଏଥିରେ ୨୦୦୭ରେ ୩୧୧ଟି ଶିବିରରୁ ୧୫୫୫୭ ୟୁନିଟ୍‌, ୨୦୦୮ରେ ୩୬୫ଟି ଶିବିରରୁ ୧୭୭୫୦, ୨୦୦୯ରେ ୪୭୪ଟି ଶିବିରରୁ ୨୫୨୭୩ ୟୁନିଟ୍‌, ୨୦୧୦ରେ ୫୦୯ଟି ଶିବିରରୁ ୨୭୩୦୦ ୟୁନିଟ୍‌, ୨୦୧୧ରେ ୮୦୨ଟି ଶିବିରରୁ ୪୮୦୬୧ ୟୁନିଟ୍‌, ୨୦୧୨ରେ ୮୨୮ଟି ଶିବିରରୁ ୪୫୦୨୬ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ୨୦୧୩ ମସିହରେ ‘ଆମ ଓଡ଼ିଶା’ ୧୦୦୦ରୁ ଅଧିକ ଶିବିର ଆୟୋଜନ କରି ୫୦,୦୦୦ୟୁନିଟ୍‌ରୁ ଅଧିକ ରକ୍ତ ସ˚ଗ୍ରହ କରି ଦୁଇଟି ନୂଆ ରେକର୍ଡ ସ୍ଥାପନ କରିଥିଲା। ୨୦୧୩ ମସିହାରେ ୧୦୦୪ ଶିବିରରୁ ୫୨୭୯୫ ୟୁନିଟ୍‌, ୨୦୧୪ରେ ୧୦୨୬ଟି ଶିବିରରୁ ୫୨,୬୪୫ ୟୁନିଟ୍‌, ୨୦୧୫ରେ ୮୯୧ ଶିବିରରୁ ୪୨୪୪୦ ୟୁନିଟ, ୨୦୧୬ ରେ ୧୨୨୨ଟି ଶିବିରରୁ ୫୭,୩୩୭ ୟୁନିଟ୍‌, ୨୦୧୭ରେ ୧୪୪୪ଟି ଶିବିରରୁ ୬୫୪୪୯ୟୁନିଟ, ୨୦୧୮ରେ ୧୩୪୦ଟି ଶିବିରରୁ ୬୮୩୭୨ ୟୁନିଟ, ୨୦୧୯ରେ ୧୩୨୮ଟି ଶିବିରରୁ ୬୮,୬୫୮ , ୨୦୨୦ରେ ୧୨୬୦ଟି ଶିବିରରୁ ୫୩୮୫୪ୟୁନିଟ, ୨୦୨୧ରେ ୯୫୮ଟି ଶିବିରରୁ ୪୩୪୩୧ ୟୁନିଟ, ୨୦୨୨ରେ ୧୦୮୮ଟି ଶିବିରରୁ ୫୪୭୪୧ୟୁନିଟ, ୨୦୨୩ରେ ୫୫୦୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ଏହି ଅବସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ‘ଆମ ଓଡ଼ିଶା’ର ସମସ୍ତ ସଦସ୍ୟା ସଦସ୍ୟ, ସ୍ବେଚ୍ଛାସେବୀ, ସହଯୋଗୀ ଅନୁଷ୍ଠାନ, ପୃଷ୍ଠପୋଷକ, ଶୁଭେଚ୍ଛୁ ତଥା ରାଜ୍ୟର ଅଗଣିତ ରକ୍ତଦାତାଙ୍କୁ ନବବର୍ଷ ୨୦୨୫ର ଅଭିନନ୍ଦନ ଜଣାଇବା ସ˚ଗେ ସ˚ଗେ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏହାସହ ଆଗାମୀ ଦିନରେ ସ୍ବେଚ୍ଛାକୃତ ରକ୍ତଦାନ ‌କ୍ଷେତ୍ରରେ ଏହିପରି ସହଯୋଗ ଜାରି ରଖିବାକୁ ଅନୁରୋଧ କରିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.