Breaking News

କହିବାକୁ ଲାଜ ଶୁଣିଲେ ପାପ

ଖଣ୍ଡଗିରିରେ ଆରମ୍ଭ ହୋଇଯାଇଛି ଯାତ୍ରା ଉତ୍ସବ। ଏଠାରେ ଯାତ୍ରାଶ୍ରୀ ବିଶ୍ୱଦରବାର ଦ୍ବାରା ପ୍ରସ୍ତୁତ ‘କହିବାକୁ ଲାଜ ଶୁଣିଲେ ପାପ’ ପ୍ରଦର୍ଶିତ ହେବାକୁ ଯାଉଛି। ନାଟକର କାହାଣୀ ଏକ ପରିବାରକୁ ନେଇ କେନ୍ଦ୍ରୀଭୂତ ହୋଇଛି।

ଖଣ୍ଡଗିରିରେ ଆରମ୍ଭ ହୋଇଯାଇଛି ଯାତ୍ରା ଉତ୍ସବ। ଏଠାରେ ଯାତ୍ରାଶ୍ରୀ ବିଶ୍ୱଦରବାର ଦ୍ବାରା ପ୍ରସ୍ତୁତ ‘କହିବାକୁ ଲାଜ ଶୁଣିଲେ ପାପ’ ପ୍ରଦର୍ଶିତ ହେବାକୁ ଯାଉଛି। ନାଟକର କାହାଣୀ ଏକ ପରିବାରକୁ ନେଇ କେନ୍ଦ୍ରୀଭୂତ ହୋଇଛି। ବଡ଼ଲୋକ ହେବା ଲାଳସାରେ ନିଜ ଭଉଣୀକୁ ସଇତାନ୍‌ ହାତରେ ଟେକିଦିଏ ଭାଇ। ଭଉଣୀର ଇଜ୍ଜତ ନିଲାମ କରେ ସଇତାନ ଆଫଜଲ ଖାଁ। ପୁଣି ପ୍ରମାଣ ନଷ୍ଟ କରିବାକୁ ଇଂଜେକସନ୍ ଦେଇ ଭଉଣୀକୁ ପାଗଳୀ ସଜାଏ ଭାଇ। କିନ୍ତୁ ସାବତ ଭାଇ ଜଗା ଭଉଣୀକୁ ସୁରକ୍ଷା ଦେବାକୁ ଆଗେଇ ଆସେ।

ଶେଷରେ ବହୁ ସଂଘର୍ଷ ପରେ ସେ ଅପରାଧୀମାନଙ୍କୁ ଦଣ୍ଡ ଦେବାରେ ସକ୍ଷମ ହୁଏ। ଏହି ନାଟକରେ ଗୌର ପାଢ଼ୀ, ସୁକାନ୍ତି, ସଂଜୟ ଭୋଳ, ଲରେନ୍‌ସ୍‌, ମୁନୁ ପଣ୍ଡା, କମେଡ଼ି କିଙ୍ଗ ଦୟା, ପ୍ରତାପ, ଭାରତୀ, ମାତନ, ମାମା, ଆଶିଷ୍‌, ତୁଳସୀ, ବିପିନ୍ ପ୍ରମୁଖ ଅଭିନୟ କରିଛନ୍ତି। ଅଜୟ ସ ଏହାର କାହାଣୀ ପ୍ରସ୍ତୁତ କରିଥିବା ବେଳେ ନିର୍ଦ୍ଦେଶନାରେ ଅଛନ୍ତି ତାପସ ସ୍ୱାଇଁ।
-ନାରାୟଣ କୁମାର ରାଉତରାୟ

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.