Breaking News

କାମାକ୍ଷାନଗରରେ ମର୍ମନ୍ତୁଦ ଦୁର୍ଘଟଣା: ଆଖିବୁଜିଲେ ୩ ଶ୍ରମିକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ଏଥିରେ ରାସ୍ତାକାମରେ ନିୟୋଜିତ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ହାଇୱା ଧକ୍କା ଦେବା ଫଳରେ ରୋଲର ମେସିନରେ ଚାପି ହୋଇ ଏହି ଶ୍ରମିକମାନଙ୍କ ପ୍ରାଣହାନି ଘଟିଛି।

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ଏଥିରେ ରାସ୍ତାକାମରେ ନିୟୋଜିତ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ହାଇୱା ଧକ୍କା ଦେବା ଫଳରେ ରୋଲର ମେସିନରେ ଚାପି ହୋଇ ଏହି ଶ୍ରମିକମାନଙ୍କ ପ୍ରାଣହାନି ଘଟିଛି।

କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ରାସ୍ତାରେ ପିଚୁ କାମ ହେଉଥିଲା। ଏଥିରେ ଶ୍ରମିକମାନେ ନିୟୋଜିତ ଥିବାବେଳେ ଶ୍ରମିକମାନଙ୍କୁ ଧକ୍କା ଦେଇଥିଲା ହାଇୱା। ଫଳରେ ଶ୍ରମିକମାନେ ନିକଟରେ ପିଚୁକୁ ରୋଲିଙ୍ଗ କରୁଥିବା ରୋଲର ମେସିନ ଓ ଏକ ବିଦ୍ୟୁତ ଖୁଣ୍ଟ ମଝିରେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ସେ ହେଲେ ରେକୁଳା ଗାଁର କ୍ଷୀରୋଦ ସାହୁ। ଅନ୍ୟ ମୃତକଙ୍କର ପରିଚୟ ମିଳିପାରି ନାହିଁ । ଗ୍ରାମବାସୀଙ୍କ ତରଫରୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। କାମାକ୍ଷାନଗରରୁ ଢେଙ୍କାନାଳ ରାସ୍ତା ଯାତାୟାତ ଠପ୍ ହୋଇଯାଇଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ରାସ୍ତାରେ ପିଚୁ କାମ ହେଉଥିଲା। ଏଥିରେ ଶ୍ରମିକମାନେ ନିୟୋଜିତ ଥିବାବେଳେ ଶ୍ରମିକମାନଙ୍କୁ ଧକ୍କା ଦେଇଥିଲା ହାଇୱା। ଫଳରେ ଶ୍ରମିକମାନେ ନିକଟରେ ପିଚୁକୁ ରୋଲିଙ୍ଗ କରୁଥିବା ରୋଲର ମେସିନ ଓ ଏକ ବିଦ୍ୟୁତ ଖୁଣ୍ଟ ମଝିରେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ସେ ହେଲେ ରେକୁଳା ଗାଁର କ୍ଷୀରୋଦ ସାହୁ। ଅନ୍ୟ ମୃତକଙ୍କର ପରିଚୟ ମିଳିପାରି ନାହିଁ । ଗ୍ରାମବାସୀଙ୍କ ତରଫରୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। କାମାକ୍ଷାନଗରରୁ ଢେଙ୍କାନାଳ ରାସ୍ତା ଯାତାୟାତ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପଟେ ଗାଡ଼ିମୋଟର ଅଟକି ରହିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.