Breaking News

କାଳଭୈରବେଶ୍ୱର ସ୍ୱାମୀ ମନ୍ଦି‌ରରେ ଦଳିତଙ୍କ ପ୍ରବେଶ

କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲାର ହାନାକେରେ ଗ୍ରାମରେ ଥିବା ଶତାବ୍ଦୀ ପୁରୁଣା କାଳଭୈରବେଶ୍ୱର ସ୍ୱାମୀ ମନ୍ଦିରରେ ଦଳିତଙ୍କ ପ୍ରବେଶକୁ ନେଇ ପ୍ରଥମେ ଉତ୍ତେଜନା ସୃ‌ଷ୍ଟି ହୋଇଥିଲେ ମଧ୍ୟ ପରେ ତା’ର ସମାଧାନ ହୋଇଯାଇଛି।

0

ମାଣ୍ଡ୍ୟା: କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲାର ହାନାକେରେ ଗ୍ରାମରେ ଥିବା ଶତାବ୍ଦୀ ପୁରୁଣା କାଳଭୈରବେଶ୍ୱର ସ୍ୱାମୀ ମନ୍ଦିରରେ ଦଳିତଙ୍କ ପ୍ରବେଶକୁ ନେଇ ପ୍ରଥମେ ଉତ୍ତେଜନା ସୃ‌ଷ୍ଟି ହୋଇଥିଲେ ମଧ୍ୟ ପରେ ତା’ର ସମାଧାନ ହୋଇଯାଇଛି। ସରକାରୀ ଅଧିକାରୀ ଓ ପୁଲିସ ଉପସ୍ଥିତିରେ ମାରାଥନ ବୈଠକ ପରେ ବେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ମନ୍ଦିର ଭିତରକୁ ଦଳିତମାନଙ୍କ ପ୍ରବେଶକୁ ଅନୁମତି ଦିଆଯାଇଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ନିକଟରେ ଶତାଧିକ ବର୍ଷର ଇତିହାସ ଥିବା ଏହି ମନ୍ଦିରର ମରାମତି କରାଯାଇଥିଲା। କିଛି ଗ୍ରାମବାସୀ ପରମ୍ପରା ଦର୍ଶାଇ ଦଳିତଙ୍କ ପ୍ରବେଶକୁ ବିରୋଧ କରିଥିଲେ ଏବଂ ଗାଁରେ ଦଳିତମାନଙ୍କ ପାଇଁ ଏକ ଅଲଗା ମନ୍ଦିର ନିର୍ମାଣ କରାଯାଇଥିଲା।

ଦଳିତମାନଙ୍କୁ ମନ୍ଦିର ଭିତରେ ପ୍ରବେଶ ଅନୁମତି ଦେବା ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ କିଛି ଗ୍ରାମବାସୀ ମନ୍ଦିର ପାଇଁ ଟଙ୍କା ଖର୍ଚ୍ଚ କରିଥିବା କହି ‘ଉତ୍ସବ ମୂର୍ତ୍ତି’ (ଚଳନ୍ତି ପ୍ରତିମା)କୁ ଏକ ଅଲଗା ସ୍ଥାନକୁ ନେଇଯାଇଥିଲେ। ବିଶୃଙ୍ଖଳା ପରେ ମଧ୍ୟାହ୍ନରେ କିଛି ଘଣ୍ଟା ପାଇଁ ମନ୍ଦିର ବନ୍ଦ ରହିଥିଲା। ଶାନ୍ତି ବୈଠକ ପରେ ମନ୍ଦିର ଦ୍ୱାର ଖୋଲାଯାଇଥିଲା ଏବଂ ପୂର୍ବଭଳି ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥିଲା। ସବୁ ଜାତିର ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ତହସିଲଦାର ଶିବକୁମାର ବୀରଦାର ଆପୋସ ବୁଝାମଣାରେ ଶାନ୍ତିରେ ସମସ୍ୟାର ସମାଧାନ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.