Breaking News

କାହିଁକି ବଦଳିଲା ନିଷ୍ପତ୍ତି? ମାର୍ସାଲ ଆଇନ ଘୋଷଣା କରିବାର କିଛି ଘଣ୍ଟା ପରେ ନିର୍ଦ୍ଦେଶ ପ୍ରତ୍ୟାହାର କଲେ ଦ. କୋରିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ,୦୪/୧୨: ଦେଶରେ ମାର୍ସାଲ ଲ ଅର୍ଥାତ୍‌ ସାମରିକ ଆଇନ ଘୋଷଣା କରିବାର ଛଅ ଘଣ୍ଟା ମଧ୍ୟରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟେଓଲ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିଛନ୍ତି। ରାଷ୍ଟ୍ରପତି ୟେଓଲ ଭୋର୍‌ ୪.୩୦ ମିନିଟରେ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ‘କିଛି ସମୟ ପୂର୍ବରୁ ଜରୁରୀକାଳୀନ ପରିସ୍ଥିତିକୁ ହଟାଇବା ପାଇଁ ରାଷ୍ଟ୍ରୀୟ ସଭାରେ ଦାବି କରାଯାଇଥିଲା ଏବଂ ଆମେ ସାମରିକ ଆଇନ ଅପରେସନ୍ ପାଇଁ ନିୟୋଜିତ ହୋଇ‌ଥିବା ସୈନ୍ୟଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛୁ। ଆମେ ରାଷ୍ଟ୍ରୀୟ ସଭାର ଅନୁରୋଧକୁ ସ୍ବୀକାର କରିବୁ ଏବଂ କ୍ୟାବିନେଟ ବୈଠକ ମାଧ୍ୟମରେ ସାମରିକ ଆଇନକୁ ପ୍ରତ୍ୟାହାର କରିବୁ।’

କାହିଁକି ବଦଳିଲା ନିଷ୍ପତ୍ତି:

ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ନିନ୍ଦା କରିବା ପାଇଁ ଦକ୍ଷିଣ କୋରିଆର ସାଂସଦମାନେ ରାଷ୍ଟ୍ରୀୟ ସଭାର ମଧ୍ୟରାତ୍ରି ଅଧିବେଶନରେ ସାମରିକ ଆଇନ ଲାଗୁ କରିବା ବିରୋଧରେ ସର୍ବସମ୍ମତି କ୍ରମେ ମତ ଦେଇଥିଲେ। ଏହା ପରେ ରାଷ୍ଟ୍ରପତି ସେନା ମୁଖ୍ୟଙ୍କ ପରି ଭୋଟ୍ ଗ୍ରହଣ କରିବାକୁ ରାଜି ହୋଇଥିଲେ। ରାଷ୍ଟ୍ରପତି ଏହି ଆଦେଶ ପ୍ରତ୍ୟାହାର କରି ଦେଶକୁ ସମ୍ବୋଧିତ କରିବାର କିଛି ସମୟ ପରେ ଦକ୍ଷିଣ କୋରିଆ କ୍ୟାବିନେଟ୍ ସକାଳ ୫ ଟାରେ ସାମରିକ ଆଇନକୁ ହଟାଇବା ପ୍ରସ୍ତାବକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିବାକୁ ଡକାଯାଇଥିଲା।

୧୯୮୦ ପରେ ପ୍ରଥମ ଥର:

ରାଷ୍ଟ୍ରୀୟ ଜରୁରୀକାଳୀନ ଏବଂ ସାମରିକ ଆଇନ ପାଇଁ ରାଷ୍ଟ୍ରପତି ୟେଓନଙ୍କ ନିଷ୍ପତ୍ତିକୁ ସଂସଦୀୟ ଦଳ ଦୃଢ଼ ବିରୋଧ କରିଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ରାଜନୈତିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଏବଂ ଗଣମାଧ୍ୟମକୁ ସେନ୍ସର କରାଯାଇଥିଲା। ନିଜର ଏହି ପଦକ୍ଷେପକୁ ବ୍ୟାଖ୍ୟା କରି ରାଷ୍ଟ୍ରପତି ୟେଓନ୍ କହିଛନ୍ତି ଯେ ‘ରାଜ୍ୟ ବିରୋଧୀ ବଳକୁ ଦମନ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିଲା। ପାଖାପାଖି ପାଞ୍ଚ ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଥର ଭାବେ ଦକ୍ଷିଣ କୋରିଆରେ ମାର୍ସାଲ ଲ ଲାଗୁ କରାଯାଇଥିଲା। ଏହା ପୂର୍ବରୁ ୧୯୮୦ ରେ ଏହି ସାମରିକ ଆଇନ ଲାଗୁ ହୋଇଥିଲା।
ସୌଜନ୍ୟ-ପ୍ରମେୟ

Comments are closed.